SPORTS

ଷ୍ଟିଫେନ୍‌ କନଷ୍ଟାଣ୍ଟାଇନଙ୍କ ଇସ୍ତଫା

stephen

ଚଳିତ ଏଏଫସି ଏସିଆନ କପରୁ ଭାରତ ବିଦାୟ ନେବା ପରେ ମୁଖ୍ୟ କୋଚ ପଦରୁ ଷ୍ଟିଫେନ୍‌ କନଷ୍ଟାଣ୍ଟାଇନ ଇସ୍ତଫା ଦେଇଛନ୍ତି। ୟୁଏଇରେ ଚାଲିଥିବା ଏହି ସମ୍ମାନଜନକ ଟୁର୍ଣାମେଣ୍ଟର ପ୍ରଥମ ମ୍ୟାଚରେ ଭାରତ ୪-୧ ଗୋଲରେ ଥାଇଲାଣ୍ଡକୁ ପରାସ୍ତ କରିଥିଲା। ଏହାପରେ ଦ୍ଵିତୀୟ ମ୍ୟାଚରେ ୟୁଏଇ ଠାରୁ ୨-୧ ଗୋଲରେ ଓ ଅନ୍ତିମ ଲିଗ ମ୍ୟାଚରେ ବାହରିନ ଠାରୁ ୧-୦ ଗୋଲରେ ପରାଜିତ ହୋଇ ଟୁର୍ଣାମେଣ୍ଟରୁ ବିଦାୟ ନେଇଥିଲେ।

stephen

ଖାସକରି ଏଏଫ୍‌ସି ଏସୀୟ କପ୍‌ ପ୍ରତିଯୋଗିତାରେ ଗ୍ରୁପ୍‌ ପର୍ଯ୍ୟାୟରୁ ଭାରତ ବିଦା ହୋଇଯିବାକୁ ସହଜରେ ହଜମ କରିପାରିଲେନି କୋନ୍‌ଷ୍ଟାଣ୍ଟିନେ। ଥାଇଲାଣ୍ଡ୍‌ ବିପକ୍ଷ ବିଜୟରୁ ଅଭିଯାନ ଆରମ୍ଭ କରିଥିବା ଭାରତ ବାହାରିନ୍‌ଠୁ ହାରି ଦୁଃଖଦ ବିଦାୟ ନେଲା। ଦଳର ଏଭଳି ପ୍ରଦର୍ଶନ ପାଇଁ ନୈତିକ ଦାୟିତ୍ବ ମୁଣ୍ଡକୁ ନେଇଗଲେ ସେ। ଶେଷରେ ନିଜର ଇସ୍ତଫା ଘୋଷଣା କଲା ବେଳେ ତାଙ୍କ ଆଖି ଲୋତକରେ ଭରି ଯାଇଥିଲା। ବାହାରିନ୍‌ ସହ କେବଳ ଅମୀମାଂସିତ ରଖିପାରିଥିଲେ ଭାରତ ୫୩ ବର୍ଷ ପରେ ନକ୍‌ଆଉଟ୍‌ ପର୍ଯ୍ୟାୟକୁ ଉନ୍ନୀତ ହୋଇ ଇତିହାସ ରଚିଥାନ୍ତା। ହେଲେ ତାହା ସମ୍ଭବ ହେଲାନି। ତେଣୁ ସେହି ମ୍ୟାଚ୍‌ ପରେ ମୁଁ ପଦତ୍ୟାଗ କରୁଛି ବୋଲି କୋନ୍‌ଷ୍ଟାଣ୍ଟିନେ କହିଥିଲେ। ଏହା ହିଁ ପଦ ଛାଡ଼ିବା ପାଇଁ ପ୍ରକୃଷ୍ଟ ସମୟ ବୋଲି ଧରିନେଲି।

କନଷ୍ଟାଣ୍ଟାଇନ ୨ୟ ଥର ପାଇଁ ଭାରତୀୟ ଫୁଟ୍‌ବଲ୍‌ ଦଳର କୋଚ୍‌ ରହିଥିଲେ। ୫୭ ବର୍ଷୀୟ କନଷ୍ଟାଣ୍ଟାଇନ ପ୍ରଥମେ ୨୦୦୨ରୁ ୨୦୦୫ ପର୍ଯ୍ୟନ୍ତ ଭାରତୀୟ ଦଳର ପ୍ରଶିକ୍ଷକ ଦାୟିତ୍ୱ ସମ୍ଭାଳିଥିଲେ। ଏହାପରେ ୨୦୧୫ରୁ ୨ୟଥର ପାଇଁ ସେ ଏହି ଗୁରୁ ଦାୟିତ୍ୱ ତୁଲାଇ ଆସୁଛନ୍ତି। କନଷ୍ଟାଣ୍ଟାଇନଙ୍କ ପ୍ରଶିକ୍ଷଣ କାଳରେ ଭାରତ ଫିଫା ର଼୍ୟାଙ୍କିଙ୍ଗ୍‌ରେ ଆଖିଦୃଶିଆ ଉନ୍ନତି କରିଥିଲା। ଏହି ସମୟ ମଧ୍ୟରେ ଭାରତ ୧୭୩ରୁ ୯୬ତମ ସ୍ଥାନକୁ ଉନ୍ନିତ ହୋଇଥିଲା।

ପଢନ୍ତୁ; ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ୧୯୨ ପଞ୍ଚାଯତ ପାଇଁ ୧୯୫୫ ପ୍ରକଳ୍ପ

Related posts

ଦିଲ୍ଲୀକୁ ୧୨୯ ରନରେ ହରାଇ ସନରାଇଜର୍ସ ହାଇଦ୍ରାବାଦ ହେଲା ବିଜୟୀ

Ratnamani Moharana

ଜାତୀୟ ପ୍ରତିଯୋଗିତା “ହୋସଲା-୨୦୧୭” ର ବିଜୟୀ ମାନଙ୍କୁ ସମର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ENO Beuro

କୋଲକାତା ନାଇଟ ରାଇଡର୍ସ ୭୧ରନ୍ ରେ ବିଜୟୀ !

ENO Beuro

Leave a Comment