News

ପୁରୀ ଛାଡ଼ିବାକୁ ପର୍ଯ୍ୟଟକଙ୍କୁ ନିର୍ଦେଶ ଦେଲେ ସୁରେଶ ମହାପାତ୍ର

ଏକ୍ସଟ୍ରିମ୍‌ଲି ସିଭିୟର (ଅତ୍ୟନ୍ତ ଭୟଙ୍କର) ସାଇକ୍ଲୋନିକ୍‌ ଷ୍ଟର୍ମରେ ପରିଣତ ହୋଇଥିବା ସାମୁଦ୍ରିକ ଝଡ଼ ‘ଫୋନି’ ବର୍ତ୍ତମାନ ପୁରୀର ଦକ୍ଷିଣ-ଦକ୍ଷିଣପଶ୍ଚିମ  ଦିଗରେ ୫୧୦ କି.ମି. ଏବଂ ବିଶାଖାପାଟଣାଠାରୁ ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ ୨୬୦ କିଲୋମିଟର ଦୂରରେ ରହିଛି। ‘ଫନି’ ପ୍ରଭାବରେ ପୁରୀ ଆକାଶ ମେଘାଚ୍ଛନ୍ନ ହେବା ସହ ବର୍ଷା ଆରମ୍ଭ ହୋଇ ଯାଇଛି। ‘ଫୋନି’ର ମୁକାବିଲା କରିବା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରଯାଇଛି। ଏହିକ୍ରମରେ ପଶ୍ଚମବଙ୍ଗରୁ ପୁରୀ ଆସିଥିବା ପର୍ଯ୍ୟଟକଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଆଜି ସନ୍ଧ୍ୟା ସୁଦ୍ଧା ପର୍ଯ୍ୟଟକମାନଙ୍କୁ ପୁରୀ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ସେମାନଙ୍କ ପାଇଁ ସ୍ୱତନ୍ତ୍ର ବସ୍ ଓ ଟ୍ରେନ୍‌ର ବ୍ୟବସ୍ଥା କରାଯାଇଛି।

ପର୍ଯ୍ୟଟକମାନଙ୍କ ପାଇଁ ମଧ୍ୟାହ୍ନ ୧୨ ଟାରେ ପୁରୀ ଷ୍ଟେସନ୍‌ରୁ ବାହାରୁ ଥିବା ସ୍ୱତନ୍ତ୍ର ରେଳ ଧରିବାକୁ ପୁରୀ ବେଳାଭୂମି ନିକଟରେ ଥିବା ହୋଟେଲଗୁଡ଼ିକ ପାଖରେ ସ୍ୱତନ୍ତ୍ର ଉଦ୍‌ଘୋଷଣା କରାଯାଉଛି।ବଙ୍ଗୀୟ ପର୍ଯ୍ୟଟକଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ଓଏସ୍‌ଆର୍‌ଟିସ୍‌  ପକ୍ଷରୁ ସ୍ୱତନ୍ତ୍ର ବସ୍‌ ବ୍ୟବସ୍ଥା କରାଯାଇଛି।ତେବେ ବିଦେଶୀ ପର୍ଯ୍ୟଟକଙ୍କ ପାଇଁ କ’ଣ ବ୍ୟବସ୍ଥା ହୋଇଛି, ତାହା ସ୍ପଷ୍ଟ ହୋଇପାରିନି। ସୁରକ୍ଷା ଦୃଷ୍ଟିରୁ ସେମାନଙ୍କୁ ଭୁବନେଶ୍ୱର  ପଳାଇବାକୁ କୁହାଯାଇପାରେ ବୋଲି ଜଣାପଡ଼ୁଛି।

ପଢନ୍ତୁ: ଫନି’ର ପ୍ରଭାବ ଆରମ୍ଭ: କୂଳ ଲଙ୍ଘୁଛି ସମୁଦ୍ର ଓ ଉଡିଗଲା ଶ୍ରୀମନ୍ଦିର ବାନା

Related posts

ଜଗା ଭେଣ୍ଟିଲେଟରରୁ ବାହାରିଲା, ବଳିଆ ଉପରେ ଡାକ୍ତରଙ୍କ ବିଶେଷ ନଜର

ENO Beuro

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ରଥର ଶୁଭାରମ୍ଭ କଲେ ନବୀନ

ENO Beuro

୧୯୯୦ରେ ଆସିଥିବା ଗାଇଡ଼ଲାଇନ୍‌ ଅନୁସାରେ ଏବେ ଅନ୍ୟକୁ ଦେଇ ପାରିବେ ନିଜ ରେଳ ଟିକେଟ୍‌

ENO Beuro

Leave a Comment