SPORTS

ପ୍ରଥମ ଟି-୨୦: ଶ୍ରୀଲଙ୍କା ୬ ଓ୍ଵିକେଟ୍‌ରେ ଜିତିଲା

By Krishna Kumar Manoj

February 16, 2018

“ପ୍ରଥମ ଟେ୍ଵଣ୍ଟି-୨୦ ଜିତିଲା ଶ୍ରୀଲଙ୍କା”

ଘରୋଇ ବାଂଲାଦେଶ ଓ ଶ୍ରୀଲଙ୍କା ମଧ୍ୟରେ ଆରମ୍ବ ହୋଇଛି ଟି-୨୦ ସିରିଜ। ବାଂଲାଦେଶ ବିପକ୍ଷ ପ୍ରଥମ ଟି୨୦ ମ୍ୟାଚରେ ଭ୍ରମଣକାରୀ ଶ୍ରୀଲଙ୍କା ୨୦ଟି ବଲ ବାକିଥାଇ ୬ଓ୍ଵିକେଟ୍‌ରେ ଅତି ସହଜରେ ବିଜୟ ହାସଲ କରିଛି। ଏଥି ସହିତ ଦୁଇ ମ୍ୟାଚ ବିଶିଷ୍ଟ ଏହି ସିରିଜରେ ଶ୍ରୀଲଙ୍କା ୧-୦ରେ ଅଗ୍ରଣୀ ହାସଲ କରିଛି। ଟସ୍‌ ଜିତି ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ୫ ଓ୍ଵିକେଟ୍‌ ହରାଇ ୧୯୩ ରନ ସଂଗ୍ରହ କରିଥିଲା। ଜବାବରେ ଶ୍ରୀଲଙ୍କା ୧୬.୪ ଓଭରରେ ୪ ଓ୍ଵିକେଟ୍‌ ହରାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା।

୨୭ ବଲରୁ ୮ ଚୌକା ଓ ଦୁଇ ଛକା ସହ ୫୩ ରନ କରିଥିବା ଶ୍ରୀଲଙ୍କା ଓପନର କୁଶଲ ମେଣ୍ଡିସ୍‌ ମ୍ୟାନ ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଛନ୍ତି। ଶ୍ରୀଲଙ୍କା ତରଫରୁ ଅନ୍ୟମାନଙ୍କ ମଧ୍ୟରେ ଦନୁଷ୍କା ଗୁଣତିଳକା ୩୦, ଦସୁନ ସନକା ଓ ଥିସାରା ପେରେରା ଯାଥାକ୍ରମେ ୪୨ ଓ ୩୯ ରନ କରି ଅପରାଜିତ ରହିବା ସହ ଦଳକୁ ଜିତାଇଥିଲେ।

ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ ତରଫରୁ ମୁସଫିକର ରହିମ ସର୍ବାଧିକ ଅପରାଜିତ ୬୬, ଅଧିନାୟକ ମହମୁଦୁଲ୍ଲା ୪୩, ସୌମ୍ୟ ସରକାର ୫୧ ରନ ସଂଗ୍ରହ କରିଥିଲେ। ଶ୍ରୀଲଙ୍କା ତରଫରୁ ଜୀବନ ମେଣ୍ଡିସ୍‌ ଦୁଇଟି, ଥିସାରା ପେରେରା, ଇସୁରୁ ଉଡାନା ଓ ଗୁଣତିଳକା ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।

ପଢନ୍ତୁ;

କାବେରୀ ନଦୀ ବିବାଦ : ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ ,ତାମିଲନାଡୁ ପାଇଁ ହ୍ରାସ କରାଗଲା ଜଳ ପରିମାଣ