News

ଶ୍ରୀମନ୍ଦିରରେ ନୂଆବର୍ଷ ପ୍ରସ୍ତୁତି,ରାତି ୨ଟାରୁ ଆରମ୍ଭ ହେବ ଦର୍ଶନ

mandir

ଆଉ ମାତ୍ର କିଛି ମୁହୂର୍ତ୍ତ ପରେ ସ୍ପର୍ଶ କରିବ ନୂଆବର୍ଷ। ସହରକୁ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କ ଆଗମନ ଲାଗି ରହିଥିବାବେଳେ ଶ୍ରୀମନ୍ଦିରରେ ନୂଆବର୍ଷ ଲାଗି ସ୍ବତନ୍ତ୍ର ନୀତି ନିର୍ଘଣ୍ଟ କରାଯାଇଛି । ଡିସେମ୍ବର ୩୧ ତାରିଖ ରାତି ୨ଟାରେ ଦର୍ଶନ ଲାଗି ଶ୍ରୀମନ୍ଦିର ଦ୍ୱାର ଖୋଲାଯିବ । ସୋମବାର ରାତି ସାଢ଼େ ୯ଟାରେ ଶ୍ରୀମନ୍ଦିରର ପହଡ଼ ପଡ଼ିବ । ରାତି ସାଢ଼େ ୧ଟା ବେଳେ ଦ୍ୱାରା ଫିଟାଯିବ ଓ ରାତି ୨ଟାରୁ ଦର୍ଶନ କରିପାରିବେ ଭକ୍ତ । ନୂଆବର୍ଷ ପାଇଁ ଛତିଶା ନିଯୋଗ ସହ ଆଲୋଚନା କରି ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ପ୍ରସ୍ତୁତ କରିଛି ଶ୍ରୀମନ୍ଦିର ପ୍ରଶାସନ । ନୂଆବର୍ଷରେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ରାତିରେ ଦର୍ଶନ ଲାଗି ବ୍ୟବସ୍ଥା କରୁଛି ଶ୍ରୀମନ୍ଦିର ପ୍ରଶାସନ।

mandir

ନୂଆବର୍ଷ ପୂର୍ବରୁ ୧୨ଟି ବଡ ହୋଟେଲରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ରବିବାର ଯାଞ୍ଚ କରିଛି ଅଗ୍ନିଶମ ବିଭାଗ । ନୂବବର୍ଷ ପାର୍ଟି ପାଇଁ ପ୍ରସ୍ତୁତ କରାଯାଇଥିବା ମଞ୍ଚ ସମେତ ଲୋକଙ୍କ ପ୍ରବେଶ ଓ ପ୍ରସ୍ଥାନ ବ୍ୟବସ୍ଥାକୁ ୧୦ଜଣିଆ ଦଳ ଅନୁଧ୍ୟାନ କରିଛନ୍ତି । ହୋଟେଲ ଓ କ୍ଲବଗୁଡିକରେ ୩୧ତାରିଖ ରାତି ଜିରୋ ନାଇଟ୍ ଉତ୍ସବ ପାଳନ ଉପରେ କଟକଣା ଜାରି କରିଛି ଜିଲ୍ଲା ପ୍ରଶାସନ । ରାତି ୧୦ଟା ପରେ ଖୋଲା ସ୍ଥାନରେ ଡାକବାଜି ଯନ୍ତ୍ର ବ୍ୟବହାର ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ପଢନ୍ତୁ; ୨୦ ବର୍ଷର ରେକର୍ଡ ଭାଙ୍ଗିଲା ଶୀତ,୧୨ ସହର ୮ ଡିଗ୍ରୀ ତଳେ

Related posts

ଅଙ୍ଗନୱାଡ଼ି ଦିଦିଙ୍କୁ ଗଣଦୁଷ୍କର୍ମ ଅଭିଯୋଗରେ ୩ ଗିରଫ

ENO Beuro

ମାହାଙ୍ଗାରେ ଅଗ୍ନିକାଣ୍ଡ: ବାପା-ମା’ଙ୍କ ଆଗରେ ଜଲିଗଲା ପୁଅ

ENO Beuro

ଆଜି ନୂଆ ପୋଲିସ ଡିଜିପି ଭାବେ ଦାୟିତ୍ୱ ଗ୍ରହଣ କରିବେ ଡଃ ରାଜେନ୍ଦ୍ର ପ୍ରସାଦ ଶର୍ମା

ENO Beuro

Leave a Comment