News

ଟାୟାର ଫାଟି ଯିବାରୁ ଜୟପୁରରେ ଜରୁରୀ ଅବତରଣ କଲା ଦୁବାଇରୁ ଆସିଥିବା ସ୍ପାଇସ୍‌ ଜେଟ୍‌

Untitled 1

ବିମାନ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତୀ ଯାଇଛି ସ୍ପାଇସ ଜେଟର ବିମାନ। ଅଳ୍ପକେ ବର୍ତ୍ତୀ ଯାଇଛି ବହୁ ଜୀବନ। ଆଜି  ଟାୟାର୍‌ ଫାଟି ଯିବାରୁ ଦୁବାଇରୁ ଆସିଥିବା ଗୋଟାଏ ସ୍ପାଇସ୍‌ ଜେଟ୍‌ ବିମାନ ଜୟପୁର ଆନ୍ତର୍ଜାତିକ ବିମାନ ବନ୍ଦର  ଠାରେ ଜରୁରୀ ଅବତରଣ କରିଛି। ଜୟପୁରରେ ବିମାନ ଅବତରଣ କରୁଥିବା ସମୟରେ, ଦୁବାଇରେ ଟାୟାର୍‌ ଫାଟିଯାଇଥିବା ଅନୁମାନ କରି ଜୟପୁର ଏଟିସି ପାଇଲଟ୍‌ମାନଙ୍କୁ ସୂଚନା ଦେଇଥିଲେ। କ୍ରୁ’ମାନେ ସେମାନଙ୍କର ପଦ୍ଧତି ଅନୁସରଣ କରି ନିରାପଦରେ ଜୟପୁରରେ ଅବତରଣ କରିଥିଲେ।

ଏସ୍‌ଜି-୫୮ ବିମାନରେ ୧୮୯ ଜଣ ଯାତ୍ରୀ ଥିଲେ। ସକାଳ ୯ଟା ବେଳେ ଜୟପୁରସ୍ଥିତ ବିମାନ ବନ୍ଦରରେ ଅବତରଣ କରିବା ସମୟରେ ଏହାର ଟାୟାର୍‌ ଫାଟି ଯାଇଥିଲା। ତୁରନ୍ତ ସମସ୍ତ ପ୍ରକାର ଜରୁରୀ ବ୍ୟବସ୍ଥା ସକ୍ରିୟ କରାଯାଇଥିଲା। ସମସ୍ତ ଯାତ୍ରୀ ଏବଂ କ୍ରୁ’ମାନଙ୍କୁ ନିରାପଦରେ ବିମାନ ମଧ୍ୟରୁ ବାହାରକୁ ଅଣାଯାଇଥିଲା। କେହି ଆହତ ହୋଇ ନାହାନ୍ତି।

ପଢନ୍ତୁ: ଡିଆରଡିଓକୁ ବଡ଼ ସଫଳତା; ହାଇପରସୋନିକ ଟେକ୍ନୋଲୋଜି ଡେମନଷ୍ଟ୍ରେଟର ଭେହିକଲ୍‌ର ସଫଳ ପରୀକ୍ଷଣ

Related posts

ଆମେରିକାର ହାଇସ୍କୁଲରେ ଗୁଳିକାଣ୍ଡ : ପୂର୍ବତନ ଛାତ୍ରଙ୍କ ଗୁଳିରେ ୧୭ଜଣଙ୍କ ମୃତ୍ୟୁ

ENO Beuro

ଇପିଏଫ ଆକାଉଂଟଧାରୀଙ୍କ ପାଇଁ ଦୁଃସମ୍ବାଦ , ମିଳୁଥିବା ସୁଧ ଉପରେ ମଧ୍ୟ ଦେବାକୁ ପଡିବ ଟାକ୍ସ

ENO Beuro

ଦିଲ୍ ଜିତିଲେ ଭାଇଜାନ, ଦୁଲିକିଲା ବାରବାଟୀ

ENO Beuro

Leave a Comment