EnewsOdia.Com

ଓଡ଼ିଆ ପୁଅ ଶ୍ରୀତମ ପାଇଲେ ଅନ୍ତର୍ଜାତୀୟ ଫଟୋଗ୍ରାଫି ଆୱାର୍ଡ

ସ୍ମାର୍ଟ ଫୋନର ଉପଯୁକ୍ତ ବ୍ୟବହାର କରି ବାଲେଶ୍ୱର ଜିଲ୍ଲା ଶୋଭାରାମପୁରର ଜଣେ ଛାତ୍ର ଚଳିତବର୍ଷ ଅନ୍ତର୍ଜାତୀୟ ଫଟୋଗ୍ରାଫି ଆୱାର୍ଡ ପାଇଛନ୍ତି। ତାଙ୍କ ନାଁ ଶ୍ରୀତମ କୁମାର ସେଠୀ।

ଶ୍ରୀତମ ହାଇଟେକ୍ ମେଡିକାଲ କଲେଜର ଦ୍ୱିତୀୟ ବର୍ଷ ବି. ଫାର୍ମାସିରେ ପଢ଼ନ୍ତି। କିନ୍ତୁ ନିଶା ତାଙ୍କର ଫଟୋଗ୍ରାଫି। ବିଶେଷକରି ବନ୍ୟଜନ୍ତୁ ଓ ପ୍ରକୃତିର ସବୁଜିମାର ଫଟୋ ଉଠାଇବା ତାଙ୍କର ନିଶା।

odisha

ଚଳିତ ବର୍ଷ ଆମେରିକାର ନ୍ୟୁୟର୍କରେ ଆୟୋଜିତ ଅନ୍ତର୍ଜାତୀୟ ଫଟୋଗ୍ରାଫି ପ୍ରତିଯୋଗିତାରେ ବିଭିନ୍ନ ଦେଶରୁ ୧ ହଜାରରୁ ଅଧିକ ପ୍ରତିଯୋଗୀ ଭାଗ ନେଇଥିଲେ। ହେଲେ ସମସ୍ତଙ୍କୁ ପଛରେ ବାଲେଶ୍ୱରର ଶ୍ରୀତମ ଏହି ଆୱାର୍ଡ ଜିତିଥିଲେ। ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଶ୍ରୀତମଙ୍କ ନାଁ ଘୋଷଣା ହୋଇଥିଲା। ପୁରସ୍କାର ସ୍ୱରୂପ ତାଙ୍କୁ ମାନପତ୍ର ଓ ୫ ହଜାର ଡଲାର ଆର୍ଥିକ ରାଶି ମିଳିଛି। ଚଳିତ ବର୍ଷ ହୋଲି ସମୟରେ ସେ ଉଠାଇଥିବା ଏକ ଫଟୋଟି ଏହି ପ୍ରତିଯୋଗିତାରେ ମନୋନୀତ ହୋଇଥିଲା।

ସବୁଠାରୁ ଆଶ୍ଚର୍ଯ୍ୟର କଥା ସେ ଯେଉଁ ଫଟୋଟି ଉଠାଇଥିଲେ କୌଣସି ଦାମୀ କ୍ୟାମେରା କି ଡିଜିଟାଲ୍‌ କ୍ୟାମେରା ନୁହେଁ, ବରଂ ଏହାକୁ ସେ ନିଜ ମୋବାଇଲ୍‌ରେ ଏକ୍ସଟ୍ରା ଲେନ୍ସ ମାଧ୍ୟମରେ ଉଠାଇଥିଲେ।

ଶ୍ରୀତମଙ୍କର ଏହି ସଫଳତାକୁ ନେଇ ଖାଲି ରାଜ୍ୟ ନୁହେଁ ବରଂ ସାରା ଦେଶ ଗର୍ବିତ।

ପଢନ୍ତୁ: ‘ସୋନିଆଙ୍କୁ କୁହାଯିବ ମୋକିମଙ୍କ ନାଁ’

ସମ୍ବନ୍ଧିତ ଖବର

ବାହାରକୁ ଗାଈ ଛାଡ଼ୁଥିଲେ ସାବଧାନ, ରାସ୍ତାରୁ ଗାଈ ଧରାପଡ଼ିଲେ ୫ ହଜାର ଫାଇନ୍‌

Ratnamani Maharana

ବିଏମ୍‌ସି, ବିଡିଏ, ବିଏସ୍‌ସିଏଲ୍‌ କର୍ମଚାରୀଙ୍କୁ ସାଇକେଲରେ ଅଫିସ ଆସିବାକୁ ନିର୍ଦେଶ

Ratnamani Maharana

ଆଜି ସରସ୍ଵତୀ ପୂଜା, ବାଗଦେବୀଙ୍କ ଆରାଧନା ପାଇଁ ସମସ୍ତ ଶିକ୍ଷାନୁଷ୍ଠାନ ଉତ୍ସବ ମୁଖର

Ratnamani Maharana

ବ୍ଲାକରୋଜ ଜାହାଜରେ ପିଟି ହୋଇ ବୁଡ଼ିଗଲା ଟ୍ରଲର

Ratnamani Maharana

ଧନତେରସ ପାଇଁ ବଜାରକୁ ଆସିଛି କ୍ୱିଣ୍ଟାଲ କ୍ୱିଣ୍ଟାଲ ସୁନାଗହଣା

Ratnamani Maharana

୫୫ ହଜାର ଟଙ୍କାରେ ନିଲାମ ହେଲା ଦେବୀଙ୍କୁ ସମର୍ପିତ ୪୦ କିଲୋଗ୍ରାମର ଦିବ୍ୟ ଲଡୁ

Ratnamani Maharana