News

ଇଦ୍‌ ଅବସରରେ ନମାଜ ପଢ଼ୁଥିବା ବେଳେ ଚଢ଼ିଗଲା କାର୍‌

Nm

ଆଜି ପବିତ୍ର ଇଦ୍‌ । ମୁସଲମାନ ସଂପ୍ରଦାୟର ପବିତ୍ର ପର୍ବ। ଦେଶବ୍ୟାପୀ ଇଦ୍ ପାଳନ ଚାଲିଥିବା ବେଳେ ଦିଲ୍ଲୀରେ ବଡ଼ଧରଣର ଅଘଟଣ ଘଟିଛି।  ଦିଲ୍ଲୀର ଖୁରେଜି ଅଞ୍ଚଳରେ ଥିବା ଏକ ମସଜିଦ୍‌ ନିକଟରେ ମୁସଲିମ ସଂପ୍ରଦାୟର ଲୋକମାନେ ସମୂହ ନମାଜ ପାଠ କରୁଥିବା ବେଳେ ଏକ ଦ୍ରୁତଗାମୀ କାର୍‌  ସେମାନଙ୍କ ଉପରେ ଚଢ଼ି ଯାଇଛି।

ଏଥିରେ ୧୭ ଜଣ ଗୁରୁତର ଆହତ ହୋଇଛନ୍ତି। ପୁଲିସ୍‌ ଘଟଣସ୍ଥଳରେ ପହଞ୍ଚି ପ୍ରଥମେ ଆହତଙ୍କୁ ହସ୍ପିଟାଲ୍‌ ନେଇଥିଲା। ଏବେ ଦୁର୍ଘଟଣା ଘଟାଇଥିବା କାର୍‌ର ଡ୍ରାଇଭର୍‌ଙ୍କୁ ପୁଲିସ୍‌ ଖୋଜୁଛି। ଗାଡ଼ି ନମ୍ବରରୁ ଡ୍ରାଇଭରଙ୍କ ଠିକଣା ଠାବ କରି ତାଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ପୁଲିସ୍‌ କହିଛି।

ପଢନ୍ତୁ: ଆକାଶ ପଥରେ ପୂର୍ବ ସହ ଯୋଡି ହେଲା ପଶ୍ଚିମ ଓଡିଶା

Related posts

ଜଣା ଶୁଣା ବରିଷ୍ଠ ସାମ୍ବାଦିକ ବିନୋଦ ବର୍ମା ବ୍ଲାକମେଲି ମାମଲାରେ ଗିରଫ

ENO Beuro

ଟ୍ରେନ ଏବଂ ରେଳ ଷ୍ଟେସନରେ ଲାଗିବ ସିସିଟିଭି କ୍ୟାମେରା

ENO Beuro

କୃଷ୍ଣା ନଦୀ ଡଂଗା ବୁଡି ଘଟଣାରେ ୧୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ନିଖୋଜ

ENO Beuro

Leave a Comment