News

ସେବାୟତଙ୍କ ଦାଦାଗିରି,ମହାପ୍ରଭୁ ୧୪ ଘଣ୍ଟା ଉପାସ

puri

ଶ୍ରୀମନ୍ଦିର ଇତିହାସରେ ପ୍ରଥମ

ସେବାୟତଙ୍କ ପୁଞ୍ଜୀଭୂତ ଅସନ୍ତୋଷ ଶେଷରେ ନେଇଛି ବିସ୍ଫୋରକ ରୂପ। ଶୁକ୍ରବାର ଶ୍ରୀମନ୍ଦିରରେ ଘଟିଛି ଚରମ ବିଶୃଙ୍ଖଳା। ପ୍ରଶାସନିକ ଅଧିକାରୀ ଓ ସେବାୟତଙ୍କ ଜିଦ୍‌ଖୋର ମନୋଭାବ ଯୋଗୁ ମହାପ୍ରଭୁ ଦିନସାରା ଉପବାସ ରହିଛନ୍ତି।

ମଙ୍ଗଳ ଆଳତି ସରିଲା ସଞ୍ଜ ୫ଟାରେ

ବିବାଦର ସମାଧାନ କରି ସେବା ଆରମ୍ଭ କରାଇବାକୁ ଜିଲ୍ଲା ପ୍ରଶାସନ ଉଦ୍ୟମ କରିଥିଲା। ଘନଘନ ବୈଠକ ଅନୁଷ୍ଠିତ ହୋଇଥିଲା। ଆଉ ଶେଷରେ ବାହାରିଥିଲା ସମାଧାନ ରାସ୍ତା। ପ୍ରାୟ ୧୩ଘଣ୍ଟା ଧରି ବନ୍ଦ ରହିବା ପରେ ଜୟବିଜୟ ଦ୍ୱାର ଖୋଲିଥିଲା। ପରେ ଆରମ୍ଭ ହୋଇଥିଲା ସାଧାରଣ ଦର୍ଶନ।

puri

ସୂଚନାଯୋଗ୍ୟ, ଶ୍ରୀମନ୍ଦିରରେ ସେବାୟତ ଓ ପୋଲିସ୍ ମଧ୍ୟରେ ବିବାଦ ଯୋଗୁଁ ଶ୍ରୀମନ୍ଦିରରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା। ଫଳରେ ଶ୍ରମନ୍ଦିର କବାଟ ବନ୍ଦ ରହିଥିଲା । ଫଳରେ ଶ୍ରୀଜୀଙ୍କ ନୀତିକାନ୍ତି ହୋଇପାରିନଥିଲା। ମଙ୍ଗଳ ଆଳତି ହୋଇ ନ ଥିବାବଳେ ଶ୍ରୀଜୀଉ ଉପବାସରେ ରହିଥିଲେ। ଶ୍ରୀମନ୍ଦିରର ଭିତର ଦ୍ୱାର ଖୋଲି ନ ଥିବାରୁ ଭକ୍ତମାନେ ଅସନ୍ତୋଷ ପ୍ରକାଶ କରିବା ସହ ବ୍ୟାରିକେଡ ଭାଙ୍ଗି ଧଶେଇ ପଶିଥିଲେ। ତେବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ସେବାୟତଙ୍କ ଆଲୋଚନା ପରେ ଦ୍ୱାର ଖୋଲାଯାଇଥିବା ସୂଚନା ମିଳିଛି।

ପଢନ୍ତୁ;ଆଣ୍ଡାମାନ ଓ ନିକୋବାର ଦ୍ଵୀପ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି

Related posts

ଦିଲ୍ଲୀର ଦ୍ୱାରକାରେ ଉଦଘାଟିତ ହେଲା ଇ-ବାହାନ ପାଇଁ ଚାର୍ଜିଂ କେନ୍ଦ୍ର

ENO Beuro

ହର୍ଷିଲରେ ଯବାନଙ୍କ ସହ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ENO Beuro

କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନଙ୍କ ଦୃଢୋକ୍ତି : ନବୀନ ସରକାରରେ ଓବିସି ବର୍ଗଙ୍କୁ ଅବହେଳା

Ratnamani Moharana

Leave a Comment