ଭାରତୀୟ ଷ୍ଟେଟ ବ୍ୟାଙ୍କ ର ଗ୍ରାହକମାନଙ୍କୁ ନିଜର ଖାତାକୁ ଆଧାର ନମ୍ବର ସହ ସଂଯୋଗ କରିବା ବାଧ୍ୟତାମୂଳକ ଘୋଷଣା କରାଯାଇଛି ।ଏହି ଆଧାର ଲିଙ୍କ ୩୧ ଡିସେମ୍ବର ସୁଦ୍ଧା କରିବାକୁ ପଡିବ । ବ୍ୟାଙ୍କ ସ୍ପଷ୍ଟ କରି କହିଛି କି, ପ୍ରିଭେନ୍ସନ ଅଫ ମନି ଲାଣ୍ଡ୍ରିଂ ନିୟମ ଆଧାରରେ ୧ ଜୁନ, ୨୦୧୭ରେ ସଂଶୋଧନ କରିବାକୁ ଯାଇ ସମସ୍ତ ଏସବିଆଇ ଖାତାଧାରୀଙ୍କ ପାଇଁ ୩୧ ଡିସେମ୍ବର ୨୦୧୭ ମଧ୍ୟରେ ନିଜର ଖାତାକୁ ଆଧାର ସହିତ ଯୋଡିବାକୁ ବାଧ୍ୟତାମୂଳକ । ନିର୍ଦ୍ଧାରିତ ତାରିଖ ମଧ୍ୟରେ ଖାତାକୁ ଆଧାର ସହ ଲିଙ୍କ ନକଲେ ଗ୍ରାହକଙ୍କ ଖାତାକୁ ଅବୈଧ ଘୋଷିତ କରିଦିଆଯିବ ।
ନିମ୍ନଲିଖିତ ପ୍ରକ୍ରିୟାଗୁଡିକ ଦ୍ୱାରା ନିଜ ବ୍ୟାଙ୍କ ଖାତାକୁ ଆଧାର ସହ ଲିଙ୍କ କରିପାରିବେ
ବ୍ୟାଙ୍କ ଶାଖା ମାଧ୍ୟମରେ
- ବ୍ୟାଙ୍କର କୌଣସି ବି ବ୍ରାଂଚକୁ ଯାଆନ୍ତୁ ଏବଂ ସାଥୀରେ ନିଜର ଆଧାର କାର୍ଡର ଫଟୋ କପି ମଧ୍ୟ ନିଅନ୍ତୁ
- ଏକ ଆପ୍ଲିକେସନ ଲେଖି ବ୍ୟାଙ୍କରେ ଦିଅନ୍ତୁ । ଏଥିସହିତ ଆଧାରର ଏକ କପି ମଧ୍ୟ ସେଥିରେ ସଂଯୋଗ କରି ଦିଅନ୍ତୁ
- ଏହାପରେ ବ୍ୟାଙ୍କ ଅଧିକାରୀ କିଛି ଜରୁରୀ ଯାଂଚ କରିବା ପରେ ଏହାକୁ ଆପଣଙ୍କ ଖାତା ସହ ଲିଙ୍କ୍ କରିଦେବେ
- ଏବଂ ନମ୍ବର ଅପଡେଟ୍ ହୋଇଯିବା ପରେ ଆପଣଙ୍କୁ ବ୍ୟାଙ୍କ୍ ଏସଏମଏସ୍ ମାଧ୍ୟମରେ ସୂଚିତ କରିଦେବ
ଅନଲାଇନ୍ ଯୋଗେ
- ବ୍ୟାଙ୍କର ଇଂଟରନେଟ୍ ବ୍ୟାଙ୍କିଂ ସର୍ଭିସରେ ଲଗଇନ୍ କରି ଅପଡେଟ୍ ଆଧାର କାର୍ଡ ଡିଟେଲ୍ସ ବିକଳ୍ପ ସର୍ଚ୍ଚ କରନ୍ତୁ ଏବଂ ସେଥିରେ କ୍ଲିକ୍ କରନ୍ତୁ
- ଏହାକୁ କ୍ଲିକ୍ କରିବା କ୍ଷଣି ସେଠାରେ ଅନ୍ୟ ଏକ ପେଜ ଖୋଲି ଥାଏ
- ସେଠାରେ ନିଜର ଆଧାର କାର୍ଡ ନମ୍ବର ଲେଖନ୍ତୁ ଏବଂ ତାକୁ ସବମିଟ୍ କରନ୍ତୁ
- ଏହାପରେ ଆପଣଙ୍କ ମୋବାଇଲ୍ ନମ୍ବରର ଶେଷ ଦୁଇଟି ନମ୍ବର ଏଠାରେ ଡିସପ୍ଲେ ହେବ ଆଧାର ନମ୍ବର ଅପଡେଟ୍ କରାଯାଇଛି, ଏହି ବାବଦରେ ଆପଣଙ୍କ ରେଜିଷ୍ଟର୍ସ ମୋବାଇଲ ନମ୍ବରରେ ମେସେଜ୍ ଆସିଯବ ।
ଏସଏମଏସ ଜରିଆରେ
- ଯଦି ଆପଣଙ୍କ ମୋବାଇଲ ନମ୍ବର ଏସବିଆଇରେ ରେଜିଷ୍ଟର ହୋଇଛି, ତେବେ ଏସଏମଏସ୍ ଜରିଆରେ ମଧ୍ୟ ଆପଣ ଆପଣଙ୍କ ଆଧାର ନମ୍ବରକୁ ଅପଡେଟ୍ କରିପାରିବେ ।
- ଏଥିପାଇଁ ଆପଣ ୫୬୭୬୭୬ରେ ଏସଏମଏସ୍ ପଠାଇବାକୁ ପଡିବ
- ଏସଏମଏସ ପଠାଇବାର ଶୈଳୀ କିଛି ଏଭଳି ରହିବା ଅତ୍ୟନ୍ତ ଆବଶ୍ୟକ- ୟୁଆଇଡି ସ୍ପେସ୍ ଆଧାର ନମ୍ବର ସ୍ପେସ୍ ଖାତା ନମ୍ବର
- ଯଦି ଆପଣଙ୍କ ଆଧାର ପୂର୍ବରୁ ହିଁ ଲିଙ୍କ ହୋଇଥାଏ ତେବେ ଆପଣଙ୍କୁ ଏହି ସୂଚନା ବ୍ୟାଙ୍କ ଏସଏମଏସ ମାଧ୍ୟମରେ ସୂଚିତ କରିଦେବ ସେହିପରି ଯଦି କୌଣସି ସମସ୍ୟା ଥାଏ ତେବେ ଆପଣ ବ୍ୟାଙ୍କର କଷ୍ଟମର କେୟାର ହେଲ୍ପନାଇଲ୍ ସହ କଥା ହୋଇପାଇବେ ।
ଏଟିଏମ୍ ଦ୍ଵାରା
- ଏହି ସୁବିଧା ଆପଣଙ୍କୁ ଏସବିଆଇ ବ୍ୟାଙ୍କର ଏଟିଏମରୁ ମିଳିବ
- ନିଜ ଏଟିଏମ କାର୍ଡ ସ୍ୱିପ୍ କରନ୍ତୁ ଏବଂ ପିନ୍ ନମ୍ବର ଦେବା ସହ ସେଠାରେ ଦର୍ଶାଯାଇଥିବା ‘ସର୍ଭିସ-ରେଜିଷ୍ଟେସନ’ ବିକଳ୍ପ ଉପରେ କ୍ଲିକ୍ କରନ୍ତୁ
- ଏହାପରେ ଆଧାର ରେଜିଷ୍ଟେସନ ଚୟନ କରନ୍ତୁ
- ଆପଣଙ୍କ ଆକାଉଂଟଟି କେଉଁ ବର୍ଗର ଅଟେ, ସେଠାରେ ଦର୍ଶାଯାଇଥିବା କୋଠରୀକୁ ଚୟନ କରନ୍ତୁ
- ଏହାପରେ ଆପଣଙ୍କୁ ଆଧାର ନମ୍ବର ଦେବାକୁ କୁହାଯିବ ଏବଂ ଆପଣ ସେଠାରେ ନିଜ ଆଧାର ନମ୍ବରକୁ ଅପଡେଟ୍ କରିପାରିବେ
ପଢନ୍ତୁ, ଡିସେମ୍ବର ୧୫ ସୁଦ୍ଧା ସରକାରୀ ଆଇଟିଆଇ କର୍ମଚାରୀଙ୍କ ପାଇଁ ଡ୍ରେସକୋଡ ଲାଗୁ