News

ଝିଅ ଅଝଟ ହେବାରୁ ପିଠା ପାତିଆରେ ଚେଙ୍କ ଦେଲେ ପାଳିତା ବାପା

୪ ବର୍ଷର ଶିଶୁକନ୍ୟାକୁ ଦେଲା ଚେଙ୍କ

ବ୍ରହ୍ମପୁରରେ ଏକ ଅଭାବନୀୟ ଘଟଣା ଘଟିଛି । ପାଳିତ କନ୍ୟାକୁ ଚେଙ୍କ ଦେଇଛି ବାପା । ଜଣେ ୪ ବର୍ଷର ଶିଶୁ କନ୍ୟାକୁ ପାଳିତ ବାପା ଅମାନବିୟ ଭାବେ ଚେଙ୍କ ଦେଇଥିବା ଅଭିଯୋଗ ହୋଇଛି । ପାଳିତ ବାପା ରୁନା ଗୌଡ଼କୁ ବଡବଜ଼ାର ଥାନା ପୋଲିସ ଅଟକ ରଖି ପଚରାଉଚୁରା କରୁଛି ।

ମିଳିଥିବା ସୂଚନା ଅନୁସାରେ ଝିଅଟି ତାଙ୍କର ପୋଷ୍ୟ କନ୍ୟାବୋଲି ଜଣାପଡିଛି । ବ୍ରହ୍ମପୁର ଶ୍ରୀରାମ ନଗର ସାହିର ଦାଶରଥୀ ମାଝି ନିଜ ଝିଅକୁ ପ୍ରତିପାଳନ କରିବାରେ ଅସମର୍ଥ ହେବାରୁ ରାଜେନ୍ଦ୍ର ଗୌଡକୁ ଦେଇଥିଲେ । ହେଲେ କୌଣସି କାରଣ ପାଇଁ ଅଳି କରୁଥିବା ୪ବର୍ଷର କୁନି ଝିଅକୁ ଅତି ଅମାନବୀୟ ଭାବେ ତତଲା ଖଡିକାରେ ଚେଙ୍କି ଦେଇଥିଲେ ରାଜେନ୍ଦ୍ର । କିଛିଦିନ ହେବ ଏହି ୪ ବର୍ଷର ଶିଶୁକନ୍ୟାଟି କଥା ନ ମାନିବାରୁ ଗୋଟିଏ ଘରେ ବନ୍ଦ ରଖି ରୁନା ତାକୁ ଚେଙ୍କ ଦେବା ଆରମ୍ଭ କରିଥିଲା ।

ବନ୍ଦ ରହିଥିବା ଶିଶୁକନ୍ୟାଟିର କାନ୍ଦ ଶୁଣି  ସ୍ଥାନୀୟ ଅଂଚଳର ଲୋକମାନେ କନ୍ୟାଟିକୁ ଘର ଭିତରୁ ଉଦ୍ଧାର କରିଥିଲେ । ସ୍ଥାନୀୟ ଲୋକେ ଶିଶୁକନ୍ୟାଟିକୁ ଉଦ୍ଧାର କରି ବଡବଜାର ଥାନାରେ ହସ୍ତାନ୍ତର କରିଛନ୍ତି । ଶିଶୁଟିର ଶରୀରର ବିଭିନ୍ନ ସ୍ଥାନରେ ଚେଙ୍କ ଦାଗ ରହିଥିବା ଦେଖିବାକୁ ମିଳିଛି । ପୋଲିସ ପୁରା ମାମଲାର ଛାନଭିନ ଆରମ୍ଭ କରିଛି ।

ଝିଅ ଅଝଟ ହେବାରୁ ପିଠା ପାତିଆରେ ଚେଙ୍କ ଦେଲେ ପାଳିତା ବାପା Barampur case

ପଢନ୍ତୁ ;

ସାଲେପୁର ଦୁଷ୍କର୍ମ ଘଟଣା : ଜେଲରେ ଅଭିଯୁକ୍ତଙ୍କ ଆତ୍ମହତ୍ୟା ଉଦ୍ୟମ

Related posts

Shiv Sundar Das Is The New Coach Of Odisha Cricket Team

Krishna Kumar Manoj

ଶେଷ ହେଲା ସଲମାନ୍‌ଙ୍କ ଜାମିନ୍‌ ଆବେଦନ ଶୁଣାଣି ,ରାୟ ଅପରାହ୍ଣ ୨ଟା ପରେ!

Krishna Kumar Manoj

ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ଜାପାନ ପ୍ରତିରକ୍ଷା ମନ୍ତ୍ରୀ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More