24.1 C
Bhubaneswar
December 7, 2021
EnewsOdia.Com
ନ୍ୟୁଜ୍

ତାଜମହଲକୁ ପଛରେ ପକାଇଲା ଷ୍ଟାଚ୍ୟୁ ଅଫ୍‌ ୟୁନିଟି, ବର୍ଷକରେ ରୋଜଗାର କଲା ୬୩ କୋଟି

ନର୍ମଦା ନଦୀ କୁଳ ସରଦାର ସରୋବର ବନ୍ଧ ନିକଟରେ ନିର୍ମିତ ୧୮୨ ମିଟର ଉଚ୍ଚ ସର୍ଦ୍ଦାର ପଟେଲଙ୍କ ପ୍ରତିମୂର୍ତି ବିଶ୍ୱର ସବୁଠୁ ଉଚ୍ଚ ପ୍ରତିମୂର୍ତି । ଏବେ ଷ୍ଟାଚ୍ୟୁ ଅଫ ୟୁନିଟି ସହ ଆଉ ଏକ ନୂଆ ରେକର୍ଡ ଯୋଡି ହୋଇଛି । ରୋଜଗାର ମାମଲାରେ ଷ୍ଟାଚ୍ୟୁ ଅଫ ୟୁନିଟି ସପ୍ତାଶ୍ଚର୍ଯ୍ୟ ତାଲିକାଭୁକ୍ତ ତାଜମହଲକୁ ପଛରେ ପକାଇ ଦେଇଛି । ଭାରତୀୟ ପ୍ରତ୍ନତତ୍ୱ ବିଭାଗ ଅନୁସାରେ ଷ୍ଟାଚ୍ୟୁ ଅଫ ୟୁନିଟି ଦେଶର ଶ୍ରେଷ୍ଠ ପାଂଚଟି  ସ୍ମାରକ ମଧ୍ୟରୁ ସବୁଠୁ ଅଧିକ ଆୟ କରିଥିବା ସ୍ମାରକ ହୋଇଛି । ସୂଚନା ଅନୁସାରେ ଗୋଟିଏ ବର୍ଷ ମଧ୍ୟରେ ସର୍ଦ୍ଦାର ପଟେଲଙ୍କ ସୁଉଚ୍ଚ ପ୍ରତିମୂର୍ତିକୁ ଦେଖିବା ପାଇଁ ୨୪ ଲକ୍ଷରୁ ଅଧିକ ପର୍ଯ୍ୟଟକ ଆସିଛନ୍ତି । ଆୟ ହୋଇଛି ୬୩ କୋଟି ୩୯ ଲକ୍ଷ ୧୪ ହଜାର ୧୨୮ ଟଙ୍କା ।

ଶ୍ରେଷ୍ଠ ୫ ଆୟକାରୀ ସ୍ମାରକ ତାଲିକାର ଏହି ତାଲିକାରେ ଦ୍ୱିତୀୟରେ ରହିଛି ତାଜମହଲ । ଯାହାକୁ ଦେଖିବା ପାଇଁ ବର୍ଷକରେ ଆସିଛନ୍ତି ୬୪ ଦଶମିକ ୫୮ ଲକ୍ଷ ପର୍ଯ୍ୟଟକ ଏବଂ ଆୟ ହୋଇଛି ୫୬ କୋଟି । ସେହିପରି ଆଗ୍ରାର ଦୁର୍ଗରୁ ଆୟ ହୋଇଛି ୩୦ କୋଟି ୫୫ ଲକ୍ଷ, ଦିଲ୍ଲୀର କୁତବମୀନାରରୁ ବର୍ଷକରେ ଆୟ ହୋଇଛି ୨୩ କୋଟି ୪୬ ଲକ୍ଷ ଟଙ୍କା । ସେହିପରି ଫତେପୁର ସିକ୍ରି ରୁ ୧୯ କେଟି ୪ ଲକ୍ଷ, ଦିଲ୍ଲୀର ଲାଲକିଲ୍ଲାରୁ  ୧୬ କୋଟି ୧୭ ଲକ୍ଷ ଟଙ୍କା ଆୟ କରିଛି । ଏହି ସର୍ଭେ ରିପୋର୍ଟ ସାମ୍ନାକୁ ଆସିବା ପରେ ଷ୍ଟାଚ୍ୟୁ ଅଫ ୟୁନିଟିକୁ ନେଇ ରାଜନୀତି କରୁଥିବା ଲୋକଙ୍କ ମୁହଁ ବନ୍ଦ କରିଦେଇଛି । ଏହା କେବଳ ରାଜନୈତିକ ପତିଆର ବଢାଇବା ପ୍ରସଙ୍ଗ ନୁହେଁ, ଏହା ଦ୍ୱାରା ଦେଶର ପର୍ଯ୍ୟଟନର ବିକାଶ ମଧ୍ୟ ହେଉଛି ବୋଲି କୁହାଯାଉଛି ।

ପଢନ୍ତୁ: ଜାମିନ ନାମଞ୍ଜୁର ହେବାପରେ ଆତ୍ମହତ୍ୟା ଧମକ ଦେଲେ ନିରବ ମୋଦି

Related posts

ବିଦ୍ୟାଭାରତୀ ହିଁ ଦୋଷୀ- ୩ଶହ ପୃଷ୍ଠାର ଚାର୍ଜସିଟ୍‌ ଦାଖଲ କଲା କ୍ରାଇମବ୍ରାଞ୍ଚ

Ratnamani Maharana

ଆସନ୍ତା ୨୪ ଘଣ୍ଟା ମଧ୍ୟରେ କିଛି ଜିଲ୍ଲାରେ ବର୍ଷା ସହ ବଜ୍ରପାତ ସମ୍ଭାବନା

Ratnamani Maharana

୧୬ ତାରିଖରୁ ଖୋଲିବ ଶ୍ରୀମନ୍ଦିର, ଦର୍ଶନ ପାଇଁ sop ଜାରିକଲେ ରାଜ୍ୟସରକାର

Ratnamani Maharana

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More