SPORTS

ଆଇପିଏଲ୍‌ରୁ ଓହରିଲେ ଷ୍ଟେନ

ଚଳିତ ଆଇପିଏଲରେ ପ୍ଲେଅଫ ସ୍ଥାନପାଇଁ ସଂଘର୍ଷ କରୁଥିବା ରୟାଲ ଚ୍ୟାଲେଞ୍ଜେର୍ଷ ବାଙ୍ଗାଲୋରକୁ ଶକ୍ତ ଧକ୍କା ଲାଗିଛି। ଦକ୍ଷିଣ ଆଫ୍ରିକୀୟ ଦ୍ରୁତ ବୋଲର ଡେଲ୍‌ ଷ୍ଟେନ୍‌  ଆଇପିଏଲରୁ ଓହରି ଯାଇଛନ୍ତି। ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ବିଳମ୍ବରେ ଖେଳିଥିବା ଷ୍ଟେନ୍‌ ମାତ୍ର ଦୁଇଟି ମାଚ୍‌ ଖେଳିଛନ୍ତି। ସେଥିରେ ଉଭୟ କୋଲ୍‌କାତା ନାଇଟ୍‌ ରାଇଡର୍ସ  ଏବଂ ଚେନ୍ନାଇ ସୁପର କିଙ୍ଗ୍‌ସ  ବିପକ୍ଷରେ ଦୁଇଟି ଲେଖାଏଁ ୱିକେଟ୍‌ ମଧ୍ୟ ଅକ୍ତିଆର କରିଥିଲେ।

ଷ୍ଟେନ କାନ୍ଧରେ ଆଘାତ ଲାଗିବା କାରଣରୁ  ଓହରି ଯାଇଥିବା ସୂଚନା ମିଳିଛି। ଆହତ ନାଥାନ କଳତାର ନେଲଙ୍କ ସ୍ଥାନରେ ସେ ରୟାଲ ଚ୍ୟାଲେଞ୍ଜେର୍ଷ କିନ୍ତୁ ତାଙ୍କର ଆଘାତ କାରଣରୁ ସେ ମାତ୍ର ୨ ମ୍ୟାଚ ପରେ ଓହରି ଯାଇଛନ୍ତି।  ସେ ଗତ ବୁଧବାର ଦିନ ମଧ୍ୟ ଅନୁଷ୍ଠିତ କିଙ୍ଗସ ଏକାଦଶ ପଞ୍ଜାବ  ବିପକ୍ଷ ମ୍ୟାଚରୁ ଓହରି ଯାଇଥିଲେ। ଆଇପିଏଲ୍‌ର ଅବଶିଷ୍ଟ ଭାଗରେ ଆଉ ତାଙ୍କର ଖେଳିବା ସମ୍ଭାବନା କମ୍‌ ଥିବାରୁ ତାଙ୍କୁ ପୂରା ବାଦ୍‌ ଦିଆଯାଇଛି ବୋଲି ଆର୍‌ସିବି ଅଧ୍ୟକ୍ଷ ସଂଜୀବ ଚୁରିୱାଲା  କହିଛନ୍ତି।
ପଢନ୍ତୁ: ସନ୍‌ରାଇଜର୍ସକୁ ପରାସ୍ତ କରି ପୁଣି ଶୀର୍ଷରେ ଚେନ୍ନାଇ ସୁପର କିଙ୍ଗସ

Related posts

ଫାଇନାଲ୍‌ରେ ହେବ ଚେନ୍ନାଇ-ହାଇଦ୍ରାବାଦ ଟକ୍କର୍ !

ENO Beuro

ବିଶ୍ୱ ମାନ୍ୟତାର ଶୀର୍ଷରେ ମେରିକମ୍‌

ENO Beuro

ବିଜୟଲକ୍ଷ୍ୟରେ ଭାରତ

ENO Beuro

1 comment

Leave a Comment