ଆଜିଠୁ ଜୁନ ୬ ଯାଏଁ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
Loading...
ଗତକାଲି ଅକ୍ଷୟ ପରିଜା ଓ ବ୍ୟବସାୟୀ ଅମୀୟକାନ୍ତ ଦାସଙ୍କୁ ଇଡି ଦୀର୍ଘ ଘଣ୍ଟା ଘାଣ୍ଟିବା ପରେ ଆଜି ସକାଳୁ ଇଡି କାର୍ଯ୍ୟାଳୟରେ ହାଜର ହୋଇଛନ୍ତି ଶ୍ରଦ୍ଧାଞ୍ଜଳି ବେହେରା । ଇଡି ପକ୍ଷରୁ ବାରମ୍ବାର ସମନ କରାଯିବା ପରେ ଆଜି ସକାଳୁ ଏହାର କାର୍ଯ୍ୟାଳୟରେ ହାଜର ହୋଇଛନ୍ତି ଶ୍ରଦ୍ଧାଞ୍ଜଳି ।
ଗତକାଲି ଅକ୍ଷୟ ପରିଜା ଓ ବ୍ୟବସାୟୀ ଅମୀୟକାନ୍ତ ଦାସଙ୍କୁ ଇଡି ଦୀର୍ଘ ଘଣ୍ଟା ଘାଣ୍ଟିବା ପରେ ଆଜି ସକାଳୁ ଇଡି କାର୍ଯ୍ୟାଳୟରେ ହାଜର ହୋଇଛନ୍ତି ଶ୍ରଦ୍ଧାଞ୍ଜଳି ବେହେରା । ଇଡି ପକ୍ଷରୁ ବାରମ୍ବାର ସମନ କରାଯିବା ପରେ ଆଜି ସକାଳୁ ଏହାର କାର୍ଯ୍ୟାଳୟରେ ହାଜର ହୋଇଛନ୍ତି ଶ୍ରଦ୍ଧାଞ୍ଜଳି । ତେଣୁ ଇଡି ତାଙ୍କୁ ମାରାଥନ ଜେରା କରିବାର ଅନୁମାନ କରାଯାଉଛି। ଏଥିସହ ଆଜି ପୁଣି ଥରେ ଇଡି କାର୍ଯ୍ୟାଳୟରେ ଅକ୍ଷୟ ପରିଜା ହାଜର ହେବେ ବୋଲି ଜଣାପଡ଼ିଥିବା ବେଳେ ଉଭୟଙ୍କର ମୁହାଁମୁହିଁ ଜେରା ହୋଇପାରେ ବୋଲି ବି ଶୁଣିବାକୁ ମିଳୁଛି। ଅକ୍ଷୟ ପରିଜା ନୟାପଲ୍ଲୀ ଥାନାରେ କରିଥିବା ଅଭିଯୋଗରେ ଅର୍ଚ୍ଚନା ନାଗ ଓ ଶ୍ରଦ୍ଧାଞ୍ଜଳିଙ୍କ ନାମ ଉଲ୍ଲେଖ କରିଥିଲେ। ଉଭୟ ତାଙ୍କୁ ଟଙ୍କା ମାଗିବା ସହ ବ୍ଲାକମେଲ୍ କରୁଥିବା ସେ ଲିଖିତ ଅଭିଯୋଗ କରିଥିଲେ। ଏହାପରେ ଶ୍ରଦ୍ଧାଞ୍ଜଳି ନିଜେ ଖଣ୍ଡଗିରି ଥାନାରେ ଏକ ଅଭିଯୋଗ କରି ଜଗବନ୍ଧୁ ଓ ତାଙ୍କ ବିଜନେସ ପାର୍ଟନର ଖଗେଶ୍ୱରଙ୍କ ନାମରେ ଅଭିଯୋଗ କରିଥିଲେ। ତେଣୁ ଗୋଟିଏରେ ସେ ଅଭିଯୁକ୍ତ ହୋଇଥିବା ବେଳେ ଅନ୍ୟଟିରେ ସେ ସାଜିଥିଲେ ଅଭିଯୋଗକାରୀ।
ଅର୍ଚ୍ଚନା ମାମଲାକୁ ଏବେ ଇଡି ଜୋରସୋରରେ ଘାଣ୍ଟୁଥିବା ବେଳେ ଏଥିରେ ସମ୍ପୃକ୍ତ ଶ୍ରଦ୍ଧାଞ୍ଜଳିଙ୍କ ନିକଟରୁ ସତ ଉଗାରିବାକୁ ପୂର୍ବରୁ ବହୁ ଥର ସମନ କରିଥିଲା। ଏପରିକି ତାଙ୍କ ଘରକୁ ଯାଇ ସମନ କରିଥିଲେ ବି ସେଠାରେ ସେ ଉପସ୍ଥିତ ନ ଥିଲେ। ଇତି ମଧ୍ୟରେ ଶ୍ରଦ୍ଧାଞ୍ଜଳି ୨୫ଟି ଜାଗା ପରିବର୍ତ୍ତନ କରି ସାରିଥିବା ଜଣାଯାଇଛି। ଗତକାଲି ସେ ଭୁବନେଶ୍ୱରର ଏକ ହୋଟେଲରେ ଥିବା ବେଳେ ପୁଲିସ୍ ତାଙ୍କୁ ଠାବ କରି ଆଜି ଇଡିରେ ହାଜର ହେବାକୁ ସମନ ଦେଇଥିଲା। ତେଣୁ ସେ ସକାଳୁ ସକାଳୁ ଇଡି କାର୍ଯ୍ୟାଳୟରେ ପହଞ୍ଚି ଥିବା ଅନୁମାନ କରାଯାଉଛି।ଶ୍ରଦ୍ଧାଞ୍ଜଳିଙ୍କର ଅର୍ଚ୍ଚନାଙ୍କ ହନିଟ୍ରାପ୍ରେ କ’ଣ ସମ୍ବନ୍ଧ ଅଛି, ତାଙ୍କ ଟ୍ରାପ୍ରେ କେଉ କେଉଁ ବଡ଼ ମୁଣ୍ଡ ପଡ଼ିଥିଲେ, ସେମାନଙ୍କଠାରୁ ସେ କେତେ ଟଙ୍କା ହାତେଇଥିଲେ ଏ ନେଇ ଇଡି ଆଜି ତାଙ୍କୁ ଗୁଡ଼ାଇ ତୁଡ଼ାଇ ପଚାରିବ ବୋଲି ଜଣାପଡ଼ିଛି। ଏଥିସହ ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ବିଜନେସ ପାର୍ଟନର ଖଗେଶ୍ୱରଙ୍କ ସହ ଶ୍ରଦ୍ଧାଞ୍ଜଳିଙ୍କର କିଛି ଲିଙ୍କ ଅଛି କି ସେ ନେଇ ବି ଘାଣ୍ଟିବ ଇଡି।
ଗତକାଲି ଇଡି ଅକ୍ଷୟ ପରିଜାଙ୍କୁ ୬ ଘଣ୍ଟା ଘାଣ୍ଟିଥିଲା। ଏହାପରେ ଇଡି କାର୍ଯ୍ୟାଳୟରୁ ବାହାରିବା ବେଳେ ଓଡ଼ିଶା ଆଇନ ଉପରେ ତାଙ୍କର ସମ୍ପୂର୍ଣ୍ଣ ଭରସା ଥିବା କହିଥିଲେ ଏହି ଫିଲ୍ମ ପ୍ରଯୋଜକ। ଆଜି ବି ଅକ୍ଷୟ ପରିଜା ଇଡିରେ ହାଜର ହେବେ। ତେଣୁ ଉଭୟ ଅକ୍ଷୟ ପରିଜା ଓ ଶ୍ରଦ୍ଧାଞ୍ଜଳିଙ୍କୁ ମୁହାଁମୁହିଁ ଜେରା କରାଯାଇପାରେ ବୋଲି ଅନୁମାନ କରାଯାଉଛି।
ସୂଚନାଯୋଗ୍ୟ, ବ୍ଲାକମେଲ କୁଇନ୍ ଅର୍ଚ୍ଚନା ନାଗଙ୍କ ସମେତ ତାଙ୍କ ସ୍ୱାମୀ ଜଗବନ୍ଧୁ ଓ ବିଜନେସ ପାର୍ଟନର ଖଗେଶ୍ୱର ପୂର୍ବରୁ ବନ୍ଧା ହୋଇ ସାରିଛନ୍ତି। ଏବେ ଏହି ଘଟଣାରେ ଆଉ କିଏ କିଏ ବନ୍ଧା ହେଉଛନ୍ତି, ଏହାର ଚେର କେତେ ଦୂର ଲମ୍ବିଛି ତାହା ଉପରେ ସମସ୍ତଙ୍କ ନଜର ।
Shakespeare, in the beautiful garden, among the party. Some of the hall: in fact she was ever to.
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
ବରଯାତ୍ରୀ ସହ ବାଜା, ରୋଷଣି ନେଇ ବର ବେଶରେ ବାହାରିବେ ମହାପ୍ରଭୁ। କେଦାରଗୌରୀ ମନ୍ଦିରରେ ମା’ ପାର୍ବତୀଙ୍କ ସହ ପ୍ରଭୁ ଲିଙ୍ଗରାଜଙ୍କ ହାତଗଣ୍ଠି ପଡ଼ିବ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ।
ପଞ୍ଚମ ଆଇପିଏଲ୍ ଟ୍ରଫିଠାରୁ ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ଆଉ ମାତ୍ର ଗୋଟିଏ ବିଜୟ ଦୂରରେ ରହିଛି। ଗୁଜରାଟ ଟାଇଟନ୍ସକୁ ୧୫ ରନ୍ରେ ପରାସ୍ତ କରି ଚେନ୍ନାଇ ସୁପର୍ କିଙ୍ଗ୍ସ ସିଧାସଳଖ ଫାଇନାଲ୍ରେ ପ୍ରବେଶ କରିଛି ଧୋନୀ ବାହିନୀ।