Loading...

ପଞ୍ଚାୟତ ନିର୍ବାଚନ ପ୍ରଚାରରେ କୋହଳ ହୋଇପାରେ କଟକଣା

ପଞ୍ଚାୟତ ନିର୍ବାଚନ ପ୍ରଚାରରେ କୋହଳ ହୋଇପାରେ କଟକଣା

କୋହଳ ହେବ କି ନିର୍ବାଚନ ପ୍ରଚାର କଟକଣା । ଆଜି ରାଜ୍ୟ ନିର୍ବାଚନ କମିଶନଙ୍କ ବୈଠକ ।

କୋହଳ ହେବ କି ନିର୍ବାଚନ ପ୍ରଚାର କଟକଣା । ଆଜି ରାଜ୍ୟ ନିର୍ବାଚନ କମିଶନଙ୍କ ବୈଠକ । ଜିଲ୍ଲାପାଳମାନଙ୍କ ସହ ଆଲୋଚନା କରିବେ ରାଜ୍ୟ ନିର୍ବାଚନ କମିଶନ । ପଞ୍ଚାୟତ ର୍ନିବାଚନ ପରିଚାଳନା ନେଇ ବୈଠକରେ ଆଲୋଚନା ହେବ । ରାଜ୍ୟରେ ଦେଢ଼ ହଜାର ତଳେ ରହିଛି ଦୈନିକ ସଂକ୍ରମଣ ସଂଖ୍ୟା । ଅଷ୍ଟମରୁ ଉପର ପିଲାଙ୍କ ପାଇଁ ସ୍କୁଲ ଓ କଲେଜ ମଧ୍ୟ ଖୋଲାଯାଇଛି ।ଏଭଳି ସମୟରେ କରୋନା କଟକଣାରେ ନିର୍ବାଚନ ପ୍ରଚାର ହେଉଛି । ୫ଜଣଙ୍କୁ ନେଇ ପ୍ରାର୍ଥୀ ପ୍ରଚାର କରୁଛନ୍ତି । ଏହି ସଂଖ୍ୟାରେ ବୃଦ୍ଧି ହୋଇପାରେ । ୫ ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ କଟକଣା କୋହଳ ହୋଇଥିବାରୁ ଏହି ସମ୍ଭାବନା ଅଧିକ ରହିଛି । ବଡ଼ ରାଲି, ରୋଡ ଶୋ’ ଉପରେ କଟକଣା ରହିପାରେ । ହେଲେ ଛୋଟ ଛୋଟ ଶୋଭାଯାତ୍ରା, ସଭା ସମିତିକୁ ଅନୁମତି ଦେଇପାରନ୍ତି ରାଜ୍ୟ ନିର୍ବାଚନ କମିଶନ ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.