22.1 C
Bhubaneswar
December 7, 2021
EnewsOdia.Com
ନ୍ୟୁଜ୍ ରାଜନୀତି

କଂଗ୍ରେସ ଭବନରେ ପୁଣି ଗୋଷ୍ଠୀ କନ୍ଦଳ: ସନ୍ଧ୍ୟାରେ ବି ଭଙ୍ଗାରୁଜା

ରାଜ୍ୟ କଂଗ୍ରେସ ଭବନରେ ପୁଣି ହଙ୍ଗାମା। ଯୁବ କଂଗ୍ରେସ ସଭାପତିଙ୍କ କାର୍ଯ୍ୟାଳୟରେ ଭଙ୍ଗାରୁଜା ହୋଇଥିବା ଦେଖିବାକୁ ମିଳିଛି । ପଦପଦବୀକୁ ନେଇ ତୁଟୁନି ବିବାଦ। ଆଜି ପୂର୍ବାହ୍ନରେ କଂଗ୍ରେସ ଭବନରେ ଭଙ୍ଗାରୁଜା ଦେଖାଦେଇଥିଲା। ଯୁବ କଂଗ୍ରେସ ଅଫିସ ତାଲା ଭାଙ୍ଗି କିଛି ଯୁବକ ଭଙ୍ଗାରୁଜା କରି ଘଟଣାସ୍ଥଳରୁ ଛୁ ମାରିଥିଲେ। ତେବେ ଆଜି ସନ୍ଧ୍ୟାରେ ପୁଣି ଥରେ କଂଗ୍ରେସ ଭବନରେ ଭଙ୍ଗାରୁଜା ଦେଖାଦେଇଛି। ପିସିସି ସଭାପତିଙ୍କ ଅଫିସ ବାହାରେ କିଛି ଦୁର୍ବୃତ୍ତ ଚେୟାର ଓ ନାମ ଫଳକ ଭାଙ୍ଗିଦେଇଥିବା ସୂଚନା ମିଳିଛି। ତେବେ କଣ ପାଇଁ ଏଭଳି ଭଙ୍ଗାରୁଜା କରାଯାଉଛି, ସେନେଇ କିଛି ସଠିକ ତଥ୍ୟ ମିଳିପାରିନାହିଁ।

ପଢନ୍ତୁ: ନଭେମ୍ବରରୁ ୨ରୁ ୧୮ ବର୍ଷ ପିଲାଙ୍କୁ ମିଳିବ କୋଭିଡ୍‌ ଟିକା

Related posts

କିମ୍ବଦନ୍ତୀ ଗାୟିକା ଲତା ମଙ୍ଗେସ୍‌କର ଅସୁସ୍ଥ

Ratnamani Maharana

ଏକାଦଶ ପରୀକ୍ଷା ପାସ୍‌ କଲେ ଦ୍ୱାଦଶ ଶ୍ରେଣୀକୁ ଯିବେ ଛାତ୍ରଛାତ୍ରୀ

Ratnamani Maharana

ପ୍ରେମୀ ଯୁଗଳଙ୍କ ପାଇଁ ଖୁସି ଖବର, ଚଳିତ ବର୍ଷ ଭାଲେଣ୍ଟାଇଲ ଡେ’କୁ ବିରୋଧ କରିବନି ବଜରଙ୍ଗୀ ଦଳ

Ratnamani Maharana

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More