Loading...

ଅବ୍ୟବସ୍ଥା ଘେରରେ ଶ୍ରୀମନ୍ଦିର ରାସ୍ତା , କେମିତି ହେବ ଜଗନ୍ନାଥଙ୍କ ଚନ୍ଦନ ଜାତ ଓ ରଥାନୁକୁଳ

ଅବ୍ୟବସ୍ଥା ଘେରରେ ଶ୍ରୀମନ୍ଦିର ରାସ୍ତା , କେମିତି ହେବ ଜଗନ୍ନାଥଙ୍କ ଚନ୍ଦନ ଜାତ ଓ ରଥାନୁକୁଳ

ମୁଣ୍ଡ ଉପରେ ମହାପ୍ରଭୁଙ୍କ ଚନ୍ଦନଯାତ୍ରା ଓ ବିଶ୍ବପ୍ରସିଦ୍ଧ ରଥଯାତ୍ରା। ତଥାପି ଅଧାପନ୍ତରିଆ ଭାବେ ପଡ଼ିଛି ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଉନ୍ନୟନ କାର୍ଯ୍ୟ। ଚାରିଆଡ଼ ଖାଲଖମାରେ ଭର୍ତ୍ତି।

ମୁଣ୍ଡ ଉପରେ ମହାପ୍ରଭୁଙ୍କ ଚନ୍ଦନଯାତ୍ରା ଓ ବିଶ୍ବପ୍ରସିଦ୍ଧ ରଥଯାତ୍ରା। ତଥାପି ଅଧାପନ୍ତରିଆ ଭାବେ ପଡ଼ିଛି ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଉନ୍ନୟନ କାର୍ଯ୍ୟ। ଚାରିଆଡ଼ ଖାଲଖମାରେ ଭର୍ତ୍ତି। ଆସନ୍ତା ୨୩ ତାରିଖରୁ ଆରମ୍ଭ ହେବ ମହାପ୍ରଭୁଙ୍କ ଚନ୍ଦନଯାତ୍ରା। ଆଉ ୧୨ ଦିନ ପରେ ପବିତ୍ର ଅକ୍ଷୟ ତୃତୀୟା। ଏହି ଦିନ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ ହେବ। ପ୍ରାଥମିକ ପର୍ଯ୍ୟାୟ ନିର୍ମାଣ କାର୍ଯ୍ୟ ପାଇଁ ଚାରି ପର୍ଯ୍ୟାୟରେ ଆବଶ୍ୟକ ରଥକାଠ ଆସି ବଡ଼ଦାଣ୍ଡରେ ପହଞ୍ଚିଛି। କିନ୍ତୁ ରଥଖଳା ଆଜି ପର୍ଯ୍ୟନ୍ତ ପ୍ରସ୍ତୁତ ହୋଇପାରିନି। ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ଯେଉଁ ସ୍ଥାନରେ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ ହୁଏ, ସେହି ସ୍ଥାନ ଏବେ ଖୋଳି ଦିଆଯାଇଛି। ଏବେ ବି ଖନନ କାର୍ଯ୍ୟ ଜାରି ରହିଛି। ଏହି ସ୍ଥାନରେ ଏବେ ବଡ଼ ବଡ଼ ଗାତ ରହିଛି।  ୨୧ ଦିନ ମହାପ୍ରଭୁ ଜଳକ୍ରୀଡ଼ା କରିବେ। କିନ୍ତୁ ପ୍ରସ୍ତୁତ ହୋଇପାରିନି ମହାପ୍ରଭୁଙ୍କ ନରେନ୍ଦ୍ର ପୁଷ୍କରିଣୀ । ନରେନ୍ଦ୍ରର ଯେଉଁ ବିକାଶ କାର୍ଯ୍ୟ ଚାଲିଛି, ତାହା ଏବେ ଅସମ୍ପୂର୍ଣ୍ଣ ଅବସ୍ଥାରେ। ଚାରିପାର୍ଶ୍ବରେ ନିର୍ମାଣ କାର୍ଯ୍ୟ ଏବେ ବି ଜାରି ରହିଛି।

ସୂଚନାନୁସାରେ,ଆସନ୍ତାକାଲି ରଥଯାତ୍ରା ସମନ୍ବୟ ବୈଠକରେ ଏହି ପ୍ରସଙ୍ଗ ଉଠିବ। ସମସ୍ତ ସେବାୟତ ଏହି ପ୍ରସଙ୍ଗ ଉଠାଇବେ। କେତେ ଦିନ ଭିତରେ କାମ ସରିବ, ତାର ଜବାବ ମାଗିବୁ। ଏଥିସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବହୁ ସଂଖ୍ୟାରେ ଡାକ୍ତର ପଦବି ଖାଲିପଡ଼ିବା ପ୍ରସଙ୍ଗ ବି ଉଠିବ ବୋଲି ଶ୍ରୀ ଦାସମହାପାତ୍ର କହିଛନ୍ତି।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.