News

ଛାତ୍ରଛାତ୍ରୀଙ୍କ ନିଆରା ଉଦ୍ୟମ, ଖାଦ୍ୟଶସ୍ୟକୁ ନେଇ ତିଆରି ରାକ୍ଷୀ

Untitled 1

ରାକ୍ଷୀ  ବଜାର ଏବେ ସରଗରମ। ଦୋକାନରେ ମିଳୁଛି ଭଳିକି ଭଳି ଡିଜାଇନ୍‌ ଓ ରଙ୍ଗ ବେରଙ୍ଗ ରାକ୍ଷୀ। ତେବେ ବିଭିନ୍ନ ପ୍ରକାର ଖାଦ୍ୟଶସ୍ୟକୁ ନେଇ ରାକ୍ଷୀ ଦେଖିଛନ୍ତି କି। ଏଭଳି ନିଆରା ରାକ୍ଷୀ ତିଆରି କରିଛନ୍ତି ଉଦଳା ରାଢୋ ବିଦ୍ୟାଳୟ  ଛାତ୍ରଛାତ୍ରୀ। ନିଆରା ଢଙ୍ଗରେ ପାଳିବେ ରକ୍ଷାବନ୍ଧନ। ସେମାନେ ବଜାରରୁ ରାକ୍ଷୀ ନକିଣି ନିଜ ହାତରେ ବିଭିନ୍ନ ପ୍ରକାର ଶସ୍ୟରେ ଅର୍ଥାତ  ଡାଲି, ଚାଉଳ, ବିରି, ଚୁଡା ଓ ମୁଗ ଆଦିକୁ ବ୍ୟବହାର କରି ରାକ୍ଷୀ ତିଆରି କରିଛନ୍ତି।

ବିଦ୍ୟାଳୟରେ ଏହି ପରମ୍ପରା ଦୀର୍ଘ ବର୍ଷ ଧରି ଚାଲି ଆସୁଛି। ଏମିତି ରାକ୍ଷୀ ପ୍ରସ୍ତୁତି ଦ୍ୱାରା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦକ୍ଷତା ବୃଦ୍ଧି ପାଇଥାଏ। ଅନ୍ୟପଟେ ଛାତ୍ରଛାତ୍ରୀମାନଙ୍କ ଏହି ନିଆରା ପ୍ରୟାସ ଅନ୍ୟମାନଙ୍କ ପାଇଁ ସାଜିଛି ଅନନ୍ୟ ଉଦାହରଣ।

ପଢନ୍ତୁ: ପାକିସ୍ତାନୀ ବିବାହରେ ଗୀତ ଗାଇ ଭାରତରେ ବ୍ୟାନ ହେଲେ ମିକା ସିଂହ

Related posts

ବିଏସପି ମୁଖ୍ୟ ମାୟାବତୀ ଆସିବେ ଜୟପୁର

ENO Beuro

ଚାରିଦିନିଆ ନୂଆଦିଲ୍ଲୀ ଗସ୍ତରେ ନବୀନ :ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ENO Beuro

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

Ratnamani Moharana

1 comment

ହୀରାକୁଦ ଗେଟ୍ ଖୋଲିବା ପରେ ମହାନଦୀରେ ବନ୍ୟା ଆଶଙ୍କା August 14, 2019 at 2:14 pm

[…] ଛାତ୍ରଛାତ୍ରୀଙ୍କ ନିଆରା ଉଦ୍ୟମ, ଖାଦ୍ୟଶସ୍… […]

Leave a Comment