News

କ୍ୟାବିନେଟ ଦେଲା ‘ଖୁସି’,୧୭ ଲକ୍ଷ ଛାତ୍ରୀଙ୍କୁ ମାଗଣା ନାପକିନ୍

khusi

ବିଭିନ୍ନ ଡାକ୍ତରଖାନା ତଥା ମେଡିକାଲ କଲେଜରେ ଭିନ୍ନ ଭିନ୍ନ ସ୍କିମରେ ଆଡହକ ନିଯୁକ୍ତି ପାଇଥିବା ୮୧୦୦ ନିୟମିତ ହେବେ। ଏ ବାବଦରେ ସରକାର ବର୍ଷକୁ ୧୭୨ କୋଟି ଟଙ୍କାର ଆର୍ଥିକ ବୋଝ ମୁଣ୍ଡାଇବେ। ରାଜ୍ୟ କ୍ୟାବିନେଟ ଏହି ନିଷ୍ପତି ନେଇଛି। ଏଥିପାଇଁ ଆବଶ୍ୟକ ନିଯୁକ୍ତି ଓ ଚାକିରି ସର୍ତାବଳିକୁ ମଧ୍ୟ ସରକାର ସଂଶୋଧନ କରିଛନ୍ତି।

ନିୟମିତ ହେବେ ସ୍ୱାସ୍ଥ୍ୟ ବିଭାଗର ୮ ହଜାର ଅସ୍ଥାୟୀ କର୍ମଚାରୀ

ଏହା ଜରିଆରେ ଛାତ୍ରୀମାନେ ସେମାନଙ୍କର ସ୍କୁଲରୁ ମାଗଣାରେ ସାନିଟାରି ନାପକିନ୍ ପାଇପାରିବେ । ଖୁସି ଯୋଜନାରେ ୫ ବର୍ଷରେ ୪୬୬.୦୮ କୋଟି ଟଙ୍କା ଖର୍ଚ୍ଚ ହେବ। ଏଥିରୁ ରାଜ୍ୟର ମୋଟ ୧୭ ଲକ୍ଷ ୨୫ ହଜାର ଛାତ୍ରୀ ଉପକୃତ ହେବେ । ଏନେଇ ବୈଠକ ପରେ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ। କ୍ୟାବିନେଟ ମଂଜୁରୀ ପରେ ୧୪୦୯ ଷ୍ଟାଫନର୍ସ ନିୟମିତ ହେବେ ବୋଲି ମଧ୍ୟ ସୂଚନା ମିଳିଛି ।

ସେହିପରି ବିଭାଗୀୟ ମୁଖ୍ୟ ଦପ୍ତର ଓ ଜିଲ୍ଲା କ୍ୟାଡରର କର୍ମଚାରୀଙ୍କ ପାଇଁ ନୂଆ କମନ୍ କ୍ୟାଡର ରୁଲକୁବ କ୍ୟାବିନେଟ ଅନୁମୋଦନ କରିଛନ୍ତି। ଏଥିରେ ଅଧିକ ୭୮ଟି ନୂଆ ସିନିଅର ଏଷ୍ଟାବ୍ଲିଶମେଣ୍ଟ ଅଫିସର ପଦବୀ ସୃଷ୍ଟି ହୋଇଛି।

ପଢନ୍ତୁ; ପୁଣି ଆତଙ୍କବାଦୀଙ୍କ ବଡ ଆକ୍ରମଣ ଯୋଜନା, ୫୦୦ କିଲୋ ବିସ୍ପୋରକ ବ୍ୟବହାରର ପ୍ରସ୍ତୁତି

Related posts

ରୋହିଙ୍ଗ୍ୟା କ୍ୟାମ୍ପକୁ ଯାଇ ଟ୍ରୋଲର ଶିକାର ହେଲେ ପ୍ରିୟଙ୍କା

ENO Beuro

ଓଡିଶା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କୁ “ଶ୍ରେଷ୍ଠ ପ୍ରଶାସକ” ସମ୍ମାନରେ ସମ୍ମାନିତ କରାଯିବ

ENO Beuro

ଉଦ୍ୟମ ଫଳବତୀ ହୋଇଛି, ଆଜିଠାରୁ ରାଜଧାନୀରେ ଆରମ୍ଭ ହେଲା ବାଲିଯାତ୍ରା ର ସଜବାଜ

ENO Beuro

Leave a Comment