News

ଶ୍ରୀଲଙ୍କା ସଂସଦ ଭଙ୍ଗ କଲେ ରାଷ୍ଟ୍ରପତି

srilanka

ଶ୍ରୀଲଙ୍କା ରାଷ୍ଟ୍ରପତି ମୈତ୍ରିପାଲ ସିରିସେନା ଆଜି ଦେଶର ସଂସଦକୁ ଭାଙ୍ଗିଦେଇଛନ୍ତି। ଫଳରେ ସାନି ନିର୍ବାଚନ ହେବା ପଥ ପରିଷ୍କାର ହୋଇଯାଇଛି। ସଂସଦର କାର୍ଯ୍ୟକାଳ ୨୦୨୦ଅଗଷ୍ଟ ପର୍ଯ୍ୟନ୍ତ ଥିଲା। ରାଜପକ୍ଷେଙ୍କୁ ଅବସ୍ଥାପିତ କରିବା ପରେ ତାଙ୍କ ଦଳ ପାର୍ଲାମେଣ୍ଟରେ ଆସ୍ଥା ଭୋଟର ବିଜୟୀ ହେବା ଅସମ୍ଭବ ମନେ କରି ପାର୍ଲାମେଣ୍ଟକୁ ଭାଙ୍ଗିଦେଇଥିବା ଜଣାପହିଛି। ପାର୍ଲାମେଣ୍ଟର ଆସ୍ଥା ଭୋଟରେ ବିଜୟୀ ନହେଲେ ରାଜପକ୍ଷେ ପ୍ରଧାନମନ୍ତ୍ରୀ ପଦରେ ରହିବାକୁ ହକଦାର ହୋଇପାରିବେ ନାହିଁ।

srilanka

ଶ୍ରୀଲଙ୍କାରେ ପ୍ରଧାନମନ୍ତ୍ରୀ ପଦକୁ ନେଇ ଦୁଇ ସପ୍ତାହ ଧରି ଚାଲିଥିଲା ରାଜନୈତିକ ସଙ୍କଟ। ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଙ୍ଘେଙ୍କୁ ବରଖାସ୍ତ କରି ରାଷ୍ଟ୍ରପତି ମୈତ୍ରିପାଲ ସିରିସେନା ପୂର୍ବତନ ରାଷ୍ଟ୍ରପତି ମହିନ୍ଦା ରାଜପକ୍ଷେଙ୍କୁ ନୂତନ ପ୍ରଧାନମନ୍ତ୍ରୀ ରୂପେ ନିଯୁକ୍ତ କରିଥିଲେ। ରାଷ୍ଟ୍ରପତିଙ୍କ ଏହି ଅସାମ୍ବିଧାନିକ ପଦକ୍ଷେପ ପରେ ଶ୍ରୀଲଙ୍କାରେ ରାଜନୈତିକ ସଙ୍କଟ ସୃଷ୍ଟି ହୋଇଥିଲା। ୨୨୫ ଆସନ ବିଶିଷ୍ଟ ଏହି ଦ୍ଵୀପ ଦେଶରେ ବହୁମତ ପାଇଁ ୧୧୩ ସିଟ୍ ଆବଶ୍ୟକ। । ତେବେ ପ୍ରଧାନମନ୍ତ୍ରୀ ପଦ ପାଇଁ ପର୍ଯ୍ୟାପ୍ତ ସଂଖ୍ୟା ବଳ ନହେବାରୁ ରାଷ୍ଟ୍ରପତି ସିରିସେନା ସଂସଦ ଭଙ୍ଗ କରିଛନ୍ତି । ରାଷ୍ଟ୍ରପତି ସିରିସେନା ଏକ ବିଜ୍ଞପ୍ତି ଉପରେ ହସ୍ତାକ୍ଷର କରି ୨୨୫ ସଦସ୍ୟ ବିଶିଷ୍ଟ ସଦନଙ୍କୁ ଭଙ୍ଗ କରିଛନ୍ତି। ଏହି ନିଷ୍ପତ୍ତି ଶୁକ୍ରବାର ମଧ୍ୟ ରାତ୍ରରୁ ଲାଗୁ ହୋଇଛି।

ପଢନ୍ତୁ; ଚର୍ମ ଜନିତ ସମସ୍ୟାରୁ ମୁକ୍ତି ପାଇବା ପାଇଁ କିଛି ଘରୋଇ ଉପଚାର ବିଷୟରେ ଜାଣନ୍ତୁ

Related posts

ଜାତୀୟ ସଙ୍ଗୀତ ଉପରେ ଦେଇଥିବା ନିର୍ଦ୍ଦେଶ ଉପରେ ସୁଧାର ଆଣିବେ ସର୍ବୋଚ୍ଚ ନ୍ୟାୟାଳୟ

ENO Beuro

ଅବପାତ ରୂପ ନେଲା ଲଘୁଚାପ,ଆହୁରି ୨ଦିନ ବର୍ଷିବ

ENO Beuro

ସ୍ତ୍ରୀ ଓ ୪ ମାସର ଶିଶୁ କନ୍ୟାକୁ ଜିଅନ୍ତା ଜାଳିଦେଲେ ; ଥାନାରେ ସ୍ଵାମୀ ଅଟକ

ENO Beuro

Leave a Comment