News

୮ରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା ଖାତା ମୂଲ୍ୟାୟନ ପ୍ରକ୍ରିୟା

ଆସନ୍ତା ୮ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଯୁକ୍ତ  ଦୁଇ  ପରୀକ୍ଷା ଖାତା ମୂଲ୍ୟାୟନ ପ୍ରକ୍ରିୟା। ଦୁଇଟି ପର୍ଯ୍ୟାୟରେ ଖାତା ମୂଲ୍ୟାୟନ ହେବ। ପ୍ରଥମ ପର୍ଯ୍ୟାୟ ୨୨ ତାରିଖରେ ସାରିବାକୁ ଥିବାବେଳେ ଦୁତୀୟ ପର୍ଯ୍ୟାୟ ୨୩ରେ ଆରମ୍ଭ ହେବ। ଉଭୟ ଅନଲାଇନ ଓ ଅଫଲାଇନରେ ଖାତା ଦେଖା ହେବ। ଅଫଲାଇନ ପାଇଁ ୫୮ ଓ ଅନଲାଇନେ ପାଇଁ ୩୬ କେନ୍ଦ୍ର ବଛା ଯାଇଛି।

ମେ ପ୍ରଥମ ସପ୍ତାହରେ ବିଜ୍ଞାନ  ଓ ତୃତୀୟ ସପ୍ତାହରେ କଳା , ବାଣିଜ୍ୟ ଧନ୍ଦାମୂଳକ  ଫଳ ବାହାରିବ ବୋଲି କହିଛନ୍ତି କର୍ତ୍ତୁପକ୍ଷ। ଚଳିତ ଯୁକ୍ତ ଦୁଇ କଳାରେ ଦୁଇଲକ୍ଷ ପଇଁତିରିଶ ହଜାର ସାହେ ତେୟାଅଶି , ବିଜ୍ଞାନରେ ଅନେଶତ ହଜାର ଅଠର, ବାଣିଜ୍ୟରେ ସତେଇସ ହଜାର ଦୁଇଶହ ଅଠସ୍ତରି ଓ ଧନ୍ଦାମୂଳକ ଆଠ ହଜାର ଅଠାବନ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ସୂଚନା ରହିଛି।

ପଢନ୍ତୁ: ଆଜି ମାଲକାନଗିରିରେ ସ୍ଵତନ୍ତ୍ର ବସରେ ରୋଡ ସୋ କରିବେ ନବୀନ

Related posts

ଶଶି ଥରୁରଙ୍କ ଅଫିସରେ ଭଙ୍ଗାରୁଜା

ENO Beuro

ଭାରତକୁ ପୁଣି ଚ୍ୟାଲେଂଜ କରିଛି ଆତଙ୍କବାଦୀ ସଂଗଠନ ଜୈଶ । କହିଲେ,ମୋଦି ଓ ଭାରତ ଆମର ସବୁଠୁ ବଡ଼ ଶତ୍ରୁ

ENO Beuro

ରାଜପଥରେ ଏଲପିଜି ଗ୍ୟାସ୍‌ ଟ୍ୟାଙ୍କର୍‌ ଲିକ୍‌

ENO Beuro

1 comment

Leave a Comment