News

ବନ୍ଦ ହେବ ବେଦାନ୍ତର ଷ୍ଟେରଲାଇଟ୍‍ ତମ୍ବା କାରଖାନା!

ତାମିଲନାଡୁର ତୁଥୁକୁଡିଠାରେ ଷ୍ଟେରଲାଇଟ୍‍ ତମ୍ବା କାରଖାନା ସମ୍ପ୍ରସାରଣ ବିରୋଧୀ ବିକ୍ଷୋଭବେଳେ ପୁଲିସ ଗୁଳିରେ ପ୍ରାଣ ହରାଇଥିବା ୧୨ ଜଣ ରାଜ୍ୟବାସୀଙ୍କ ବଳିଦାନ ଫଳପ୍ରଦ ହୋଇଛି। ଏହି ସମ୍ପ୍ରସାରଣ ବିରୋଧରେ ରାଜ୍ୟବାସୀ ବିକ୍ଷୋଭ ଜାରି ରଖିଥିବାବେଳେ ବେଦାନ୍ତ ଶିଳ୍ପଗୋଷ୍ଠୀ ପରିଚାଳିତ ଏହି କାରଖାନାକୁ ତୁରନ୍ତ ବନ୍ଦ କରିବା ନିମନ୍ତେ ତାମିଲନାଡୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଟିଏନ୍‍ପିସିବି) କର୍ତ୍ତୃପକ୍ଷ ନିର୍ଦେଶ ଦେଇଛନ୍ତି।

ତାମିଲନାଡୁ ସରକାର ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ଚିଠି ଲେଖି କପର ୟୁନିଟ ସିଲ କରିବା ସହ ପ୍ଲାଣ୍ଟକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଲୋକଙ୍କ ଭାବନାକୁ ଦୃଷ୍ଟିରେ ଆଗରେ ରଖି ଏହି ନିଷ୍ପତ୍ତି ନିଆଯାଇଥିବା ଉପମୁଖ୍ୟମନ୍ତ୍ରୀ ପନିରସେଲଭମ୍‌ କହିଛନ୍ତି। ଗତ ସପ୍ତାହରେ ଏହି ପ୍ଲାଣ୍ଟର ସମ୍ପ୍ରସାରଣରେ ମାଡ୍ରାସ ହାଇକୋର୍ଟ ରହିତାଦେଶ ଜାରି କରିଥିଲେ। ପନିରସେଲଭମ୍‌ ମଧ୍ୟ ଆଜି ତୁଥୁକୁଡ଼ି ସ୍ଥିତ ଡାକ୍ତରଖାନା ଯାଇ ଗତ ମେ’ ୨୨ ତାରିଖ ଆନ୍ଦୋଳନବେଳେ ଆହତମାନଙ୍କୁ ଭେଟିଥିଲେ।

ସୂଚନା ଅନୁସାରେ ମେ ୨୨ରେ ୟୁନିଟର ସମ୍ପ୍ରସାରଣକୁ ବିରୋଧ କରି ଏଠାରେ ସୃଷ୍ଟି ହୋଇଥିବା ଆନ୍ଦୋଳନ କିଛି ଦିନ ହେବ ହିଂସାତ୍ମକ ରୂପ ନେବା ସହିତ ପୋଲିସ୍ ଏବଂ ଆନ୍ଦୋଳନକାରୀଙ୍କ ମଧ୍ୟରେ ସଂଘର୍ଷ ଘଟି ୧୩ଜଣ ମୃତ୍ୟୁବରଣ କରିଥିଲେ । ଏଥିସହିତ ପୋଲିସ୍ ଗୁଳିରେ ଆହତମାନେ ବର୍ତ୍ତମାନ ହସ୍ପିଟାଲରେ ଚିକିତ୍ସାଧିନ ରହିଛନ୍ତି।

ପଢନ୍ତୁ; ସକାଳୁ ଭିଜା ହୋଇଥିବା ଚଣା ଖାଇବା ଦ୍ଵାରା କ’ଣ ଲାଭ ମିଳିଥାଏ? ଜାଣନ୍ତୁ

Related posts

ପ୍ରଖ୍ୟାତ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଙ୍କୁ ବଲିଉଡ୍ ତାରକା ଅକ୍ଷୟ କୁମାର ଙ୍କ ଶୁଭେଚ୍ଛା

ENO Beuro

ସ୍ୱାଧୀନତା ଦିବସ ଦିନକ ପୂର୍ବରୁ ଝଲସିଲା ସଂସଦ ଭବନ

Ratnamani Moharana

ତୈଳଦର ୨ ଟଙ୍କା ହ୍ରାସ କଲେ କର୍ଣ୍ଣାଟକ ସରକାର

ENO Beuro

Leave a Comment