• Home
  • Entertainment
  • ଆଜି ଆସିବ ଦୁବାଇରୁ ଶ୍ରୀଦେବୀଙ୍କ ମର ଶରୀର , ଜୁହୁରେ ହେବ ଅନ୍ତିମ ସଂସ୍କାର
Entertainment

ଆଜି ଆସିବ ଦୁବାଇରୁ ଶ୍ରୀଦେବୀଙ୍କ ମର ଶରୀର , ଜୁହୁରେ ହେବ ଅନ୍ତିମ ସଂସ୍କାର

ଫିଲ୍ମ ଦୁନିଆକୁ ସଦମା

ଶ୍ରୀଦେବୀ ଥିଲେ ହିନ୍ଦୀ ଚଳଚିତ୍ର ଦୁନିଆର ପ୍ରଥମ ସୁପରଷ୍ଟାର ଅଭିନେତ୍ରୀ । ଦମଦାର ଅଭିନୟ ପାଇଁ ତାଙ୍କୁ କୁହାଯାଉ ଥିଲା ଲେଡି ଅମିତାଭ । ବଲିଉଡ ରୂପ କି ରାଣୀ ଶ୍ରୀଦେବୀଙ୍କ ପରଲୋକରେ ଫିଲ୍ମ ଦୁନିଆକୁ ସଦମା ଲାଗିଛି । ମାତ୍ର ୫୪ ବର୍ଷ ବୟସରେ ଶ୍ରୀଦେବୀଙ୍କ ଅକାଳ ବିୟୋଗରେ କେବଳ ଫିଲ୍ମ ଜଗତ ନୁହେଁ ବରଂ ସମଗ୍ର ଦେଶ ସ୍ତବ ।

ଏ ପର୍ଯ୍ୟନ୍ତ ଶ୍ରୀଦେବୀଙ୍କ ମର ଶରୀର ଦୁବାଇରୁ ଆସି ପାରିନାହିଁ । ତାଙ୍କ ପାର୍ଥିବ ଶରୀର ଆଣିବା ଲାଗି ଶିଳ୍ପୋଦ୍ୟୋଗୀ ଅନିଲ ଅମ୍ବାନୀଙ୍କ ୧୩ ଆସନ ବିଶିଷ୍ଟ ଚଟର୍ଡ ବିମାନ ମଧ୍ୟାହ୍ନ ସାଢେ ଗୋଟାଏରେ ଦୁବାଇ ଅଭିମୁଖେ ଯାଇଛି ।

ତେବେ ଆଇନଗତ ପକ୍ରିୟାରେ ବିଳମ୍ବ ଯୋଗୁଁ ଗତକାଲି ତାଙ୍କ ପରିବାରକୁ ମୃତଦେହ ହସ୍ତାନ୍ତର ହୋଇପାରି ନ ଥିଲା । ଦୁବାଇର ଏକ ପ୍ରମୁଖ ଗଣମାଧ୍ୟମ ‘ଖଲିଜ ଟାଇମ୍ସ’ ସୂତ୍ରରୁ ଏହି ସୂଚନା ମିଳିଛି । କାରଣ ଶବ ବ୍ୟବଚ୍ଛେଦ ସରିଥିଲେ ସୁଦ୍ଧା, ରାତି ସୁଦ୍ଧା ଏ ସଂପର୍କୀତ ରିପୋର୍ଟ ଆସିନଥିଲା । ଏହାବାଦ ଅନ୍ୟାନ୍ୟ ଆଇନଗତ ପ୍ରକ୍ରିୟା ଶେଷ ହେବାକୁ ବିଳମ୍ବ ହୋଇଥିଲା । ମୃତ୍ୟୁର କାରଣ ନେଇ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଶବକୁ ସଂରକ୍ଷିତ କରିବା ପାଇଁ ପ୍ରକ୍ରିୟା ମଧ୍ୟ ସମୟ ସାପେକ୍ଷ ।
ଆଜି ଆସିବ ଦୁବାଇରୁ ଶ୍ରୀଦେବୀଙ୍କ ମର ଶରୀର , ଜୁହୁରେ ହେବ ଅନ୍ତିମ ସଂସ୍କାର sridebi kapoor

ମୃତଦେହକୁ ଘରୋଇ ଜେଟରେ ପଠାଇବା ନେଇ ମଧ୍ୟ ଅନ୍ୟାନ୍ୟ ଆଇନଗତ ଦିଗ ରହିଛି । ଏସବୁ ଶେଷ ହେବା ପରେ ଶ୍ରୀଦେବୀଙ୍କ ମର ଶରୀର ଆଜି ମୁମ୍ବାଇ ଆସିବ ବୋଲି ସୂଚନା ମିଳିଛି । ଅନିଲ ଅମ୍ବାନୀଙ୍କ ବ୍ୟକ୍ତିଗତ ବିମାନରେ ଶ୍ରୀଦେବୀଙ୍କ ମରଶରୀର ମୁମ୍ବାଇରେ ପହଂଚିବ । ଶ୍ରୀଦେବୀଙ୍କ ମୃତ୍ୟୁ ସ୍ତବ୍ଧ ହୋଇଯାଇଛି ବଲିଉଡ । କେବଳ ଯେ ବଲିଉଡ ତାହା ନୁହେଁ ସାରା ଦେଶ ଶୋକପ୍ରକାଶ କରିଛି । ତାଙ୍କ ଶେଷ ଦର୍ଶନ ପାଇଁ ବାହାରେ ଥିବା ସମସ୍ତ କଳାକାର ମୁମ୍ବାଇ ଅଭିମୁଖେ ବାହାରିଛନ୍ତି । ଅନିଲ କପୁରଙ୍କ ବାସଭବନରେ ମଧ୍ୟ ଏଥିପାଇଁ ଭିଡ ଜମିଛି । ଆଜି ଜୁହୁର ପୱନ ହଂସ ମୁକ୍ତିଧାମରେ ଶ୍ରୀଦେବୀଙ୍କ ଅନ୍ତେଷ୍ଟୀକ୍ରୀୟା ସମ୍ପନ୍ନ ହେବ ।
ଆଜି ଆସିବ ଦୁବାଇରୁ ଶ୍ରୀଦେବୀଙ୍କ ମର ଶରୀର , ଜୁହୁରେ ହେବ ଅନ୍ତିମ ସଂସ୍କାର sridebi
ପଢନ୍ତୁ ;

ସକାଳୁ ଉଠିବା ପରେ କେଉଁ କାମ କରିବା ଅନୁଚିତ୍ ଏବଂ ଏହାର କାରଣ କ’ଣ ଜାଣନ୍ତୁ

Related posts

ଭାଇରାଲ ହେଲା ଇରଫାନ ଖାନଙ୍କ ଚିକିତ୍ସା ପରର ପ୍ରଥମ ଫଟୋ

Krishna Kumar Manoj

‘ଟୋକାଟା ଫସିଗଲା’ ସିନେମାରେ ପ୍ରଥମ ଥର ନଜର ଆସିବେ ଏହି ଯୋଡି

Krishna Kumar Manoj

ପଦ୍ମାବତ ପରେ ଏବେ ମଣିକର୍ଣ୍ଣିକାକୁ ନେଇ ଉଠିଲା ବିରୋଧର ସ୍ୱର

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More