ଫେବୃୟାରୀ ୭ରୁ ବିଧାନସଭାରେ ଆଗତ ହେବ ରାଜ୍ୟ ବଜେଟ

budget

ଆସନ୍ତା ଫେବୃୟାରୀ ୭ରୁ ବିଧାନସଭାରେ ଆଗତ ହେବ ରାଜ୍ୟ ବଜେଟ। ଆଗକୁ ନିର୍ବାଚନ ଥିବାରୁ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ରାଜ୍ୟ ବଜେଟ ଆଗତ କରିବ। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଅଧିବେଶନ ୧୨ ତାରିଖ ଯାଏ ଚାଲିବ । ୭ ଦିନ ଧରି ଚାଲିବାକୁ ଥିବା ଏହି ଅଧିବେଶନରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ ହେବ। ଅଧିବେଶନ ଆରମ୍ଭ ଦିବସରେ ରାଜ୍ୟପାଳ ଅଭିଭାଷଣ ରଖିବେ। ସେହିଦିନ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଗତ ହେବ। ଫେବୃୟାରୀ ୫ ଓ ୬ ରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଆଲୋଚନା ହେବ। ୭ ତାରିଖରେ ୨୦୧୯-୨୦ ଆର୍ଥିକବର୍ଷ ପାଇଁ ବଜେଟ ଉପସ୍ଥାପନ ହେବ।

budget

ଫେବୃୟାରୀ ୧୧ ତାରିଖରେ ସରକାରୀ ଦିବସ ଥିବା ବେଳେ ୧୨ ତାରିଖରେ ବେସରକାରୀ ଦିବସ ରହିଛି। ଏଠାରେ ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହା ପୂର୍ବରୁ ଖର୍ଚ୍ଚ ତୁଲାଇବା ପାଇଁ ଆସନ୍ତା ଅଧିବେଶନରେ ବଜେଟ ବ୍ୟବସ୍ଥା କରାଯିବ।

ପଢନ୍ତୁ; ଓଟିଇଟି ପ୍ରଶ୍ନପତ୍ର ଲିକ୍!

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More