• Home
  • Entertainment
  • ଫିଟ୍‌ ଓ ସୁନ୍ଦର ରହିବା ପାଇଁ ଶ୍ରୀଦେବୀ କରିଥିଲେ ୨୯ ଥର ପ୍ଲାଷ୍ଟିକ୍‌ ସର୍ଜରୀ
Entertainment

ଫିଟ୍‌ ଓ ସୁନ୍ଦର ରହିବା ପାଇଁ ଶ୍ରୀଦେବୀ କରିଥିଲେ ୨୯ ଥର ପ୍ଲାଷ୍ଟିକ୍‌ ସର୍ଜରୀ

ପରଲୋକରେ ବଲିଉଡ୍ ଚାନ୍ଦିନୀ ଶ୍ରୀଦେବୀ । ବଲିଉଡର ପ୍ରଥମ ସୁପରଷ୍ଟାର ଅଭିନେତ୍ରୀ ଶ୍ରୀଦେବୀଙ୍କର ୫୪ ବର୍ଷରେ ଦେହାନ୍ତ ହୋଇ ଯାଇଛି । ଦୁବାଇରେ ଏକ ବିବାହ ଭୋଜିରେ ଯୋଗ ଦେବାକୁ ଯାଇଥିବା ଅବସରରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।ଶ୍ରୀଦେବୀ ଦୁବାଇରେ ବାଥ୍‌ ଟପ୍‌ରେ ବୁଡ଼ି ପ୍ରାଣ ହରାଇଛନ୍ତି । ଏହା ସହିତ ଶବବ୍ୟବଚ୍ଛେଦ ରିପୋର୍ଟରେ ଲେଖାଯାଇଛି କି ତାଙ୍କ ନମୂନାରୁ ନିଶା ଦ୍ରବ୍ୟ ମିଳିଛି ।

ମାତ୍ର ଏହାକୁ ସହଜରେ ଗ୍ରହଣ କରି ପାରୁନାହାଁନ୍ତି ସିନେ ତାରକା ଓ ତାଙ୍କର ପ୍ରଶଂସକ । କିନ୍ତୁ ତାଙ୍କର ଏହି ମୃତ୍ୟୁର କାରଣ ଆଉ କିଛି ବୋଲି ଚର୍ଚ୍ଚା ହେଉଛି । ମାତ୍ର ନିଜକୁ ସବୁବେଳେ ଫିଟ୍‌ ରଖିବାକୁ ଶ୍ରୀଦେବୀ ଥରେ ନୁହେଁ କି ଦୁଇ ଥର ନୁହେଁ ୨୯ ଥର ଅସ୍ତ୍ରୋପଚାର କରିଛନ୍ତି । ନିଜର ସୁନ୍ଦରତାକୁ ବଜାୟ ରଖିବାକୁ ସିଏ ବାରମ୍ବାର ପ୍ଲାଷ୍ଟିକ୍‌ ସର୍ଜରୀ କରିଛନ୍ତି।

ଶ୍ରୀଦେବୀ କରିଥିଲେ ୨୯ ଥର ପ୍ଲାଷ୍ଟିକ୍‌ ସର୍ଜରୀ। ଶେଷଥର ପାଇଁ ସେ ଯେଉଁ ପ୍ଲାଷ୍ଟିକ୍‌ ସର୍ଜରୀ କରିଥିଲେ ସେଥିରେ କିଛି ତ୍ରୁଟି ରହିଯାଇଥିଲା । ଯେଉଁଥିପାଇଁ ତାଙ୍କୁ ବହୁତ ଔଷଧ ମଧ୍ୟ ଖାଇବାକୁ ପଡ଼ିଥିଲା । କାଲିଫର୍ଣ୍ଣଆର ଜଣେ ଡାକ୍ତରଙ୍କ ପରାମର୍ଶରେ ସେ ଡାଏଟ୍‌ ପାଇଁ ବଟିକା ମଧ୍ୟ ଖାଉଥିଲେ।

ଆପଣ ଜାଣିଛନ୍ତି କି  ଅଧିକ ପ୍ଲାଷ୍ଟିକ୍‌ ସର୍ଜରୀ କରିବା ଦ୍ୱାରା କେଉଁ ସମସ୍ୟା ଦେଖାଯାଇଥାଏ। ଜାଣନ୍ତୁ?

  • ଅଧିକ ପ୍ଲାଷ୍ଟିକ୍‌ ସର୍ଜରୀ କରିବା ଦ୍ୱାରା ତ୍ୱଚାର ମଧ୍ୟ କ୍ଷତି ପହଁଚାଇଥାଏ । ଏହା ସହିତ ଶରୀର ପୋଡ଼ା ଜଳା କରିବା ଓ କୁଣ୍ଡାଇ ମଧ୍ୟ ହୋଇଥାଏ। ଏଥିପାଇଁ ଅନ୍ୟ ଔଷଧ ଖାଇବାକୁ ପଡ଼ିଥାଏ।
  • ଠିକ୍‌ରେ ସର୍ଜରୀ ନ କରିବା ଦ୍ୱାରା ଚେହେରା ଖରାପ ମଧ୍ୟ ଦେଖା ଯିବାର ସମ୍ଭାବନା ରହିଛି ।
  • ଜଣେ ବାରମ୍ବାର ପ୍ଲାଷ୍ଟିକ ସର୍ଜରୀ କରିବା ଦ୍ୱାରା ନର୍ଭ ସିଷ୍ଟମ୍‌ ଖରାପ ହୋଇଯାଇଥାଏ, ପିଗମେଣ୍ଟେସନ୍‌ ଓ ରକ୍ତ ଜମାଟ ବାନ୍ଧିବା ଭଳି ସମସ୍ୟା ସୃଷ୍ଟି ହୋଇଥାଏ । ଯେଉଁମାନେ ଧୁମ୍ରପାନ କରନ୍ତି ସେମାନଙ୍କର ଘା ସୁଖିବାକୁ ବହୁତ ସମୟ ଲାଗିଥାଏ । ଏହା ସହିତ ନିଶ୍ୱାସ ପ୍ରଶ୍ୱାସ ନେବାରେ ମଧ୍ୟ ଅସୁବିଧା ହୁଏ ।

ଫିଟ୍‌ ଓ ସୁନ୍ଦର ରହିବା ପାଇଁ ଶ୍ରୀଦେବୀ କରିଥିଲେ ୨୯ ଥର ପ୍ଲାଷ୍ଟିକ୍‌ ସର୍ଜରୀ sridevi 1

ପଢନ୍ତୁ;

ମୃତ୍ୟୁର ଉପହାର ଘଟଣା : ପ୍ରେମ ନୁହେଁ , ପୂର୍ବଶତ୍ରୁତା !

Related posts

Odia girl Chelsi Behura Entered Into Top 14 of Rising Star Reality Show

Krishna Kumar Manoj

କପିଲ ଶର୍ମା ପ୍ରଶଂସକମାନଙ୍କ ପାଇଁ ଖୁସି ଖବର ! ଆଗକୁ ଛୋଟ ପରଦାରେ ପୁଣିଥରେ ଦେଖିବାକୁ ମିଳିବ କପିଲଙ୍କ କମେଡ଼ି

Krishna Kumar Manoj

ହ୍ରୀତିକ ରୋଷନ ଏହି କଳାକାରଙ୍କ ଉପରେ ହୋଇଛନ୍ତି ଫିଦା

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More