VASTU

ଆସନ୍ତା କାଲି ପବିତ୍ର ଜନ୍ମାଷ୍ଟମୀ : ଜାଣନ୍ତୁ ଏହାର ତିଥି, ମୁହୂର୍ତ୍ତ, ନିୟମ ଏବଂ ମହତ୍ତ୍ୱ

Article83

ଆସନ୍ତା କାଲି ଅନୁଷ୍ଠିତ ହେବାକୁ ଯାଉଛି ପବିତ୍ର ଜନ୍ମାଷ୍ଟମୀ । ଏହି ଦିନରେ ଭଗବାନ ଶ୍ରୀକୃଷ୍ଣ ଧରାପୃଷ୍ଠକୁ ଅବତରଣ କରିଥିଲେ । ଦେବକୀ ଓ ବସୁଦେବଙ୍କ ଅଷ୍ଟମ ସନ୍ତାନ ଭାବେ ମହାରାଜା କଂସଙ୍କ କାରଗାରରେ ଜନ୍ମ ନେଇଥିଲେ ଭଗବାନ ଶ୍ରୀକୃଷ୍ଣ । ପୃଥିବୀ ପୃଷ୍ଠରୁ ପାପର ଭାର କମାଇବା ପାଇଁ ଏବଂ ସାଧୁସନ୍ଥଙ୍କ ରକ୍ଷା ପାଇଁ ଭଗବାନ ବିଷ୍ଣ ଧାରଣ କରିଥିଲେ କୃଷ୍ଣ ଅବତାର ।

Janmatami
Janmatami

କୃଷ୍ଣଙ୍କ ଜନ୍ମ ଦିବସକୁ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ବୋଲି କୁହାଯାଏ । ଜନ୍ମାଷ୍ଟମୀ କେବଳ ଭାରତରେ ନୁହେଁ ବରଂ ବିଦେଶରେ ବାସକରୁଥିବା ତଥା ପ୍ରବାସୀଭାରତୀୟମାନେ ମଧ୍ୟ ପୁରା ନିଷ୍ଠାର ସହ ପାଳନ କରିଥାନ୍ତି । ତେବେ ଆସନ୍ତୁ ଜାଣିବା ପବିତ୍ର ଜନ୍ମାଷ୍ଟମୀ ସଂପର୍କରେ କିଛି ବିଶେଷ କଥା ।

ଜନ୍ମାଷ୍ଟମୀର ଶୁଭ ମୂହୁର୍ତ୍ତ ଏବଂ ନିୟମ

• ଶାସ୍ତ୍ର ଅନୁସାରେ, ଭଗବାନ ଶ୍ରୀକୃଷ୍ଣଙ୍କର ଜନ୍ମ ଅଷ୍ଟମୀ ତିଥିର ରୋହିଣୀ ନକ୍ଷତ୍ରରେ ହୋଇଥିଲା । ଏହି ଦିନରେ ବୃଷ ରାଶିରେ ଚନ୍ଦ୍ର ଅବସ୍ଥାନ କରିଥିବାବେଳେ ସିଂହ ରାଶିରେ ସୂର୍ଯ୍ୟ ଅବସ୍ଥାନ କରିଥାନ୍ତି । ଯେଉଁଥି ପାଇଁ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ ବି ଏହି ସମୟରେ ହିଁ ପାଳନ କରାଯାଇଥାଏ ।

• ଏହି ପବିତ୍ର ପର୍ବରେ ପ୍ରଭୁଙ୍କ ଆରାଧନା ପାଇଁ ରାଜ୍ୟର ବିଭିନ୍ନ ଦେବାଳୟରେ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଥାଏ ।

• ରାତି ତମାମ୍ ଉଜାଗର ରହି ଅତ୍ୟନ୍ତ ଶ୍ରଦ୍ଧାର ସହ ପ୍ରଭୁଙ୍କୁ ସ୍ମରଣ କରିବା ସହ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମଦିନଟିକୁ ଅତ୍ୟନ୍ତ ଭକ୍ତିର ସହ ପାଳନ କରିଥାନ୍ତି ।

ଜନ୍ମାଷ୍ଟମୀର ଅର୍ଥ ଏବଂ ମହତ୍ତ୍ୱ

• ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ଭାଦ୍ରବମାସ କୃଷ୍ଣ ଅଷ୍ଟମୀ ତିଥିରେ ହୋଇଥିବା କାରଣରୁ ଏହାକୁ କୃଷ୍ଣ ଜନ୍ମାଷ୍ଟମୀ ବୋଲି କୁହାଯାଏ ।

• ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ରୋହିଣୀ ନକ୍ଷତ୍ରରେ ହୋଇଥିଲା, ଏଥିପାଇଁ ଜନ୍ମାଷ୍ଟମୀର ନିର୍ଦ୍ଧାରିତ ତିଥି ତଥା ରୋହିଣୀ ନକ୍ଷତ୍ରକୁ ବେଶି ଗୁରୁତ୍ୱ ଦିଆଯାଇଥାଏ ।

• ଏହି ଦିନ ପ୍ରଭୁ ଶ୍ରୀକୃଷ୍ଣଙ୍କର ପୂଜା କରିବା ଦ୍ୱାରା ସନ୍ତାନ ପ୍ରାପ୍ତି, ଆୟୁ ତଥା ସମୃଦ୍ଧି ପ୍ରାପ୍ତି ହୋଇଥାଏ ।

• ଗ୍ରହ ଦୋଷ ଥିଲେ ଏହି ବ୍ରତ ଅତି ନିଷ୍ଠାର ସହ କରିବାଦ୍ୱାରା ସୁଫଳ ମିଳିଥାଏ ।
ଜନ୍ମାଷ୍ଟମୀର ଅନ୍ୟ ଏକ ବିଶେଷତ୍ୱ ମଧ୍ୟ ରହିଛି, ଭଗବାନ ଶ୍ରୀକୃଷ୍ଣଙ୍କ ପବିତ୍ର ଜନ୍ମତିଥିକୁ ବା ‘ଜନ୍ମାଷ୍ଟମୀ’କୁ ‘ବ୍ରତରାଜ’ ବୋଲି କୁହାଯାଏ । ବିଶ୍ୱାସ ରହିଛି, ଏହି ଗୋଟିଏ ଦିନ ବ୍ରତ ରଖିବା ଦ୍ୱାରା ହିଁ ଅନେକ ଓଷାଉପବାସର ଫଳ ମିଳିଥାଏ । ଯଦି ଆପଣ ନିଷ୍ଠାର ସହ ଏହି ବ୍ରତ ପାଳନ କରନ୍ତି ତେବେ ତେବେ ଏହାଦ୍ୱାରା ଆପଣଙ୍କ ସମସ୍ତ ମନସ୍କାମନା ପୁରଣ ହୋଇଥାଏ ।

ପଢନ୍ତୁ: ଏହି ରାଶିର ପୁଅମାନେ ନିଜ ସାଥୀଙ୍କୁ ତାଙ୍କ ଅକ୍ତିଆରରେ ରଖିବାକୁ ପସନ୍ଦ କରନ୍ତି, ଜାଣନ୍ତୁ ରାଶି ସମ୍ପର୍କରେ

Related posts

ଦିନ ଅନୁସାରେ କିଣନ୍ତୁ ଜିନିଷ, ମିଳିବ ମା ଲକ୍ଷ୍ମୀଙ୍କ କୃପା

ENO Beuro

ବାସ୍ତୁଶାସ୍ତ୍ର ଅନୁସାରେ କେଉଁ ଦିଗରେ ରୋଷେଇ ଘର କଲେ ଶୁଭ ହୋଇଥାଏ ଜାଣନ୍ତୁ

ENO Beuro

ଆସନ୍ତୁ ଜାଣିବା କେଉଁ କେଉଁ କାମ କରିବା ପୂର୍ବରୁ ଗୋଡ ଧୋଇବା ଉଚିତ!

ENO Beuro