ଆଜିଠୁ ଜୁନ ୬ ଯାଏଁ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
Loading...
ମହାଲକ୍ଷ୍ମୀ କାହାକୁ କେଞ୍ଚାଏ ତ କାହାକୁ ମେଞ୍ଚାଏ ଦେଉଛନ୍ତି। ରୋଷଘରେ କେବଳ ବେପାର ଚାଲିଛି। କିଛି ବି ବ୍ୟବସ୍ଥା କରୁନାହାନ୍ତି। ଏଥିପାଇଁ ମନରେ ଅସନ୍ତୋଷ ଓ ଅଭିମାନ ଥିଲା।
ମହାଲକ୍ଷ୍ମୀ କାହାକୁ କେଞ୍ଚାଏ ତ କାହାକୁ ମେଞ୍ଚାଏ ଦେଉଛନ୍ତି। ରୋଷଘରେ କେବଳ ବେପାର ଚାଲିଛି। କିଛି ବି ବ୍ୟବସ୍ଥା କରୁନାହାନ୍ତି। ଏଥିପାଇଁ ମନରେ ଅସନ୍ତୋଷ ଓ ଅଭିମାନ ଥିଲା। ଏହି ଅଭିମାନରେ ଚୁଲି ସବୁ ହାତରେ ଭାଙ୍ଗିଦେଲି। ପଶିବା ସମୟରେ ରୋଷଘର ଖୋଲାଥିଲା। କେହି ବି ସୁରକ୍ଷାକର୍ମୀ ନ ଥିଲେ। ପ୍ରାୟ ୨ ଘଣ୍ଟା ରୋଷଘରେ ରହିବା ପରେ ଚାଲି ଆସିଥିଲି। ଜେଟିପିମାନେ ମୋତେ ଦେଖିବା ପରେ ଆଣି ବାହାରେ ଛାଡ଼ି ଦେଇଥିଲେ। ଏକୁଟିଆ ସବୁ ଚୁଲି ଭାଙ୍ଗିଛି। କାହାରି ପ୍ରରୋଚନାରେ ଏଭଳି କରିନି। ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗା ଘଟଣାରେ ଗିରଫ ମୁଖ୍ୟ ଅଭିଯୁକ୍ତ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଦେଉଳି ଗାଁର ଜଗନ ମହାପାତ୍ର ଆଜି ଏଭଳି ଚାଞ୍ଚଲ୍ୟକର ବୟାନ ରଖିଛି। ଜଗନର ଏଭଳି ବୟାନ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ତାଚ୍ଛଲ୍ୟ କରୁଥିବାବେଳେ ଭକ୍ତର ଅଭିମାନ କେତେ ଯେ ସାଂଘାତିକ ତାହ ପ୍ରତିପାଦିତ କରୁଛି। ଅନ୍ୟପଟେ ଗିରଫ ଜଗନ ଜଣେ ଲାଇନ୍ମ୍ୟାନ୍ ଓ ସେ ଟାଟା ପାୱାରରେ କାମ କରେ ବୋଲି ଜଣାପଡ଼ିଛି।ଗତ ୨ ତାରିଖରେ ଶ୍ରୀମନ୍ଦିର ରୋଷଘରର ୪୩ଟି ଚୁଲି ଭାଙ୍ଗି ଦିଆଯାଇଥିଲା। ଘଟଣାର ଖୋଳତାଡ଼ ପରେ ସିସିଟିଭି ଫୁଟେଜ୍ ଆଧାରରେ ପୁଲିସ ଏହାର ମୁଖ୍ୟ ଅଭିଯୁକ୍ତ ଜଗନକୁ ଗିରଫ କରିବାରେ ସମର୍ଥ ହୋଇଛି। ଗତକାଲି ବେଗୁନିଆ ଥାନା ଦେଉଳି ଗାଁରୁ ଜଗନକୁ ଗିରଫ ପରେ ଆଜି ପୁଲିସ ତାକୁ ପୁରୀ ଏସ୍ଡିଜେଏମଙ୍କ କୋର୍ଟରେ ହାଜର କରିଥିଲା। ଜାମିନ୍ ନାମଞ୍ଜୁର ପରେ ଜଗନକୁ ଜେଲକୁ ପଠାଇ ଦିଆଯାଇଛି। ଜେଲ ଯିବା ପୂର୍ବରୁ ଜଗନ ଗଣମାଧ୍ୟମକୁ କହିଛି ଯେ ଘଟଣାଦିନ ଅପରାହ୍ନ ପ୍ରାୟ ୨ରୁ ୩ଟା ଭିତରେ ସେ ଶ୍ରୀମନ୍ଦିର ଯାଇଥିଲା। ଦିନତମାମ ଶ୍ରୀମନ୍ଦିରରେ ବିତାଇବା ପରେ ରାତ୍ର ପହୁଡ଼ ପରେ ରୋଷଘରେ ପଶିଥିଲେ। ସେ ସମୟରେ ଲାଇଟ୍ ଲାଗିଥିଲା। କିନ୍ତୁ ରୋଷଘର ଦୁଆରରେ କେହି ନ ଥିଲେ। ରୋଷଘର ଦୁଆର ସଂପୂର୍ଣ୍ଣ ଖୋଲା ଥିଲା। ରୋଷଘରେ ପଶିବା ପରେ ପ୍ରଥମେ ଯାହା ଅଳିଆ ପଡ଼ିଥିଲା, ସଫା କରିଥିଲା।
ସେତେବେଳକୁ ରୋଷଘର ଝରକା, ସ୍କାଏଲାଇଟ୍ ସବୁରେ ଅଖା ଜାମ୍ ଦିଆଯାଇଥିଲା। ଭେଣ୍ଟିଲେସନ୍ ଠିକ୍ରେ ହେଉ ନଥିଲା। ଏଣୁ ଏହି ଜାମ୍ ଦିଆ ଅଖାଗୁଡ଼ିକୁ ବାହାର କରି ଦେଇଥିଲା। ବୁଲୁ ବୁଲୁ ମନରେ ଆସିଲା ଯେ ଭୋଗ ସବୁ ଏଣେତେଣେ ବିଛାଡ଼ି ହୋଇ ପଡ଼ିଛି। ଭିତରେ କିଛି ବି ବ୍ୟବସ୍ଥା ନାହିଁ। ଏଭଳି ସ୍ଥିତିରେ ରୋଷେଇ କେମିତି ଚାଲିଛି। ଖାଲି ବେପାର ଆଶାରେ ଏଭଳି କରାଯାଉଛି। ଏଣୁ ମନରେ ଥିବା ଅସନ୍ତୋଷ ଓ ଅଭିମାନରେ ରୋଷଘର ଚୁଲିକୁ ସବୁ ହାତରେ ତାଡ଼ି ଦେଇଥିବା ସେ କହିଛି। ପ୍ରାୟ ୨ ଘଣ୍ଟା ରୋଷଘରେ ରହିବା ପରେ ବାଇଶିପାହାଚ ଦେଇ ଫେରୁଥିବାବେଳେ ତିନି ଚାରି ଜଣ ଶ୍ରୀମନ୍ଦିର ପୁଲିସ୍ କର୍ମଚାରୀ (ଜେଟିପି) ତାକୁ ଦେଖି ଦେଇଥିଲେ। ଆସିଲା ବେଳକୁ ସେମାନେ ବାଇଶି ପାହାଚରେ ବସିଥିଲେ। ଦେଖିବା ପରେ ବାହାରିଯିବାକୁ କହିଥିଲେ। ଦୁଆର ଖୋଲି ବାହାରେ ଛାଡ଼ି ଦେଇଥିବା ଜଗନ କହିଛି। ରାଗରେ ରୋଷଘରେ ୩୦ରୁ ୪୦ଟି ଚୁଲା ଭାଙ୍ଗି ମନ୍ଦିରରୁ ବାହାରିବା ପରେ ପୁରୀର ଅନେକ ସ୍ଥାନ ବୁଲି ଗାଁକୁ ଫେରି ଆସିଥିଲା। ଗାଁରୁ ତାକୁ ପୁଲିସ ଗିରଫ କରିଥିଲା ବୋଲି ଜଗନ କହିଛି।
କାହିଁକି ଏଭଳି କଲ ବୋଲି ପ୍ରଶ୍ନରେ ଏଥିପାଇଁ ମନରେ ଦୁଃଖ ଅଛି, ଅନୁତାପ କରୁଛି। ଏହି ଭୁଲ୍ ମୁଁ ନିଜେ ସ୍ବୀକାର କରୁଛି ବୋଲି ଜଗନ କହିଛି। ମୁଁ ଜଣେ ଭଗବାନଙ୍କ ଭକ୍ତ। ଭଗବାନଙ୍କ ଉପରେ ରାଗି ଚୁଲି ଭାଙ୍ଗିଦେଇଛି। ଯାହା ବି କରିଛି ପାପ କରିଛି। ତେବେ, କିଛି ଚୋରି କରିନି କି କାହାର କ୍ଷତି କରିନି। ପ୍ରଶାସନ ଯଦି ମୋତେ ଦୁଇଦିନ ସମୟ ଦେବ, ଭଙ୍ଗା ଚୁଲିକୁ ମରାମତି କରିଦେବି ବୋଲି ଜଗନ କହିଛି।
Shakespeare, in the beautiful garden, among the party. Some of the hall: in fact she was ever to.
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
ବରଯାତ୍ରୀ ସହ ବାଜା, ରୋଷଣି ନେଇ ବର ବେଶରେ ବାହାରିବେ ମହାପ୍ରଭୁ। କେଦାରଗୌରୀ ମନ୍ଦିରରେ ମା’ ପାର୍ବତୀଙ୍କ ସହ ପ୍ରଭୁ ଲିଙ୍ଗରାଜଙ୍କ ହାତଗଣ୍ଠି ପଡ଼ିବ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ।
ପଞ୍ଚମ ଆଇପିଏଲ୍ ଟ୍ରଫିଠାରୁ ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ଆଉ ମାତ୍ର ଗୋଟିଏ ବିଜୟ ଦୂରରେ ରହିଛି। ଗୁଜରାଟ ଟାଇଟନ୍ସକୁ ୧୫ ରନ୍ରେ ପରାସ୍ତ କରି ଚେନ୍ନାଇ ସୁପର୍ କିଙ୍ଗ୍ସ ସିଧାସଳଖ ଫାଇନାଲ୍ରେ ପ୍ରବେଶ କରିଛି ଧୋନୀ ବାହିନୀ।