Loading...

ଶ୍ରୀଲିଙ୍ଗରାଜ ମନ୍ଦିରରେ ଲାଗିବ ନୂଆ କବାଟ, ଉତ୍ତରଦ୍ବାର ଦେଇ ଲିଙ୍ଗରାଜ ଦର୍ଶନ କରିବେ ଭକ୍ତ

ଶ୍ରୀଲିଙ୍ଗରାଜ ମନ୍ଦିରରେ ଲାଗିବ ନୂଆ କବାଟ, ଉତ୍ତରଦ୍ବାର ଦେଇ ଲିଙ୍ଗରାଜ ଦର୍ଶନ କରିବେ ଭକ୍ତ

ପଞ୍ଚୁକ ପରେ ପରେ ଶ୍ରୀଲିଙ୍ଗରାଜ ମନ୍ଦିର ସିଂହଦ୍ବାର‌ରେ ନୂଆ କବାଟ ଖଞ୍ଜାଯିବା କାମ ଚାଲିବ। କେନ୍ଦ୍ର ପ୍ରତ୍ନତତ୍ତ୍ବ ବିଭାଗ(ଏଏସ୍‌ଆଇ) ପକ୍ଷରୁ ହେଉଥିବା ଏହି କାର୍ଯ୍ୟ ଆସନ୍ତା ୧୦ ତାରିଖରୁ ଆରମ୍ଭ ହେବ। ଏଥିପାଇଁ ସିଂହଦ୍ବାରକୁ ୧୫ ଦିନ ପାଇଁ ପୂରା ବନ୍ଦ ରଖାଯିବ।

ପଞ୍ଚୁକ ପରେ ପରେ ଶ୍ରୀଲିଙ୍ଗରାଜ ମନ୍ଦିର ସିଂହଦ୍ବାର‌ରେ ନୂଆ କବାଟ ଖଞ୍ଜାଯିବା କାମ ଚାଲିବ। କେନ୍ଦ୍ର ପ୍ରତ୍ନତତ୍ତ୍ବ ବିଭାଗ(ଏଏସ୍‌ଆଇ) ପକ୍ଷରୁ ହେଉଥିବା ଏହି କାର୍ଯ୍ୟ ଆସନ୍ତା ୧୦ ତାରିଖରୁ ଆରମ୍ଭ ହେବ। ଏଥିପାଇଁ ସିଂହଦ୍ବାରକୁ ୧୫ ଦିନ ପାଇଁ ପୂରା ବନ୍ଦ ରଖାଯିବ। ତେଣୁ ସେବାୟତସମୂହ ଓ ଶ୍ରଦ୍ଧାଳୁମାନଙ୍କ ଯାତାୟାତ ପାଇଁ ମନ୍ଦିରର ଉତ୍ତରଦ୍ବାର ଖୋଲାରହିବ। ଏନେଇ ମନ୍ଦିର ପ୍ରଶାସନ ସମେତ ବିଭିନ୍ନ ନିଯୋଗକୁ ଏଏସ୍‌ଆଇ ପକ୍ଷରୁ ଚିଠି ଲେଖାଯାଇଛି ବୋଲି ସୂଚନା ଦିଆଯାଇଛି। ମନ୍ଦିର ସିଂହଦ୍ବାରରେ ହେବାକୁ ଥିବା ଏହି କାମ ପାଇଁ କିଛି ଉଠା ଦୋକାନୀ ଓ ମନ୍ଦିର ଭିତରେ ଥିବା କିଛି ଭୋଗ ଦୋକାନକୁ ବାହାର କରିବାକୁ ଏଏସ୍‌ଆଇ ମଧ୍ୟ ମନ୍ଦିର ପ୍ରଶାସନକୁ ଚିଠି ଲେଖିଛି।ସୂଚନାଯୋଗ୍ୟ ଯେ ଦୀର୍ଘ ଦିନ ହେଲା ସିଂହଦ୍ବାରର ଏହି ମୁଖ୍ୟ କବାଟ ଦୋହଲୁଛି। ତେଣୁ ନୂଆ କବାଟ ଲଗାଇବାକୁ ବହୁ ପୂର୍ବରୁ ନିଷ୍ପତ୍ତି ହୋଇଥିଲା। ଏଏସ୍ଆଇ ଏଭିତରେ ବନ ଉନୟନ ନିଗମରୁ ଶାଗୁଆନ୍‌ କାଠ ଆଣି ନୂଆ କବାଟ ନିର୍ମାଣ କାମ ଶେଷ କରିଛି। ୧୫ଫୁଟ୍‌ ଲମ୍ବ ଓ ୫ ଫୁଟ୍‌ ଚଉଡ଼ାରେ କବାଟ ତିଆରି ହୋଇଛି ଏବଂ ୮୨ ଘନଫୁଟ ଶାଗୁଆନ୍‌ କାଠ ଲାଗିଛି। ପ୍ରଥମେ ପରୀକ୍ଷାମୂଳକ ଭାବେ କବାଟ ଝୁଲାଇଦିଆଯିବ। ସ୍ବତନ୍ତ୍ର କବ୍‌ଜା ନିର୍ମାଣ କରାଯାଇଛି ଏବଂ ଆବଶ୍ୟକ ହେଲେ କବାଟର ଓଜନକୁ ଦେଖି ବଡ଼ କବ୍‌ଜା ଲାଗିବ ବୋଲି ସ୍ଥିର କରାଯାଇଛି।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.