News

ଭାରତୀୟ ଷ୍ଟେଟ ବ୍ୟାଙ୍କ ଗ୍ରାହକମାନଙ୍କ ପାଇଁ ସୂଚନା, ବନ୍ଦ ହୋଇପାରେ ଆକାଉଂଟ

ଭାରତୀୟ ଷ୍ଟେଟ ବ୍ୟାଙ୍କ ଗ୍ରାହକମାନଙ୍କ ପାଇଁ ସୂଚନା, ବନ୍ଦ ହୋଇପାରେ ଆକାଉଂଟ

ଭାରତୀୟ ଷ୍ଟେଟ ବ୍ୟାଙ୍କ ର ଗ୍ରାହକମାନଙ୍କୁ ନିଜର ଖାତାକୁ ଆଧାର ନମ୍ବର ସହ ସଂଯୋଗ କରିବା ବାଧ୍ୟତାମୂଳକ ଘୋଷଣା କରାଯାଇଛି ।ଏହି ଆଧାର ଲିଙ୍କ ୩୧ ଡିସେମ୍ବର ସୁଦ୍ଧା କରିବାକୁ ପଡିବ । ବ୍ୟାଙ୍କ ସ୍ପଷ୍ଟ କରି କହିଛି କି, ପ୍ରିଭେନ୍ସନ ଅଫ ମନି ଲାଣ୍ଡ୍ରିଂ ନିୟମ ଆଧାରରେ ୧ ଜୁନ, ୨୦୧୭ରେ ସଂଶୋଧନ କରିବାକୁ ଯାଇ ସମସ୍ତ ଏସବିଆଇ ଖାତାଧାରୀଙ୍କ ପାଇଁ ୩୧ ଡିସେମ୍ବର ୨୦୧୭ ମଧ୍ୟରେ ନିଜର ଖାତାକୁ ଆଧାର ସହିତ ଯୋଡିବାକୁ ବାଧ୍ୟତାମୂଳକ । ନିର୍ଦ୍ଧାରିତ ତାରିଖ ମଧ୍ୟରେ ଖାତାକୁ ଆଧାର ସହ ଲିଙ୍କ ନକଲେ ଗ୍ରାହକଙ୍କ ଖାତାକୁ ଅବୈଧ ଘୋଷିତ କରିଦିଆଯିବ ।

ନିମ୍ନଲିଖିତ ପ୍ରକ୍ରିୟାଗୁଡିକ ଦ୍ୱାରା ନିଜ ବ୍ୟାଙ୍କ ଖାତାକୁ ଆଧାର ସହ ଲିଙ୍କ କରିପାରିବେ

ବ୍ୟାଙ୍କ ଶାଖା ମାଧ୍ୟମରେ

  • ବ୍ୟାଙ୍କର କୌଣସି ବି ବ୍ରାଂଚକୁ ଯାଆନ୍ତୁ ଏବଂ ସାଥୀରେ ନିଜର ଆଧାର କାର୍ଡର ଫଟୋ କପି ମଧ୍ୟ ନିଅନ୍ତୁ
  • ଏକ ଆପ୍ଲିକେସନ ଲେଖି ବ୍ୟାଙ୍କରେ ଦିଅନ୍ତୁ । ଏଥିସହିତ ଆଧାରର ଏକ କପି ମଧ୍ୟ ସେଥିରେ ସଂଯୋଗ କରି ଦିଅନ୍ତୁ
  • ଏହାପରେ ବ୍ୟାଙ୍କ ଅଧିକାରୀ କିଛି ଜରୁରୀ ଯାଂଚ କରିବା ପରେ ଏହାକୁ ଆପଣଙ୍କ ଖାତା ସହ ଲିଙ୍କ୍ କରିଦେବେ
  • ଏବଂ ନମ୍ବର ଅପଡେଟ୍ ହୋଇଯିବା ପରେ ଆପଣଙ୍କୁ ବ୍ୟାଙ୍କ୍ ଏସଏମଏସ୍ ମାଧ୍ୟମରେ ସୂଚିତ କରିଦେବ

ଅନଲାଇନ୍ ଯୋଗେ

  • ବ୍ୟାଙ୍କର ଇଂଟରନେଟ୍ ବ୍ୟାଙ୍କିଂ ସର୍ଭିସରେ ଲଗଇନ୍ କରି ଅପଡେଟ୍ ଆଧାର କାର୍ଡ ଡିଟେଲ୍ସ ବିକଳ୍ପ ସର୍ଚ୍ଚ କରନ୍ତୁ ଏବଂ ସେଥିରେ କ୍ଲିକ୍ କରନ୍ତୁ
  • ଏହାକୁ କ୍ଲିକ୍ କରିବା କ୍ଷଣି ସେଠାରେ ଅନ୍ୟ ଏକ ପେଜ ଖୋଲି ଥାଏ
  • ସେଠାରେ ନିଜର ଆଧାର କାର୍ଡ ନମ୍ବର ଲେଖନ୍ତୁ ଏବଂ ତାକୁ ସବମିଟ୍ କରନ୍ତୁ
  • ଏହାପରେ ଆପଣଙ୍କ ମୋବାଇଲ୍ ନମ୍ବରର ଶେଷ ଦୁଇଟି ନମ୍ବର ଏଠାରେ ଡିସପ୍ଲେ ହେବ ଆଧାର ନମ୍ବର ଅପଡେଟ୍ କରାଯାଇଛି, ଏହି ବାବଦରେ ଆପଣଙ୍କ ରେଜିଷ୍ଟର୍ସ ମୋବାଇଲ ନମ୍ବରରେ ମେସେଜ୍ ଆସିଯବ ।

ଏସଏମଏସ ଜରିଆରେ

  • ଯଦି ଆପଣଙ୍କ ମୋବାଇଲ ନମ୍ବର ଏସବିଆଇରେ ରେଜିଷ୍ଟର ହୋଇଛି, ତେବେ ଏସଏମଏସ୍ ଜରିଆରେ ମଧ୍ୟ ଆପଣ ଆପଣଙ୍କ ଆଧାର ନମ୍ବରକୁ ଅପଡେଟ୍ କରିପାରିବେ ।
  • ଏଥିପାଇଁ ଆପଣ ୫୬୭୬୭୬ରେ ଏସଏମଏସ୍ ପଠାଇବାକୁ ପଡିବ
  • ଏସଏମଏସ ପଠାଇବାର ଶୈଳୀ କିଛି ଏଭଳି ରହିବା ଅତ୍ୟନ୍ତ ଆବଶ୍ୟକ- ୟୁଆଇଡି ସ୍ପେସ୍ ଆଧାର ନମ୍ବର ସ୍ପେସ୍ ଖାତା ନମ୍ବର
  • ଯଦି ଆପଣଙ୍କ ଆଧାର ପୂର୍ବରୁ ହିଁ ଲିଙ୍କ ହୋଇଥାଏ ତେବେ ଆପଣଙ୍କୁ ଏହି ସୂଚନା ବ୍ୟାଙ୍କ ଏସଏମଏସ ମାଧ୍ୟମରେ ସୂଚିତ କରିଦେବ
    ସେହିପରି ଯଦି କୌଣସି ସମସ୍ୟା ଥାଏ ତେବେ ଆପଣ ବ୍ୟାଙ୍କର କଷ୍ଟମର କେୟାର ହେଲ୍ପନାଇଲ୍ ସହ କଥା ହୋଇପାଇବେ ।

ଏଟିଏମ୍ ଦ୍ଵାରା

  • ଏହି ସୁବିଧା ଆପଣଙ୍କୁ ଏସବିଆଇ ବ୍ୟାଙ୍କର ଏଟିଏମରୁ ମିଳିବ
  • ନିଜ ଏଟିଏମ କାର୍ଡ ସ୍ୱିପ୍ କରନ୍ତୁ ଏବଂ ପିନ୍ ନମ୍ବର ଦେବା ସହ ସେଠାରେ ଦର୍ଶାଯାଇଥିବା ‘ସର୍ଭିସ-ରେଜିଷ୍ଟେସନ’ ବିକଳ୍ପ ଉପରେ କ୍ଲିକ୍ କରନ୍ତୁ
  • ଏହାପରେ ଆଧାର ରେଜିଷ୍ଟେସନ ଚୟନ କରନ୍ତୁ
  • ଆପଣଙ୍କ ଆକାଉଂଟଟି କେଉଁ ବର୍ଗର ଅଟେ, ସେଠାରେ ଦର୍ଶାଯାଇଥିବା କୋଠରୀକୁ ଚୟନ କରନ୍ତୁ
  • ଏହାପରେ ଆପଣଙ୍କୁ ଆଧାର ନମ୍ବର ଦେବାକୁ କୁହାଯିବ ଏବଂ ଆପଣ ସେଠାରେ ନିଜ ଆଧାର ନମ୍ବରକୁ ଅପଡେଟ୍ କରିପାରିବେ

ଭାରତୀୟ ଷ୍ଟେଟ ବ୍ୟାଙ୍କ ଗ୍ରାହକମାନଙ୍କ ପାଇଁ ସୂଚନା, ବନ୍ଦ ହୋଇପାରେ ଆକାଉଂଟ

ପଢନ୍ତୁ, ଡିସେମ୍ବର ୧୫ ସୁଦ୍ଧା ସରକାରୀ ଆଇଟିଆଇ କର୍ମଚାରୀଙ୍କ ପାଇଁ ଡ୍ରେସକୋଡ ଲାଗୁ

Related posts

୮୧ଟି ନିବେଶ ଭିତ୍ତିକ ପ୍ରକଳ୍ପ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ENO Beuro

ପ୍ରଥମ ୩ ମାସରେ ଜିଓର ନିଟ୍‌ ଲାଭ ୮୯୧ କୋଟି

Ratnamani Moharana

ସୁନନ୍ଦା ପୁଷ୍କର ହତ୍ୟା ମାମଲାର ଚାର୍ଜସିଟ୍‌ ଦାଖଲ

ENO Beuro

2 comments

Leave a Comment