Loading...

ଏଣିକି ସ୍ପିଡ୍ ଲିମିଟ୍ ୫୦ ବଦଳରେ ହେବ ୭୦

ଏଣିକି ସ୍ପିଡ୍ ଲିମିଟ୍ ୫୦ ବଦଳରେ ହେବ ୭୦

ରାଜଧାନୀର ୧୧ଟି ପ୍ରମୁଖ ରାସ୍ତାରେ ଗାଡ଼ିର ବେଗ ଘଣ୍ଟା ପ୍ରତି ୫୦ କିଲୋମିଟର ଡେଇଁଲେ ମୋବାଇଲ ଫୋନକୁ ଯାଉଥିଲା ଚାଲାଣ ମେସେଜ୍। ୨ ହଜାର ଟଙ୍କା ଜରିମାନ ପଡ଼ୁଥିଲା।

ରାଜଧାନୀର ୧୧ଟି ପ୍ରମୁଖ ରାସ୍ତାରେ ଗାଡ଼ିର ବେଗ ଘଣ୍ଟା ପ୍ରତି ୫୦ କିଲୋମିଟର ଡେଇଁଲେ ମୋବାଇଲ ଫୋନକୁ ଯାଉଥିଲା ଚାଲାଣ ମେସେଜ୍। ୨ ହଜାର ଟଙ୍କା ଜରିମାନ ପଡ଼ୁଥିଲା। ମେଡିକାଲ୍ ଓ ଅନ୍ୟ ଜରୁରୀ କାମରେ ଯାଉଥିବା ଚାଳକ ଅଡ଼ୁଆରେ ପଡ଼ୁଥିଲେ। ଏପରିକି ପୁଲିସ ଗାଡ଼ି, ସରକାରୀ ଗାଡ଼ି, ଆମ୍ବୁଲାନ୍ସକୁ ମଧ୍ୟ ଯାଉଥିଲା ଚାଲାଣ। ଯାହାକୁ ନେଇ କମିସନରେଟ ପୁଲିସ ପାଖରେ ସଂଖ୍ୟାଧିକ ଅଭିଯୋଗ ପହଞ୍ଚିଥିଲା। ଆଗକୁ ଏହି ରାସ୍ତାରେ ଗାଡ଼ି ନେଇ ଯାଉଥିବା ଚାଳକଙ୍କୁ ଆଶ୍ବସ୍ତି ମିଳିବ। ୫୦ କିମି ବଦଳରେ ଏହି ବେଗ ୭୦ କିଲୋମିଟର ହେବ ବୋଲି ଜଣାପଡ଼ିଛି। ଏ ନେଇ କମିସନରେଟ ପୁଲିସ ପକ୍ଷରୁ ପରିବହନ ବିଭାଗକୁ ପ୍ରସ୍ତାବ ଦିଆଯିବ। ସେଠାରୁ ମଞ୍ଜୁରି ମିଳିବା ପରେ ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି ଜଣାପଡ଼ିଛି।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.