Entertainment

ଶ୍ରୀଦେବୀଙ୍କ ଅନ୍ତିମ ଯାତ୍ରା : ଅନ୍ତିମ ସଂସ୍କାର ରାଜକୀୟ ସମ୍ମାନ ସହିତ ହେବ

ତ୍ରିରଙ୍ଗାରେ ଘୋଡା ହୋଇଛି ତାଙ୍କ ମର ଶରୀର

ଶ୍ରୀଦେବୀଙ୍କ ଅନ୍ତିମ ଯାତ୍ରା ଆରମ୍ଭ ହୋଇଯାଇଛି ।  ଅନ୍ତିମ ସଂସ୍କାର ରାଜକୀୟ ସମ୍ମାନ ସହିତ ହେବ।ଶ୍ରୀଦେବୀଙ୍କ ପଛରେ ଲାଗି ରହିଛି ପ୍ରଶଂସକଙ୍କ ଭିଡ଼ । ତାଙ୍କର ଅନ୍ତିମ ଯାତ୍ରାରେ ଯେଉଁ ବାହାନରେ ତାଙ୍କର ମର ଶରୀରକୁ ନିଆଯାଇଛି ସେଥିରେ ଅର୍ଜୁନ କପୁର, ବୋନି କପୁର ଓ ମୋହିତ ମାରଓ୍ଵାହ ରହିଛନ୍ତି । ସେଲିବ୍ରେସନ କ୍ଲବରେ ତ୍ରିରଙ୍ଗାରେ ତାଙ୍କ ମର ଶରୀରକୁ ଘୋଡ଼ାଇ ଶ୍ମଶାନଘାଟକୁ ନିଆଯାଇଛି ।

ଅନ୍ତିମ ଯାତ୍ରା ପାଇଁ ମୁମ୍ବାଇ ପ୍ରଶାସନ ଏବଂ ପୋଲିସ କଡ଼ା ସୁରକ୍ଷା ବ୍ୟବସ୍ଥା କରିଛନ୍ତି । ମର ଶରୀରକୁ ଦେଖିବା ପାଇଁ ପ୍ରଶଂସକଙ୍କ ପାଇଁ ବ୍ୟବସ୍ଥା ମଧ୍ୟ କରାଯାଇଛି । ଏହି ସୁପରଷ୍ଟାରକୁ ଦେଖିବା ପାଇଁ ସାରା ଦେଶରୁ ପ୍ରଶଂସକଙ୍କ ସୂଅ  ଛୁଟିଛି।

ଶ୍ରୀଦେବୀଙ୍କ ଅନ୍ତିମ ଯାତ୍ରା : ଅନ୍ତିମ ସଂସ୍କାର ରାଜକୀୟ ସମ୍ମାନ ସହିତ ହେବ sridevi furnel

ଏହା ମଧ୍ୟରେ ଶ୍ରୀଦେବୀଙ୍କ ମର ଶରୀର ପବନ ହଂସ ମଶାଣି ଗୃହରେ ପହଞ୍ଚି ଯାଇଛି । ସେଲିବ୍ରେସନ ସ୍ପୋର୍ଟ୍ସ କ୍ଲବରୁ ମଶାଣି ଗୃହ ପର୍ୟ୍ୟନ୍ତ ଦୂରତା ଅତିକ୍ରମ କରିବାରେ ୧୦ ମିନିଟ୍ ସମୟ ଲାଗିଥାଏ । କିନ୍ତୁ ପ୍ରବଳ ଜନ ଗହଳି କାରଣରୁ ମର ଶରୀର ପହଞ୍ଚିବାରେ ୪୫ ମିନିଟ୍ ସମୟ ଲାଗି ଯାଇଛି ।

ଏହା ପୂର୍ବରୁ ସେଲିବ୍ରେସନ ସ୍ପୋର୍ଟ୍ସ କ୍ଲବରେ ବଲିଉଡ ଜଗତରୁ କାଜୋଲ, ଅଜୟ ଦେବଗନ, ଅଭିନେତ୍ରୀ ଐଶ୍ଵର୍ୟ୍ୟା ବଚ୍ଚନ ଓ ଜୟା ବଚ୍ଚନ ମଧ୍ୟ ଅନ୍ତିମ ଦର୍ଶନ ପାଇଁ ପହଞ୍ଚିଛନ୍ତି।  ଫରାହ ଖାନ,  ଅକ୍ଷୟ ଖନ୍ନା ଓ ରବି କିଶାନ ମଧ୍ୟ ସେଲିବ୍ରେସନ ସ୍ପୋର୍ଟ୍ସ ପହଞ୍ଚିଛନ୍ତି ଅନ୍ତିମ ଦର୍ଶନ ପାଇଁ  ।

ସଙ୍ଗୀତକାର ବାପି ଲାହିରି, ସୈଫ ଅଲ୍ଲୀ ଖାନ, ଝିଅ ସାରା ଆଲ୍ଲୀ ଖାନ, ବିଦ୍ୟା ବାଲାନ ନିଜର ପତି ସହିତ ଚାନ୍ଦନୀଙ୍କ ଅନ୍ତିମ ଦର୍ଶନ ପାଇଁ ପହଞ୍ଚିଛନ୍ତି। ଏହି ପରି ଜାଭେଦ ଅଖତର, ଜନ ଆବ୍ରାହମ ଓ ନିଲ ନିତିନ ମୁକେଶ ମଧ୍ୟ ସେଲିବ୍ରେସନ ସ୍ପୋର୍ଟ୍ସ ପହଞ୍ଚିଛନ୍ତି। ଶ୍ରୀଦେବୀଙ୍କ ଅନ୍ତିମ ଦର୍ଶନ ପାଇଁ ଫ୍ୟାନ୍ସଙ୍କ ଭିଡ଼ ଜୁଟି ରହିଛି। ଏହି ପରି ବଲିଉଡ ଜଗତ ଅଶ୍ରୁ ସହିତ ଚାନ୍ଦିନୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି।
ଶ୍ରୀଦେବୀଙ୍କ ଅନ୍ତିମ ଯାତ୍ରା : ଅନ୍ତିମ ସଂସ୍କାର ରାଜକୀୟ ସମ୍ମାନ ସହିତ ହେବ sridebi
ପଢନ୍ତୁ ;

ମୋମୋ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କେତେ କ୍ଷତିକାରକ ଜାଣନ୍ତୁ

Related posts

ଏଥର ଗୁରୁ ଭୂମିକାରେ ନଜର ଆସିବେ ଟାଇଗର୍‌ ଶ୍ରଫ୍‌

ENO Beuro

ଖଣ୍ଡଗିରିରେ ଯାତ୍ରାର ମହାସମର ! ଲାଇଟ ସାଉଣ୍ଡ ଓ ମ୍ୟୁଜିକରେ କମ୍ଫୁଛି ଯାତ୍ରା ପେଣ୍ଡାଲ୍

ENO Beuro

ହ୍ରୀତିକ ରୋଷନ ଏହି କଳାକାରଙ୍କ ଉପରେ ହୋଇଛନ୍ତି ଫିଦା

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More