ଆଜି ଚିରବିଦାୟ ନେବେ ‘ଚାନ୍ଦନୀ’
ଅନିଶ୍ଚିତତାର ଅବସାନ ଘଟିଲା । ଅଭିନେତ୍ରୀ ଶ୍ରୀଦେବୀଙ୍କ ମରଶରୀର ଦୁବାଇରୁ ଭରତ ଆସିଲା । ଶ୍ରୀଦେବୀଙ୍କ ପାର୍ଥିବ ଶରୀରକୁ ଗ୍ରହଣ କରିବାକୁ ବୋନି କପୁରଙ୍କ ସାନ ଭାଇ ଅନୀଲ କପୁରଙ୍କ ସମେତ ବହୁ ବଲିଉଡ୍ ଷ୍ଟାର୍ ମୁମ୍ବାଇ ବିମାନ ବନ୍ଦରରେ ଉପସ୍ଥିତ ରହିଥିଲେ । ଶ୍ରୀଦେବୀଙ୍କ ମର ଶରୀରକୁ ଗତକାଲି ମୁମ୍ବାଇ ସ୍ଥିତ ତାଙ୍କ ବାସଭବନରେ ରଖାଯାଇଥିଲା ।
ବୁଧବାର ସକାଳୁ ପ୍ରଶଂସକ ଓ ପ୍ରିୟଜନଙ୍କ ଅନ୍ତିମ ଦର୍ଶନ ପାଇଁ ଶ୍ରୀଦେବୀଙ୍କ ପାର୍ଥିବ ଶରୀରକୁ ମୁମ୍ବାଇ ସେଲିବ୍ରେସନ୍ କ୍ଲବ୍କୁ ଅଣାଯାଇଛି । ଆଜି ଅପରାହ୍ନରେ ଅନ୍ତିମ ସଂସ୍କାର ହେବ ବୋଲି ସୂଚନା ରହିଛି । ସେଠାରେ ଏବେ ବହୁ ବଲିଉଡ୍ କଳାକାରଙ୍କୁ ଦେଖିବାକୁ ମିଳୁଛି। ଖାଲି ବଲିଉଡ୍ କଳାକାର ନୁହନ୍ତି, ସେଲିବ୍ରେସନ୍ କ୍ଲବ୍ ସାମ୍ନାରେ ଏବେ ହଜାର ହଜାର ଲୋକ ଭିଡ଼ ଦେଖିବାକୁ ମିଳୁଛି।
ଶ୍ରୀଦେବୀଙ୍କ ପରିବାର ତରଫରୁ ଦିଆଯାଇଥିବା ସୂଚନା ମୁତାବକ ଆଜି ସକାଳ ୯.୩୦ରୁ ୧୨.୩୦ପର୍ୟ୍ୟନ୍ତ ଶେଷ ଦର୍ଶନ ଲାଗି ସମୟ ନିର୍ଦ୍ଧାରିତ କରାଯାଇଛି । ଏହାପରେ ୩.୩୦ରୁ ୫.୩୦ପର୍ୟ୍ୟନ୍ତ ମଧ୍ୟରେ ବିଲେପାର୍ଲେର ପବନ ହଂସ ଶ୍ମଶାନ ଗୃହରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ।
ପୁଲିସ୍ ଫୋର୍ସ ସେଲିବ୍ରେସନ୍ କ୍ଲବ୍ ସାମ୍ନାରେ ସୁରକ୍ଷା ସକାଶେ ନିୟୋଜିତ ହୋଇଛି । ଏବେ ସୁଦ୍ଧା ସେଲିବ୍ରେସନ୍ କ୍ଲବ୍ରେ ପହଞ୍ଚିଥିବା ବଲିଉଡ୍ କଳାକାରଙ୍କ ମଧ୍ୟରେ ଅଛନ୍ତି, ହେମା ମାଳିନୀ, ସଞ୍ଜୟ କପୁର୍, ଇଶା ଦେଓଲ୍, ଅକ୍ଷୟ ଖାନ୍ନା, ଫର୍ହା ଖାଁ, କରଣ ଜୋହାର, ତବୁ, ସୁବାଷ ଘାଇ, ଆଦିତ୍ୟ ଠାକ୍ରେ, ଶାହାରୁଖ୍ ଖାନ୍ ପ୍ରମୁଖ ।
ପଢନ୍ତୁ ;
ଖରାଦିନେ ସ୍ୱାସ୍ଥ୍ୟ ସମସ୍ୟା ପାଇଁ ଚିନ୍ତିତ ଅଛନ୍ତି କି ? ଜାଣନ୍ତୁ କେମିତି ହେବେ ସଚେତନ