EnewsOdia.Com

୨୮ ତାରିଖରେ ବାତ୍ୟା ନେଇ ସୋସିଆଲ ମିଡିଆରେ ଗୁଜବ

ଗତ ୨ ଦିନ ଧରି ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଜାରି ରହିଥିଲାବେଳେ ଲୋକମାନେ ନହିନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେବେ ଏଭଳି ପରିସ୍ଥିତିରେ  ୨୮ ତାରିଖରେ ପୁଣି ଏକ ବାତ୍ୟା ହେବବୋଲି ସୋସିଆଲ୍‌ ମିଡିଆରେ ଗୁଜବ ଖବର ପ୍ରଚାର ହେଉଛି। ଏହି ଖବର ପଚାରିତ ହେବାପରେ ସାଧାରଣ ଲୋକ ପଡ଼ିଥିବା ଜଣାପଡ଼ିଛି।ରାଜ୍ୟରେ ବାତ୍ୟା ଗୁଜବକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ ଜେନା।

୨୮ ତାରିଖରେ କୌଣସି ବାତ୍ୟା ହେବନି, ଏହା ଗୁଜବ ବୋଲି ଏସ୍‌ଆର୍‌ସି କହିଛନ୍ତି। ଏଥିସହ ସୋସିଆଲ୍‌ ମିଡିଆରେ ଘୂରି ବୁଲୁଥିବା ବାତ୍ୟା ଗୁଜବ ଉପରେ ବିଶ୍ୱାସ ନ କରିବାକୁ ସେ ପରାମର୍ଶ ଦେଇଛନ୍ତି। କେବଳ ପାଣିପାଗ ବିଭାଗ ପକ୍ଷରୁ ଦିଆଯାଉଥିବା ଖବର ବା ସୂଚନା ଉପରେ ବିଶ୍ୱାସ କରିବାକୁ ଏସ୍‌ଆର୍‌ସି କହିଛନ୍ତି। ଗତ ୨ ଦିନ ଧରି ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଜାରି ରହିଛି। ତେବେ ରାଜ୍ୟରେ ବନ୍ୟା ସ୍ଥିତି ନାହିଁ ବୋଲି ମଧ୍ୟ ଏସ୍‌ଆର୍‌ସି ପ୍ରଦୀପ ଜେନା କହିଛନ୍ତି।

ପଢନ୍ତୁ: ଗେରୁଆ ଦାଢ଼ି ପ୍ରେମରେ ବାଂଲାଦେଶ ମୁସଲମାନ

 

 

ସମ୍ବନ୍ଧିତ ଖବର

ଛୁଟି ଦିନ ସତ୍ତ୍ୱେ ଫେବୃଆରୀ ୧ରେ ହେବ ବଜେଟ ଉପସ୍ଥାପନ

Ratnamani Maharana

କଳିଙ୍ଗ ବାଲିଯାତ୍ରାକୁ ନେଇ ଆରମ୍ଭ ହେଲା ବିବାଦ

Ratnamani Maharana

ଅସ୍ତରଙ୍ଗର ଉଦୟକାଣି ଅଞ୍ଚଳକୁ ମାଡ଼ି ଆସୁଛି ସମୁଦ୍ର

Ratnamani Maharana

ଭୁବନେଶ୍ବରର ହାଇଟେକ୍ ଭିକାରି; ଆଗରେ ଭିକ୍ଷାଥାଳ, ହାତରେ ମୋବାଇଲ୍

Ratnamani Maharana

କମ୍ପିବ ବରଗଡ, ଆଜିଠୁ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା

Ratnamani Maharana

ଶିକ୍ଷକଙ୍କୁ ଖରାଛୁଟି ମନା, ଛୁଟିରେ ଚାଲିବ ଏକ୍ସଟ୍ରା କ୍ଲାସ

Ratnamani Maharana