News

ଜରୁରୀ ଅବତରଣ ସମୟରେ ରନ୍‌ଓ୍ୱେରୁ ଖସିଗଲା ବିମାନ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

Untitled 1

ଭାରତରେ ଏବେ ଚାଲିଛି ମୌସୁମୀ  ପ୍ରଭାବ। ଭାରତର ମାୟନଗରୀ କୁହାଯାଉଥିବା ମୁମ୍ବାଇ ତ ମୌସୁମିରେ ହୋଇଯାଏ ବେହାଲ। ତେବେ ମୁମ୍ବାଇରେ ସୋମବାର ବିଳମ୍ୱିତ ରାତିରେ ଏକ ବଡ଼ଧରଣର ଦୁର୍ଘଟଣାରୁ ସ୍ପାଇସ୍ ଜେଟର ଏକ ବିମାନ ଅଳ୍ପକେ ବର୍ତ୍ତି ଯାଇଥିବାବେଳେ ନିଷ୍କିତ ମୃତ୍ୟୁ ମୁଖରୁ ବଞ୍ଚିଯାଇଛି ଅନେକ ଯାତ୍ରୀଙ୍କ ଜୀବନ। ଜୟପୁରରୁ ମୁମ୍ୱାଇ ଆସିଥିବା ସ୍ପାଇସ୍ ଜେଟ୍ ବିମାନ ମୁମ୍ୱାଇ ବିମାନ ବନ୍ଦରରେ ଅବତରଣ କରିବା ବେଳେ ପ୍ରବଳ ବର୍ଷା ଯୋଗୁଁ ରନୱେରେ ପାଣି ଭର୍ତ୍ତି ହୋଇଯାଇଥିବାରୁ ରନ୍‌ୱେରୁ ଖସି ଯାଇଥିଲା। ତେବେ ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରେ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି |

ଲଗାଣ ବର୍ଷା ପାଇଁ ମୁମ୍ୱାଇ ଏୟାରପୋର୍ଟର ମୁଖ୍ୟ ବିମାନ ବନ୍ଦର ବନ୍ଦ କରି ଦିଆଯାଇଛି। ଏହା ପୂର୍ବରୁ ରବିବାର ରାତିରେ ସୁରତ କଷ୍ଟମ୍‌ ବିମାନ ବନ୍ଦରରେ ମଧ୍ୟ ରନ୍‌ଓ୍ୱେରୁ ବିମାନ ବାହାରି ଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ମୁମ୍ବାଇ ବିମାନବନ୍ଦରକୁ ଆସୁଥିବା ବିମାନକୁ ନିକଟସ୍ଥ ଏୟାରପୋର୍ଟରେ ଅବତରଣ କରିବାକୁ କୁହାଯାଇଛି | ସେହିପରି ରେଳଧାରଣରେ ପାଣି ଜମିରହିଥିଵାରୁ ୮ଟି ଟ୍ରେନକୁ ରଦ୍ଦ କରିଦିଆଯାଇଛି | ବଳ ବର୍ଷାକୁ ନଜରରେ ରଖି ଆଜି ମୁମ୍ବାଇରେ ଛୁଟି ଘୋଷଣା କରାଯାଇଛି |

ପଢନ୍ତୁ: ଅବପାତର ରୂପ ନେଉଛି ଲଘୁଚାପ, ଆଜି ୧୨ ଜିଲ୍ଲାରେ ପ୍ରବଳ ବର୍ଷିବ

Related posts

ଧମକପୂର୍ଣ୍ଣ ଚିଠିରୁ ଦିଗ ବଦଳାଇଲା ଜେଟ ଏୟାରୱେଜର ୯ଡବ୍ଲ୍ୟୁ୩୩ ବିମାନ

ENO Beuro

ପୁଣି ଆତଙ୍କବାଦୀଙ୍କ ବଡ ଆକ୍ରମଣ ଯୋଜନା, ୫୦୦ କିଲୋ ବିସ୍ପୋରକ ବ୍ୟବହାରର ପ୍ରସ୍ତୁତି

ENO Beuro

୮୧ଟି ନିବେଶ ଭିତ୍ତିକ ପ୍ରକଳ୍ପ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ENO Beuro

Leave a Comment