News

ଶ୍ରୀଲଙ୍କାରେ ନରସଂହାର: ୨୧୫ ମୃତ, ୪୫୦ରୁ ଉର୍ଦ୍ଧ ଆହତ

ଇଷ୍ଟର ପର୍ବ ରକ୍ତ ରଞ୍ଜିତ ଶ୍ରୀଲଙ୍କାର କଲୋମ୍ବୋ ସହର

ଆତଙ୍କବାଦୀ ହାମଲାରେ ଆଜି ଥଋ ଉଠିଛି ଦକ୍ଷିଣ ଏସୀୟ ଦ୍ଵୀପ ରାଷ୍ଟ୍ର ଶ୍ରୀଲଙ୍କା।  ଶ୍ରୀଲଙ୍କାର ରାଜଧାନୀ କଲମ୍ବୋ ସମେତ ୩ଟି ସହରରେ ଲଗାତାର ୮ଟି ସିରିଜ୍‌ ବୋମା ବିସ୍ଫୋରଣ  ଏହି ଦ୍ୱୀପରାଷ୍ଟ୍ର ସମେତ ସମଗ୍ର ବିଶ୍ୱକୁ ସ୍ତବ୍ଧ କରିଦେଇଛି। ଏହି ୨୧୫ ଜଣା ପ୍ରାଣ ହରାଇଥିଲାବେଳେ ୪୫୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୩୫ ଜଣ ବିଦେଶୀ  ନାଗରିକ ଅଛନ୍ତି। ଏହି ବିସ୍ଫୋରଣରେ ତିନି ଜଣ ଭାରତୀୟ  ମଧ୍ୟ ପ୍ରାଣ ହରାଛନ୍ତି। ଭାରତର ବେ‌ୖଦେଶିକ ମନ୍ତ୍ରୀ ସୁଷମା‌ ସ୍ବରାଜ ଆଜି ସନ୍ଧ୍ୟାରେ ଟୁଇଟ୍ କରି ଏହା ଜଣାଇଛନ୍ତି। କଲୋମ୍ବ କୋଚ୍ଚିକେଡ୍, ନେଗେମ୍ବୋ ଏବଂ ବାଟ୍ଟିକାଲୋଆ ଚର୍ଚ୍ଚରେ ଇଷ୍ଟର ପର୍ବ ଧୁମଧାମକୁ ପାଳନ କରାଯାଉଥିବା ସମୟରେ ଏହି ବୋମା ବିସ୍ଫୋରଣ ହୋଇଥିଲା । ସେହିପରି ଶାଙ୍ଗରୀ ଲା, ସିନ୍ନାମନ ଗ୍ରାଣ୍ଡ ଏବଂ କିଙ୍ଗସବରୀ ହୋଟେଲରେ ମଧ୍ୟ ବିସ୍ଫୋରଣ ହୋଇଛି ।

ଏହା ଏକ ଆତ୍ମଘାତୀ ଆକ୍ରମଣ  ଥିଲା ବୋଲି କହିଛନ୍ତି ଶ୍ରୀଲଙ୍କା ପ୍ରତିରକ୍ଷା ମନ୍ତ୍ରୀ ଆର ବିଜୟବର୍ଦ୍ଧନ । ବିସ୍ଫୋରଣରେ ସଂପୃକ୍ତି ନେଇ ୨୪ ଜଣ ସନ୍ଦିଗ୍ଧଙ୍କୁ   ଗିରଫ କରାଯାଇଛି। ଏହି ବିସ୍ଫୋରଣ ପାଇଁ କୌଣସି ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କରି ନାହାନ୍ତି। ତେବେ ନେସନାଲ୍‌ ଥୋହିଥ ଯମାଥ (ଏନ୍‌ଟିଜେ) ନାମକ ସଂଗଠନର ହାତ ଥିବା ସନ୍ଦେହ କରାଯାଉଛି। ବିସ୍ଫୋରଣର ୧୦ ଦିନ ପୂର୍ବରୁ ଶ୍ରୀଲଙ୍କା ‌େପାଲିସ ମୁଖ୍ୟ ପୂଜୁଥ ଜୟସୁନ୍ଦର  ଏଭଳି ଆତ୍ମଘାତୀ ଆକ୍ରମଣ ହୋଇପାରେ ବୋଲି ଚେତାବନୀ ଦେଇଥିଲେ। ଏନ୍‌ଟିଜେ ବିଭିନ୍ନ ଗିର୍ଜା ଏବଂ ଭାରତୀୟ ହାଇ କମିସନକୁ ଟାର୍ଗେଟ କରିପାରେ ବୋଲି ଗୁଇନ୍ଦା ସତର୍କବାଣୀ  ଜାରି କରାଯାଇଥିଲା।
ପଢନ୍ତୁ: ତୁରନ୍ତ ଟ୍ରିପୋଲି ଛାଡ଼ିବାକୁ ପ୍ରବାସୀ ଭାରତୀୟଙ୍କୁ ଅନୁରୋଧ କଲେ ସୁଷମା ସ୍ଵରାଜ

Related posts

ଖୋର୍ଦ୍ଧା ବୋଲଗଡ଼ ପିଚୁକୁଳିରେ ଦୁଇ ଦୁଇଟି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

ENO Beuro

ନାମାଙ୍କନ ପତ୍ର ଦାଖଲ୍ କଲେ ରାହୁଲ ଗାନ୍ଧି

Ratnamani Moharana

ଦାନା ବାନ୍ଧୁଛି ଲଘୁଚାପ : ପ୍ରଭାବରେ ସାରା ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା

Ratnamani Moharana

Leave a Comment