ରାଜଧାନୀର ବିଭିନ୍ନ ମଣ୍ଡପରେ ବୁଲିଲା BMCର ସ୍ୱତନ୍ତ୍ର ଟିମ୍ । କୋଭିଡ ଗାଇଡଲାଇନ ମଧ୍ୟରେ ଶାରଦୀୟ ପୂଜାକୁ ଅନୁମତି ଦିଆଯାଇଛି । ଏହି କ୍ରମରେ ମଣ୍ଡପରେ ଶ୍ରଦ୍ଧାଳୁ ମାସ୍କ ବ୍ୟବହାର କରୁଛନ୍ତି କି ନାହିଁ, ପୂଜାରେ ସାମାଜିକ ଦୂରତାକୁ କିଭଳି ପାଳନ କରାଯାଉଛି ସେହି ସ୍ଥିତି ପରଖିଛି ବିଏମସିର ସ୍ବତନ୍ତ୍ର ଟିମ୍ । ସୀମିତ ସଂଖ୍ୟାରେ ଶ୍ରଦ୍ଧାଳୁ ଓ ପୂଜା କମିଟି ସଦସ୍ୟଙ୍କୁ ନେଇ ଦେବୀ ମା’ଙ୍କ ପୂଜା ପାଇଁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି । ଏହି ନିୟମରେ ବ୍ୟତିକ୍ରମ ହେଲେ ପୂଜା କମିଟି ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବ ପ୍ରଶାସନ । ଭୁବନେଶ୍ବରର ବର୍ତ୍ତମାନ ୟେଲୋ ଜୋନ୍ରେ ରହିଛି । ଏଥିପାଇଁ ସଭିଁଙ୍କୁ ସତର୍କ ରହିବାକୁ କୁହାଯାଇଛି । ଭିଡ଼ ଏଡ଼ାଇବାକୁ ରାତିରେ ନାଇଟ କର୍ଫ୍ୟୁ ଜାରି ହୋଇଛି । ମା’ଙ୍କ ପୂଜା ବେଳେ ରାତି ୮ ପରେ ଘରୁ ବାହାରିଲେ ମୋଟା ଅଙ୍କର ତଣ୍ଡ ଗଣୁଛନ୍ତି ଲୋକେ । ପୂଜା ବେଳେ ସମସ୍ତ ସ୍ଥିତିକୁ ଅନୁଧ୍ୟାନ କରୁଛି ବିଏମସି । ଯେକୌଣସି ପୂଜା ମଣ୍ଡପ ଗାଇଡଲାଇନ୍ ଭଙ୍ଗ କଲେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ । ତେବେ ପ୍ରାୟ ସମସ୍ତ ପୂଜା ମଣ୍ଡପ ଗାଇଡଲାଇନ ମାନି ମା’ଙ୍କ ନୀତିକାନ୍ତି କରାଯାଉଛି ।
ପଢନ୍ତୁ: ଆର୍ୟନଙ୍କୁ ମିଳିଲାନି ଜାମିନ