Featured

ଖୁସି ଖବର ! ବଢିବାକୁ ଯାଉଛି ଆପଣଙ୍କ ଦରମା , ଜାଣିରଖନ୍ତୁ କେଉଁ କ୍ଷେତ୍ରରେ ମିଳିବ କେତେ ଦରମା?

ସୂଚନା ଅନୁସାରେ, ୨୦୧୭ରେ ନିଯୁକ୍ତି କ୍ଷେତ୍ରରେ ୮ରୁ ୧୦ ପ୍ରତିଶତ ଦରମା ବୃଦ୍ଧି ପାଇଥିଲା । ଯାହାକି ୨୦୧୮ରେ ବୃଦ୍ଧି ପାଇଁ ୧୦ରୁ ୧୨ ପ୍ରତିଶତ ହେବା ନେଇ ସମ୍ଭାବନା ରହିଛି । ଖାଲି ଏତିକି ନୁହେଁ ଚଳିତ ବର୍ଷ ଭଲ ଇନକ୍ରିମେଂଟ ମଧ୍ୟ ହୋଇପାରେ ବୋଲି ଅନୁମାନ କରାଯାଇଛି । ୨୦୧୮ ଯେଉଁଠି ନିଯୁକ୍ତି କ୍ଷେତ୍ର ପାଇଁ ଶୁଭ ବୋଲି ପ୍ରମାଣିତ ହୋଇପାରେ ସେଇଠି ଅନେକ ସେକ୍ଟରରେ ଭଲ ଦରମା ମିଳିବାର ମଧ୍ୟ ସମ୍ଭାବନା ରହିଛି । ତେବେ ଜାଣନ୍ତୁ କେଉଁ ସେକ୍ଟରରେ କେତେ ପରିମାଣର ଦରମା ବୃଦ୍ଧି ହେବାର ଆଶା କରାଯାଇଛି ;

-ଚଳିତ ବର୍ଷ ଆଇଟି ସେକ୍ଟରରେ ଭଲ ଅପ୍ରେଜଲ ହୋଇପାରେ । ଯଦି ଆପଣ ଆଇଟି କ୍ଷେତ୍ରରେ କାମ କରୁଛନ୍ତି ତେବେ ଆପଣଙ୍କୁ ୮ ପ୍ରତିଶତ ଅପ୍ରେଜଲ ମିଳିବାର ସମ୍ଭାବନା ରହିଛି ।

-ଆପଣ ଇ-କମର୍ସ ଏବଂ ଷ୍ଟାର୍ଟଅଫରେ ୧୫ ପ୍ରତିଶତ ପର୍ଯ୍ୟନ୍ତ ଦରମା ବୃଦ୍ଧି ନେଇ ଆଶା ରଖିପାରିବେ । କାରଣ ଏହି କ୍ଷେତ୍ରରେ ଆପଣ ଚାକିରି ବଦଲାଇବା ପାଇଁ ମଧ୍ୟ ଚେଷ୍ଟା କରିପାରିବେ । କାହିଁକି  ନା ଏଥିରେ ଚଳିତ ବର୍ଷ ଭଲ ଗ୍ରୋଥ୍ ହେବାର ସମ୍ଭାବନା ରହିଛି ।

-ଯଦି ଆପଣ ଏଫଏମସିଜି  ଏବଂ କମ୍ପ୍ୟୁଟର ଗୁଡ୍ସ ସେକ୍ଟରରେ କାମ କରୁଛନ୍ତି ତେବେ ଏକ୍ଷେତ୍ରରେ ବି ଆପଣଙ୍କୁ ଆପଣଙ୍କର ପର୍ଫମାନ୍ସକୁ ଆଧାର କରି ୮ରୁ ୧୫ ପ୍ରତିଶତ ଅପ୍ରେଜଲ ମିଳିପାରେ ।

-ସେହିପରି ଯଦି ଆପଣ ଆଇଟିଇଏସ  ସେକ୍ଟରରେ କାମ କରୁଛନ୍ତି । ତେବେ ଆପଣ ନିଶ୍ଚିତ ହୋଇଯାଆନ୍ତୁ କି ଚଳିତ ବର୍ଷ ଆପଣଙ୍କର ୧୦ରୁ ୧୫ ପ୍ରତିଶତ ଅପ୍ରେଜଲ ହୋଇପାରେ ।

– ଏଭଳି ଭାବରେ ଯଦି ଆପଣ କୌଣସି ଫାର୍ମ କିମ୍ବା ଲାଇଫସାଇନ୍ସ ସେକ୍ଟରରେ କାମ କରୁଛନ୍ତି ତେବେ ଚଳିତବର୍ଷ ଭଲ ଲାଭ ମିଳିବ ବୋଲି ଆପଣ ଆଶା ନିଶ୍ଚୟ ରଖିପାରିବେ । ତେବେ ଗବେଷକଙ୍କ ମତାନୁସାରେ, ଏଥିରେ ଆପଣଙ୍କର ଦରମା ୮ରୁ ୧୫ ପ୍ରତିଶତ ବୃଦ୍ଧିପାଇପାରେ ।

ପଢନ୍ତୁ ;

୪ ଜୈଶ-ଏ-ଅହମ୍ମଦ ଆତଙ୍କବାଦୀଙ୍କୁ ଗୁଳି କଲେ ଯବାନ : ଜମ୍ମୁ ଓ କଶ୍ମୀର

Related posts

ଆଜି ଇସଲାମ୍ ଧର୍ମର ପବିତ୍ର ଇଦ୍-ଉଲ-ଜୁହା, ବିଭିନ୍ନ ମସଜିଦରେ ସମୂହ ନମାଜ ପାଠ

ENO Beuro

Ruchi Prativa Samman – 2017 At Saheed Bhawan On August 19

ENO Beuro

Veteran Bollywood Actress Reema Lagoo Passed Away Following Cardiac Arrest

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More