News

୧୫୦ତମ ଗାନ୍ଧୀ ଜୟନ୍ତୀରେ କାଏଦିଙ୍କୁ ସ୍ଵତନ୍ତ୍ର କ୍ଷମା ପ୍ରଦାନ ଉପରେ କ୍ୟାବିନେଟ ମୋହର

ଆସନ୍ତା ଅକ୍ଟୋବର ୨ ତାରିଖରେ ପାଳିତ ହେବାକୁ ଯାଉଛି ଜାତିର ପିତା ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜନ୍ମଜୟନ୍ତୀ। ଏହି ଅବସରରେ ଦେଶର ବିଭିନ୍ନ ଜେଲ୍‍ରେ ଜେଲ ଦଣ୍ଡ ଭୋଗୁଥିବା କଏଦୀଙ୍କୁ ମୁକ୍ତ କରିବାକୁ ସରକାର ଚିନ୍ତା କରୁଛନ୍ତି। ସ୍ଵତନ୍ତ୍ର କ୍ଷମା ପ୍ରଦାନ କରାଯିବା ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛନ୍ତି। ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଧକ୍ଷତାରେ ଆଜି ଅନୁଷ୍ଟିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଏହି ନିଷ୍ପତି ନିଆଯାଇଛି।

୫୫ ବର୍ଷରୁ ଅଧିକ ବୟସ୍କ ମହିଳା ଏବଂ ୬୦ ବର୍ଷରୁ ଅଧିକ ବୟସ୍କ ପୁରୁଷ କଏଦୀଙ୍କୁ ସ୍ବତନ୍ତ୍ର ଦଣ୍ଡ କ୍ଷମା ଯୋଜନା ଅର୍ନ୍ତଗତ ଜେଲ୍‌ରୁ ମୁକ୍ତ କରାଯିବ। ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ଅବସରରେ ଏହା ହେବ ବୋଲି କେନ୍ଦ୍ର ସରକାର ସୂଚିତ କରିଛନ୍ତି। ତେବେ ଯୌତୁକ ହତ୍ୟା, ବଳାତ୍କାର, ମାନବ ଚାଲାଣ, ପୋଟା, ଟାଡ଼ା, ୟୁଏପିଏ ଆଦି ମାମଲାରେ କାରାଦଣ୍ଡ ଭୋଗୁଥିବା କଏଦୀ ଏହି ଯୋଜନା ପରିସରଭୁକ୍ତ ହେବେ ନାହିଁ ବୋଲି ସରକାର ସୂଚିତ କରିଛନ୍ତି।

ପଢନ୍ତୁ; ସମ୍ବଲପୁରରେ ମାଛରେ ମିଳିଲା ଫର୍ମାଲିନ୍‌

Related posts

କାଶ୍ମୀର ଅଂଚଳର ଏକ ୯ ବର୍ଷର ବାଳକ ଆବିଷ୍କାର କଲେ କାଉଣ୍ଟିଂ ପେନ୍‌!

ENO Beuro

ଶଶିକଳାଙ୍କ ସ୍ୱାମୀ ନଟରାଜନଙ୍କ ପରଲୋକ, ୧୫ ଦିନ ପାରୋଲ୍‌ରେ ଯିବାକୁ ଆବେଦନ

ENO Beuro

ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ମାଲକାନଗିରି ଓ କୋରାପୁଟ୍‌ରେ କଡ଼ା ସୁରକ୍ଷା ବ୍ୟବସ୍ଥା

Ratnamani Moharana

1 comment

Leave a Comment