News

ରାଜକୀୟ ଢଙ୍ଗରେ ଶ୍ରୀଦେବୀଙ୍କ ଅନ୍ତିମ ସଂସ୍କାର କରିବା ପଛରେ ହାତ କାହାର ଥିଲା? ଜାଣନ୍ତୁ!

ବଲିଉଡର ଚାନ୍ଦିନୀ ଶ୍ରୀଦେବୀଙ୍କ ନିଧନ ପରେ ତାଙ୍କ ଅନ୍ତିମ ସଂସ୍କାରରେ ଦିଆଯାଇଥିବା ରାଷ୍ଟ୍ରୀୟ ସମ୍ମାନକୁ ନେଇ ଏବେ ବିବାଦ ଜୋର ଧରିଛି । ଏହି ମାମଲାରେ ଏକ ଆର ଟି ଆଇ ମଧ୍ୟ ଜାରି କରାଯାଇଛି ।

ଯେଉଁଥିରେ ଜଣାପଡିଛି ଯେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀଶଙ୍କ ଆଦେଶରେ ଶ୍ରୀଦେବୀଙ୍କୁ ରାଷ୍ଟ୍ରୀୟ ସମ୍ମାନ ସହ ଅନ୍ତିମ ବିଦାୟ ଦିଆଯାଇଥିଲା।

କିଛି ଲୋକ ଏହାର ବିପକ୍ଷରେ ସ୍ୱର ଉତ୍ତୋଳନ ମଧ୍ୟ କରିଥିଲେ। ଆରଟିଆଇ କାର୍ଯ୍ୟକର୍ତ୍ତା ଅନୀଲ ଗଲଗଲି ଫଡନବୀଶଙ୍କ ସାମାନ୍ୟ ପ୍ରଶାସନ ବିଭାଗର ପ୍ରେଟୋକଲ ବିଭାଗରେ ପଚାରି ବୁଝିଥିଲେ ଯେ ଶ୍ରୀଦେବୀଙ୍କୁ ରାଜକୀୟ ସମ୍ମାନ ଦେବାର ଆଦେଶ କାହା ପାଖରେ ଅଛି ? ଏହାର ଉତ୍ତରରେ ବିଭାଗ ପକ୍ଷରୁ କୁହାଯାଇଛି ଯେ କୌଣସି ବ୍ୟକ୍ତିର ଅନ୍ତିମ କ୍ରିୟାରେ ତାଙ୍କୁ କେଉଁଭଳି ସମ୍ମାନ ପ୍ରଦାନ କରିବାକୁ ହେବ ତାହା ମୁଖ୍ୟମନ୍ତ୍ରୀ ଚୟନ କରିଥାନ୍ତି । ମୃତ ବ୍ୟକ୍ତିକୁ ମିଳିଥିବା କୌଣସି ପଦ୍ମ ସମ୍ମାନ କିମ୍ବା ଅନ୍ୟ କୌଣସି ସମ୍ମାନର ଏଥିରେ ସମ୍ବନ୍ଧ ନାହିଁ । ଆରଟିଆଇ ତରଫରୁ ଏହାର ସୁଚନା ଦିଆ ଯାଇଥିଲା।

ଆରଟି ଆଇର ଉତ୍ତର ପଢୁଥିବାବେଳେ ଗଲଗଲି କହିଥିଲେ ଶ୍ରୀଦେବୀଙ୍କ ନାଁରେ ଲୋକପ୍ରିୟ ଅଭିନେତ୍ରୀ ଅମ୍ମା ୟାଙ୍ଗର ଅଥ୍ୟପ୍ପନଙ୍କ ଅନ୍ତିମ ସଂସ୍କାରକୁ ରାଷ୍ଟ୍ରୀୟ ସମ୍ମାନର ସହ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ୨୫ ଫେବୃୟାରୀ ୨୦୧୮ ଆଦେଶ ମିଳିଥିଲା , ଯାହା ମୁମ୍ବାଇ ଉପନଗର ଜିଲ୍ଲା ଅଧିକାରୀ ଏବଂ ମୁମ୍ବାଇ ପୋଲିସ ମହାନିର୍ଦ୍ଦେଶକଙ୍କୁ କୁହାଯାଇଥିଲା।

ସୂଚନାଯୋଗ୍ୟ, ଶ୍ରୀଦେବୀଙ୍କ ଅନ୍ତିମ ସଂସ୍କାର ବମ୍ବେର ଭିଲେ ପାରଲେସ୍ଥିତ ପବନ ହଂସ ଦାହଗୃହରେ ରାଜକୀୟ ଢଙ୍ଗରେ କରାଯାଇଥିଲା। ଫେବୃୟାରୀ ୨୪ରେ ଏହି ଅଭିନେତ୍ରୀଙ୍କର ଦୁବାଇର ଏକ ତାରକା ହୋଟେଲରେ ମୃତ୍ୟୁ ଘଟିଥିଲେ।

ପଢନ୍ତୁ; ସଚିନଙ୍କ ବଦାନ୍ୟତା:ପ୍ରଧାନମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଦାନ କଲେ ୬ ବର୍ଷର ଦରମା!

Related posts

ନନ୍ଦନକାନନରେ ପ୍ରବେଶ ଶୁଳ୍କ ୫୦ ଟଙ୍କାକୁ ବୃଦ୍ଧି , ଉତ୍କଳ ଦିବସରୁ ଲାଗୁ 

ENO Beuro

ଆଜି ଗାନ୍ଧୀ ଜୟନ୍ତୀ:ଶ୍ରଦ୍ଧାଞ୍ଜଳି ଦେଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ENO Beuro

ରାଜଧାନୀ ଭୁବନେଶ୍ବରରେ ପ୍ରତିଷ୍ଠା ହେବାକୁ ଯାଉଛି ଅର୍ବାନ ମ୍ୟୁଜିୟମ

ENO Beuro

Leave a Comment