Entertainment

ଶ୍ରୀଦେବୀଙ୍କ ଚିତା ଭସ୍ମ ଭସାଇବା ପାଇଁ ରାମେଶ୍ୱରମ୍‌ ସମୁଦ୍ରକୂଳରେ ଉପସ୍ଥିତ ହେଲେ ବୋନି କପୁର ଏବଂ ତାଙ୍କର ଦୁଇ ଝିଅ

ଶ୍ରୀଦେବୀଙ୍କ ଚିତା ଭସ୍ମ ବିସର୍ଜନ ପାଇଁ ରାମେଶ୍ୱରମରେ ବୋନି କପୁର

ବୋନି କପୁର ଶନିବାରଦିନ ଶ୍ରୀଦେବୀଙ୍କ ଅସ୍ଥି ରାମେଶ୍ଵରମ ତଟରେ ସମୁଦ୍ରରେ ବିସର୍ଜନ କରିଛନ୍ତି। ଏହି ସମୟରେ ତାଙ୍କ ସହିତ ତାଙ୍କର ଦୁଇ ଝିଅ ଜାହ୍ନବୀ ଓ ଖୁସି ଉପସ୍ଥିତ ଥିଲେ। ଏବେ ଶ୍ରୀଦେବୀଙ୍କ ଅସ୍ଥି ବିସର୍ଜନର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଫେବୃଆରୀ ୨୪ରେ ଦୁବାଇରେ ଶ୍ରୀଦେବୀଙ୍କ ମୃତ୍ୟୁ ଘଟିଥିଲା।

ହୋଟେଲର ବାର୍ଥରୁମର ବାଥଟବରେ ବୁଡି ଯିବାରୁ ତାଙ୍କର ମୃତ୍ୟୁ ଘଟିଥିଲା। ପ୍ରଥମେ ଖବର ଆସିଥିଲା ଯେ ହୃଦଘାତ କାରଣରୁ ତାଙ୍କର ମୃତ୍ୟୁ ଘଟିଛି। ଏହା ପରେ ଶବ ପୋଷ୍ଟମୋର୍ଟମ ହୋଇଥିଲା ଏବଂ ଜଣା ପଡିଥିଲା ଯେ ତାଙ୍କର ମୃତ୍ୟୁ ବୁଡିବା କାରଣରୁ ହୋଇଛି। ଶ୍ରୀଦେବୀ ପରିବାର ବର୍ଗଙ୍କ ସହିତ ଭଣଜା ମୋହିତ ମାରଓ୍ଵାହଙ୍କ ବିବାହରେ ସାମିଲ ହେବା ପାଇଁ ଦୁବାଇ ଯାଇଥିଲେ। ତାଙ୍କର ନିଧନରେ ବଲିଉଡ ସମେତ କୋଟି କୋଟି ପ୍ରଶଂସକଙ୍କ ମଧ୍ୟରେ ଶୋକର ଛାୟା ଖେଳି ଯାଇଥିଲା।

ସୂଚନାଯୋଗ୍ୟ, ସୁପର୍‌ଷ୍ଟାର୍‌ ଶ୍ରୀଦେବୀଙ୍କ ଆକସ୍ମିକ ମୃତ୍ୟୁରେ ପୂରା ଦେଶ ସ୍ତବ୍ଧ। ଶ୍ରୀଦେବୀଙ୍କୁ ମନେ ପକାଇ ବିଗ୍‌ ବି ଅମିତାଭ ବଚ୍ଚନ, ପତି ବୋନି କପୁର୍‌ , ଦିଅର ଅନୀଲ ପକୁର, କନ୍ୟା ଜାହ୍ନବୀ , ବନ୍ଧୁ କମଲ ହସନ ଆଦି ଲେଖିଥିବା ଦୃହୟ ବିଦାର ଚିଠି ସବୁ ସୋସିଆଲ୍‌ ମିଡିଆରେ ବେଶ୍‌ ଚର୍ଚ୍ଚା ପାଲଟିଛି।

ଶ୍ରୀଦେବୀଙ୍କ ଚିତା ଭସ୍ମ ଭସାଇବା ପାଇଁ ରାମେଶ୍ୱରମ୍‌ ସମୁଦ୍ରକୂଳରେ ଉପସ୍ଥିତ ହେଲେ ବୋନି କପୁର ଏବଂ ତାଙ୍କର ଦୁଇ ଝିଅ sridevi ashes

ପଢନ୍ତୁ;୮ମ ରୁଚି ଓଡିଆ ଫିଲ୍ମ ଫେୟାର ଆୱାର୍ଡ: ବାବୁସାନ ଶ୍ରେଷ୍ଠ ଅଭିନେତା ଏବଂ ଏଲିନା ଶ୍ରେଷ୍ଠ ଅଭିନେତ୍ରୀ

Related posts

ସଂଜୟ ଦତଙ୍କୁ ୧୦ କୋଟିର ସମ୍ପତି ଦାନ କଲେ ମହିଳା ଫ୍ୟାନ

Krishna Kumar Manoj

Odia Girl Barnali Hota Along With Her Band Euphony Declared Runners Up In Dil Hai Hindustani

Krishna Kumar Manoj

ଏକାଠି ନଜର ଆସିବେ ସମ୍ବିତ ଓ ସଂଭାବନା

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More