Entertainment

ଶ୍ରୀଦେବୀଙ୍କ କକା ବେଣୁଗୋପାଳ ରେଡି କହିଲେ ବୋନି କପୁରଙ୍କ ପାଇଁ ମୋ ଝିଅ ସବୁବେଳେ ଚିନ୍ତାରେ ରହୁଥିଲା

ଶ୍ରୀଦେବୀ ଥିଲେ ହିନ୍ଦୀ ଚଳଚିତ୍ର ଦୁନିଆର ପ୍ରଥମ ସୁପରଷ୍ଟାର ଅଭିନେତ୍ରୀ । ଦମଦାର ଅଭିନୟ ପାଇଁ ତାଙ୍କୁ କୁହାଯାଉ ଥିଲା ଲେଡି ଅମିତାଭ। ତାଙ୍କର ମୃତ୍ୟୁକୁ ନେଇ ସମସ୍ତେ ଭାଙ୍ଗି ପଡିଥିଲେ। ତେବେ ଶ୍ରୀଦେବୀଙ୍କ ମୃତ୍ୟୁକୁ ନେଇ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ଖବର ଘୁରି ବୁଲୁଥିଲା। ନିକଟରେ ଶ୍ରୀଦେବୀଙ୍କ କାକା ବେଣୁଗୋପାଳ ରେଡି ଏକ ଗଣମାଧ୍ୟମରେ ବୟାନ ଜାରି କରିଛନ୍ତି। ଯାହାକୁ ନେଇ ଚାଞ୍ଚଲ୍ୟ ଦେଖାଦେଇଛି।

ଶ୍ରୀଦେବୀଙ୍କ କାକା ବେଣୁଗୋପାଳ ରେଡିଙ୍କ କହିବା ଅନୁଯାୟୀ,

‘ମୋ ଝିଅ ଶ୍ରୀଦେବୀ ବାହାରୁ ଖୁସି ନଜର ଆସୁଥିଲେ, କିନ୍ତୁ ସେ ପ୍ରକୃତରେ ଖୁସି ନଥିଲେ। ବ୍ୟକ୍ତିଗତ ଜୀବନରେ ନିରାଶ ଓ ଦୁଃଖରେ ଭରି ରହିଥିଲେ। ସେ ଖୁବ୍‌ କଷ୍ଟରେ ମରିଛନ୍ତି। ତେଣୁ ତାଙ୍କ ଆତ୍ମାକୁ କେବେ ଶାନ୍ତି ମିଳିବ ନାହିଁ। ଏହାର ଏକ ମାତ୍ର କାରଣ ହେଉଛନ୍ତି ବୋନି କପୁର। ବୋନି ଅନେକ ଦିନ ହେବ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି। ଅନେକ କରଜରେ ସେ ବୁଡ଼ି ରହିଛନ୍ତି। ଏହାକୁ ନେଇ ଶ୍ରୀଦେବୀ ସବୁବେଳେ ଚିନ୍ତାରେ ରହୁଥିଲେ। ବୋନି ଶ୍ରୀଙ୍କ ଅନେକ ସମ୍ପତ୍ତି ବିକ୍ରି ମଧ୍ୟ କରି ସାରିଛନ୍ତି । ସ୍ୱାମୀଙ୍କ ଏଭଳି ଅବସ୍ଥା ଦେଖି ଶ୍ରୀ ପୁଣି ସିନେମାଜଗତକୁ ଫେରିଥିଲେ।’

ପଢନ୍ତୁ;

ରିଲିଜ୍‌ ହେଲା ‘ଅକ୍ଟୋବର୍‌’ର ଟ୍ରେଲର୍‌ ! ଏହି ଫିଲ୍ମ ପାଇଁ ରାତିର ନିଦ ଭୁଲିଲେ ବରୁଣ

Related posts

୩୩ ବର୍ଷରେ ପାଦ ଥାପିଲେ ବଲିଉଡ୍‌ ମସ୍ତାନୀ ଦୀପିକା ପାଦୁକୋନ

ENO Beuro

‘100% LOVE’ର ଶୁଭ ମୁହୁରତ

ENO Beuro

ନ୍ୟୁୟର୍କର ମ୍ୟାଡମ ତୁସାଦ ମ୍ୟୁଜିୟମରେ ସ୍ଥାନ ପାଇଲା କ୍ୟାଟ୍ରିନା କୈଫଙ୍କ ମହମ ମୂର୍ତ୍ତି

ENO Beuro

1 comment

Leave a Comment