ଟେସଲା ମାଲିକ ଏଲନମସ୍କ ୪୪ ଆରବ ଡଲାରରେ ଟ୍ୱିଟରକୁ ଅଧିଗ୍ରହଣ କରିବା ପରେ ଲଗାତର ଭାବେ ଚମକାଇବା ଭଳି କାମ କରୁଛନ୍ତି । ପ୍ରଥମେ ମସ୍କଙ୍କ ତରଫରୁ ହଜାର ହଜାର କର୍ମଚାରୀଙ୍କୁ ଛଟେଇ କରିଥିଲେ । ଏହାକୁ ନେଇ ସାରା ବିଶ୍ୱରେ ଆଲୋଚନା ଜୋର ଧରିଥିଲା ।
ଏହି ଆଲୋଚନା ଜାରି ରହିଥିବା ବେଳେ ତାଙ୍କର ପୁଣି ଏକ ଟ୍ୱିଟ ଆକାଉଣ୍ଟଧାରୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ମସ୍କ ଏକ ଟ୍ୱିଟ କରି କହିଛନ୍ତି କି କମ୍ପାନୀ ତରଫରୁ ଖୁବଶୀଘ୍ର ୧୫୦ କୋଟି ଆକାଉଣ୍ଟ ଡିଲିଟ କରାଯିବ । କମ୍ପାନୀ ତରଫରୁ କୁହାଯାଇଛି କି ସେହି ଆକାଉଣ୍ଟଗୁଡିକୁ ଡିଲିଟ କରାଯିବ ଯେଉଁ ଆକାଉଣ୍ଟରେ କୌଣସି ପ୍ରକାର ଟ୍ୱିଟ ହୋଇନାହିଁ ବା ବର୍ଷ ବର୍ଷଧରି ଲଗଇନ୍ ହୋଇନାହିଁ ।ଆପଣଙ୍କୁ କହିରଖୁ କି ଟ୍ୱିଟର ପ୍ଲାଟଫର୍ମରେ ଏମିତି ଅନେକ ଆକାଉଣ୍ଟ ରହିଛି, ଯେଉଁଥିରେ ବ୍ୟବହାରକାରୀମାନେ କେବଳ ଆକାଉଣ୍ଟ ଖୋଲିଛନ୍ତି ହେଲେ କେବେ ଏହାକୁ ଲଗଇନ୍ କରିନାହାଁନ୍ତି କି କୌଣସି ପ୍ରକାର ଟ୍ୱିଟ୍ କରିନାହାଁନ୍ତି ।
ଫୋବର୍ସ ରିୟଲ ଟାଇମ୍ ବଲିନିୟର ଇଣ୍ଡେକ୍ସ ମୁତାବକ ଏଲନ ମସ୍କ ଏବେ ବିଶ୍ୱର ସର୍ବଶ୍ରେଷ୍ଠ ଧନୀ ତାଲିକାରେ ନାହାଁନ୍ତି । ତାଙ୍କ ସ୍ଥାନରେ ବନାର୍ଡ ଅରନାଲ୍ଟ ଏହି ସ୍ଥାନ ଦଖଲ କରିନେଇଛନ୍ତି ବନାର୍ଡଙ୍କ ସମ୍ପତ୍ତି ୧୮୬.୨ ବିଲିୟନ ଡଲାର ଥିବା ବେଳେ ମସ୍କଙ୍କ ସମ୍ପତ୍ତି ୧୮୫ ବିଲିୟନ ଡଲାର ରହିଛି ।