ଆଜିଠୁ ଜୁନ ୬ ଯାଏଁ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
Loading...
ଆନନ୍ଦବଜାରରେ ଅଣସୁଆରଙ୍କ ମହାପ୍ରସାଦ ବିକ୍ରିରେ ଲାଗିବ କଟକଣା। କେବଳ ସ୍ବତ୍ବଲିପି ସ୍ୱୀକୃତ ସୁଆର ମହସୁଆରଙ୍କୁ ମହାପ୍ରସାଦ ବିକ୍ରି ପାଇଁ ମିଳିବ ଅନୁମତି। ଏଥିସହ କେବଳ ତାଲିକା ଅନୁସାରେ ବୋଝିଆଙ୍କୁ ମିଳିବ ଅନୁମତି।
ଆନନ୍ଦବଜାରରେ ଅଣସୁଆରଙ୍କ ମହାପ୍ରସାଦ ବିକ୍ରିରେ ଲାଗିବ କଟକଣା। କେବଳ ସ୍ବତ୍ବଲିପି ସ୍ୱୀକୃତ ସୁଆର ମହସୁଆରଙ୍କୁ ମହାପ୍ରସାଦ ବିକ୍ରି ପାଇଁ ମିଳିବ ଅନୁମତି। ଏଥିସହ କେବଳ ତାଲିକା ଅନୁସାରେ ବୋଝିଆଙ୍କୁ ମିଳିବ ଅନୁମତି। ଆଜି ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗ ସହ ପୁରୀ ଏସ୍ପି ଡ. କେ ବିଶାଲା ସିଂହଙ୍କ ଏକ।ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ତିନି ଦିନ ଭିତରେ ଏଭଳି କାର୍ଯ୍ୟାନୁଷ୍ଠାନ ହେବ ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି।
ମହାପ୍ରସାଦ ବିକ୍ରିକୁ ନେଇ ଦିନକୁ ଦିନ ବିବାଦ ତୀବ୍ର ହେବାରେ ଲାଗିଛି। ସୁଆର ମହାସୁଆର ନିଯୋଗ ସମ୍ପାଦକ କାଳିଆ ଓରଫ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କ ମୃତ୍ୟୁ ପରେ ଏହି ବିବାଦ ପୁଲିସ ପାଇଁ ମୁଣ୍ଡାବଥାର କାରଣ ପାଲଟିଛି। ସେପଟେ ନିକଟରେ ରୋଷଘର ଚୁଲି ଭଙ୍ଗା ଘଟଣା ବି ମନରୁ ଲିଭିନି। ତେଣୁ ମନ୍ଦିର ସୁରକ୍ଷାକୁ କଡ଼ାକଡ଼ି କରିବାକୁ ଅଣ୍ଟା ଭିଡ଼ିଛି ଜିଲ୍ଲା ପୁଲିସ। ପୂର୍ବ ନିଷ୍ପତ୍ତିକୁ କାର୍ଯ୍ୟକରି କରିବାକୁ ଯାଇ ମହାପ୍ରସାଦ ବିକ୍ରି ପାଇଁ କେବଳ ଶ୍ରୀମନ୍ଦିର ସ୍ବତ୍ବଲିପି ସ୍ୱୀକୃତ ସୁଆରଙ୍କୁ ଅନୁମତି ଦେବାକୁ ଯାଉଛି। ଏହାଦ୍ୱାର କେବଳ ଆନନ୍ଦ ବଜାରରେ ଶୃଙ୍ଖଳା ଆସିବନି, ଭକ୍ତମାନେ ଭଲ ଅନୁଭୂତି ନେଇ ଫେରିବେ ବୋଲି ଅଶାପୋଷଣ କରାଯାଉଛି। ପୂର୍ବରୁ ଏ ଉପରେ ନିଷ୍ପତ୍ତି ନିଆଯାଇ ସ୍ବତ୍ବଲିପି ସ୍ୱୀକୃତ ସୁଆରଙ୍କୁ ସେମାନଙ୍କ ସହ କେଉଁମାନେ ରହିବେ ତାଲିକା ମଗାଯାଇଥିଲା। ଏବେ ପୁନର୍ବାର ଏହି ତାଲିକା ମଗାଯାଇଥିବା ଜଣାପଡ଼ିଛି।
Shakespeare, in the beautiful garden, among the party. Some of the hall: in fact she was ever to.
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
ବରଯାତ୍ରୀ ସହ ବାଜା, ରୋଷଣି ନେଇ ବର ବେଶରେ ବାହାରିବେ ମହାପ୍ରଭୁ। କେଦାରଗୌରୀ ମନ୍ଦିରରେ ମା’ ପାର୍ବତୀଙ୍କ ସହ ପ୍ରଭୁ ଲିଙ୍ଗରାଜଙ୍କ ହାତଗଣ୍ଠି ପଡ଼ିବ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ।
ପଞ୍ଚମ ଆଇପିଏଲ୍ ଟ୍ରଫିଠାରୁ ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ଆଉ ମାତ୍ର ଗୋଟିଏ ବିଜୟ ଦୂରରେ ରହିଛି। ଗୁଜରାଟ ଟାଇଟନ୍ସକୁ ୧୫ ରନ୍ରେ ପରାସ୍ତ କରି ଚେନ୍ନାଇ ସୁପର୍ କିଙ୍ଗ୍ସ ସିଧାସଳଖ ଫାଇନାଲ୍ରେ ପ୍ରବେଶ କରିଛି ଧୋନୀ ବାହିନୀ।