SPORTS

ବାରବାଟୀ ଆସିପାରନ୍ତି ବାହୁବଳୀ ପ୍ରଭାସ

By ENO Beuro

November 16, 2018

ରାଜଧାନୀର କଳିଙ୍ଗ ଷ୍ଟାଡିୟମରେ ଆସନ୍ତା ୨୮ରୁ ଆରମ୍ଭ ହେବ ପୁରୁଷ ହକି ବିଶ୍ୱ କପ । ଏହି ହକି ବିଶ୍ୱକପର ପ୍ରମୋସନାଲ ଇଭେଣ୍ଟ କଟକ ବାରବାଟୀ କ୍ରିକେଟ ଷ୍ଟାଡିୟମରେ ୨୮ ତାରିଖରେ ଅନୁଷ୍ଠିତ ହେବ ।

ବାରବାଟୀ ଷ୍ଟାଡିୟମରେ ଏ.ଆର.ରହମାନଙ୍କ ଯାଦୁକରୀ ସଂଗୀତ ଶୁଣିବାର ସୁଯୋଗ ପାଇବେ ଦର୍ଶକ। କେବଳ ଏ.ଆର.ରହମାନ ନୁହନ୍ତି, ଏହି କାର୍ଯ୍ୟକ୍ରମକୁ ମେଗାହିଟ୍ ଚଳଚ୍ଚିତ୍ର ‘ବାହୁବଳୀ’ର ହିରୋ ପ୍ରଭାସ ମଧ୍ୟ ଆସିବାର ଯୋଜନା ରହିଛି।

ବାରବାଟୀ ଷ୍ଟାଡିୟମରେ ୨୫ ହଜାରରୁ ଅଧିକ ‌ଦର୍ଶକଙ୍କ ପାଇଁ ଏ.ଆର.ରହମନ ନାଇଟ୍ ଉପଭୋଗ କରିବାର ବ୍ୟବସ୍ଥା କରାଯାଉଛି। ଏଥିପାଇଁ ଅନଲାଇନରେ ଟିକେଟ ବିକ୍ରି ବ୍ୟବସ୍ଥା କରାଯିବ। ଟିକେଟ ମୂଲ୍ୟ ଶହେ ଟଙ୍କାରୁ ୫ଶହ ଟଙ୍କା ରହିବ। ଏ ସଂପର୍କିତ ସମସ୍ତ ସବିଶେଷ ସୂଚନା ଦିନେ, ଦୁଇ ଦିନ ଭିତରେ ଆନୁଷ୍ଠାନିକ ଭାବେ ଜାରି କରାଯିବ। ନଭେମ୍ବର ୨୭ ତାରିଖରେ ବିଶ୍ବ କପ୍ ହକିର ଉଦଘାଟନ କାର୍ଯ୍ୟକ୍ରମ ଭୁବନେଶ୍ବରରେ ଅନୁଷ୍ଠିତ ହେଉଥିଲେ ବି ପ୍ରଥମ ମ୍ୟାଚ୍‌ର ସିଧା ପ୍ରସାରଣ ଓ ଅନ୍ୟ ଏକ ଉଦଘାଟନ କାର୍ଯ୍ୟକ୍ରମ ବାରବାଟୀ ଷ୍ଟାଡିୟମରେ ଆୟୋଜନ କରାଯାଉଛି।

ପଢନ୍ତୁ;  ତାମିଲନାଡ଼ୁରେ ସାମୁଦ୍ରିକ ଘୂର୍ଣ୍ଣିଝଡ଼ ‘ଗାଜା’ ର ତାଣ୍ଡବ, ୨୦ ମୃତ