Entertainment

ଫିଲ୍ମ କରିବେ ଭାଇଜାନ ଓ କିଂଗଖାନ ! ଆଗକୁ ଦର୍ଶକ ଦେଖିବାକୁ ପାଇବେ ଦୁଇ ବିଗଷ୍ଟାରଙ୍କୁ ଏକାଠି

ସଲମାନଙ୍କ ସହିତ ବ୍ୟାକ ଟୁ ବ୍ୟାକ ଦୁଇଟି ବ୍ଲକବଷ୍ଟର ଫିଲ୍ମ ଦେବାପରେ ନିର୍ଦ୍ଦେଶକ ଅଲ୍ଲୀ ଆବାସ ଜାଫର ବଲିଉଡର ଦୁଇ ବିଗଷ୍ଟାରଙ୍କୁ ନେଇ ଫିଲ୍ମ କରିବାକୁ ଯାଉଛନ୍ତି । କଥାଟା ଶୁଣି ଆଶ୍ଟର୍ଯ୍ୟ ହୋଇଗଲେ କି ? ତେବେ ଆସନ୍ତୁ ଜାଣିବା କ’ଣ ରହିଛି ପୁରା ଘଟଣା । ‘ଟାଇଗର ଜିନ୍ଦା ହୈ’ର ସଫଳତା ପରେ ଅଲ୍ଲୀ ଆବାସ କହିଛନ୍ତି, ସେ ଶାହାରୁଖ ଖାନ ଏବଂ ସଲମାନ ଖାନଙ୍କୁ ନେଇ କମେଡି ଫିଲ୍ମ କରିବାକୁ ଚାହାଁନ୍ତି । ତାଙ୍କ ମତରେ ଏଥିପାଇଁ ସ୍କ୍ରିପ୍ଟ ଭଲ ହୋଇଥିବା ଜରୁରୀ । ନିର୍ଦ୍ଦେଶକ ଅଲ୍ଲୀ ଆବାସ ଜାଫର ଆଗକୁ ଏହି ଦୁଇ ବିଗଷ୍ଟାରଙ୍କୁ ନେଇ ଫିଲ୍ମ କରିବାକୁ ଇଛା ପ୍ରକାଶ କରିଛନ୍ତି ।

ଏବେ ଏବେ ଟାଇଗର ଜିନ୍ଦା ହୈ ୩୫୦ କୋଟିରେ ସାମିଲ ହୋଇଛି । ସଲମାନ ଖାନଙ୍କୁ ନେଇ ଅଲ୍ଲୀ ଆବାସଙ୍କର ଏହା ଥିଲା ଦ୍ୱିତୀୟ ଫିଲ୍ମ । ଏହା ପୂର୍ବରୁ ‘ସୁଲତାନ’ରେ ନିର୍ଦ୍ଦେଶନା ଦେଇଥିଲେ,ଯେଉଁଥିରେ ସଲମାନ ଲିଡରୋଲରେ ଥିଲେ ।ସୁଲତାନ ଫିଲ୍ମ ମଧ୍ୟ ଭଲ ବେବସାୟ କରି ଥିଲା ।

ଏକ ଇଣ୍ଟରଭ୍ୟୁରେ ଶାହାରୁଖ ଖାନଙ୍କ ସହ କାହିଁକି ଫିଲ୍ମ କରୁନାହାଁନ୍ତି ବୋଲି ପଚାରିବାରୁ ଆବାସ କହିଥିଲେ , ସେ ସଲମାନ ଏବଂ ଶାହାରୁଖ ଖାନଙ୍କୁ ଏକାଠି ନେଇ ଏକ କମେଡି ଫିଲ୍ମ କରିବାକୁ ଚାହାଁନ୍ତି । କିନ୍ତୁ ସେଥିପାଇଁ ଭଲ ସ୍କ୍ରିପ୍ଟର ଆବଶ୍ୟକତା ରହିଛି । ଏହି ସମୟରେ ସେ ଦୁଇ କଳାକାରଙ୍କର ଖୁବ ପ୍ରଶଂସା କରିବା ସହିତ ସେ କହିଥିଲେ, ସଲମାନ ଓ ଶାହାରୁଖଙ୍କ ମଧ୍ୟରେ ଭଲ ତାଳମେଳ ରହିଛି । ଦୁହେଁ ପୂର୍ବରୁ ଏକାଠି କାମ କରିସାରିଛନ୍ତି ଓ ସେହି ଫିଲ୍ମ ବକ୍ସ ଅଫିସରେ ହିଟ ସାବ୍ୟସ୍ତ ମଧ୍ୟ ହେଇଛି ତେଣୁ ସେମାନଙ୍କ ସହିତ କାମ କରିବାକୁ ସେ ସମ୍ପୂର୍ଣ୍ଣ ପ୍ରସ୍ତୁତ । ଏବେ ଦୁଇ କଳାକାର ସେମାନଙ୍କ ପ୍ରୋଜେକ୍ଟକୁ ନେଇ ଖୁବ ବ୍ୟସ୍ତ । ସଲମାନ ‘ରେସ-୩’ର ସୁଟିଂରେ ବ୍ୟସ୍ତ ଥିବା ବେଳେ ଶାହାରୁଖ ତାଙ୍କ ଅପକମିଂ ଫିଲ୍ମ ‘ଜିରୋ’କୁ ନେଇ ବ୍ୟସ୍ତ ଅଛନ୍ତି ।

ଫିଲ୍ମ କରିବେ ଭାଇଜାନ ଓ କିଂଗଖାନ ! ଆଗକୁ ଦର୍ଶକ ଦେଖିବାକୁ ପାଇବେ ଦୁଇ ବିଗଷ୍ଟାରଙ୍କୁ ଏକାଠି SRK SALMAN IMAGE

ପଢନ୍ତୁ;

ବାଜି ମାରିନେଲେ ଶିଳ୍ପା ସିନ୍ଦେ

 

Related posts

କରଣୀ ସେନାର ୟୁ-ଟର୍ଣ୍ଣ:ରାଜସ୍ଥାନ, ମଧ୍ୟପ୍ରଦେଶ, ଗୁଜୁରାଟ ଓ ହରିୟାଣାରେ ରିଲିଜ ହେବ ପଦ୍ମାବତ୍

Krishna Kumar Manoj

ଶ୍ରୀଦେବୀଙ୍କୁ ନିଜର ସ୍ତ୍ରୀ ବୋଲି ମନେ କରୁଥିବା ବ୍ୟକ୍ତି ଲଣ୍ଡା ହୋଇ ଦେଲେ ଶ୍ରଦ୍ଧାଞ୍ଜଳି, ଲେଖିଥିଲେ ୩୦୦୦ ଚିଠି

Krishna Kumar Manoj

ସୋସିଆଲ ମିଡିଆରେ ଦିବ୍ୟାଙ୍କା ତ୍ରିପାଠୀଙ୍କ ଏଲିୟନ୍‌ ଡ୍ୟାନ୍ସ ଭିଡିଓ ଭାଇରାଲ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More