News

ସେୟାର ବଜାର ଉପରେ ବଜେଟ ପ୍ରହାର :ଗୋଟିଏ ଦିନରେ ୫ ଲକ୍ଷ କୋଟିର କ୍ଷତି

ଅଢ଼େଇ ବର୍ଷ ମଧ୍ୟରେ ସର୍ବବୃହତ୍‌ ଦୈନିକ ହ୍ରାସ

ନରେନ୍ଦ୍ର ମୋଦି ସରକାରଙ୍କ ଅନ୍ତିମ ପୂର୍ଣ୍ଣାଙ୍ଗ ବଜେଟ୍‌ ସେୟାର ବଜାର ପାଇଁ ନକାରାତ୍ମକ ସାବ୍ୟସ୍ତ ହୋଇଛି। ନିବେଶକଙ୍କୁ ନିରାଶ କରି ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ଦୀର୍ଘମିଆଦୀ ପୁଞ୍ଜି ଲାଭ (ଲଙ୍ଗ୍‌ ଟର୍ମ କ୍ୟାପିଟାଲ ଗେନ୍‌) ଉପରେ ୧୦% ଟିକସ ଘୋଷଣା କରିଛନ୍ତି। ଏହା ଦଲାଲ୍‌ ଷ୍ଟ୍ରିଟ୍‌ ପାଇଁ ନିରାଶାର ବାତାବରଣ ସୃଷ୍ଟି କରିଛି। ଶୁକ୍ରବାର ନିବେଶକଙ୍କ ସକାଶେ କଳା ଶୁକ୍ରବାର ସାବ୍ୟସ୍ତ ହୋଇଛି। କାରବାର ଶେଷରେ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ ସେନ୍‌ସେକ୍ସରେ ୮୩୯.୯୧ ପଏଣ୍ଟ ହ୍ରାସ ଘଟିଛି। ଫଳରେ ଏହା ୩୫,୦୬୬.୭୫ ପଏଣ୍ଟକୁ ଖସିଆସିଛି।

ଗତ ଅଢ଼େଇ ବର୍ଷ ମଧ୍ୟରେ ଏହା ସର୍ବବୃହତ୍‌ ଦୈନିକ ହ୍ରାସ। ସେନ୍‌ସେକ୍ସରେ ଘଟିଥିବା ରେକର୍ଡ ହ୍ରାସ ଯୋଗୁ ନିବେଶକଙ୍କ ସମ୍ପତ୍ତି ୫ ଲକ୍ଷ କୋଟି ଟଙ୍କାର କ୍ଷତି ଘଟିଛି। ବମ୍ବେ ଷ୍ଟକ୍‌  ଏକ୍ସଚେଞ୍ଜ(ବିଏସ୍‌ଇ)ରେ ପଞ୍ଜୀକୃତ ସମସ୍ତ କମ୍ପାନୀଙ୍କ ମିଳିତ ବଜାର ମୂଲ୍ୟରେ ୪.୭ ଲକ୍ଷ କୋଟି ଟଙ୍କା ହ୍ରାସ ଘଟିଛି। ଏହା ୧୫୩.୧ ଲକ୍ଷ କୋଟି ଟଙ୍କାରୁ ୧୪୮.୪ ଲକ୍ଷ କୋଟି ଟଙ୍କାକୁ ଖସିଆସିଛି। ୨୦୧୫ ଅଗଷ୍ଟ ୨୪ରୁ ସେନ୍‌ସେକ୍ସରେ ଏହା ସର୍ବବୃହତ୍‌ ହ୍ରାସ। ଉକ୍ତ ସମୟରେ ସେନ୍‌ସେକ୍ସ ୧,୬୨୪.୫୧ ପଏଣ୍ଟ ଖସିିଥିଲା। ଭାରତ ସରକାରଙ୍କ ଋଣ ବୋଝ ଦେଶର ରେଟିଂ ବୃଦ୍ଧି କ୍ଷେତ୍ରରେ ଅନ୍ତରାୟ ସୃଷ୍ଟି କରୁଥିବା ‘ଫିଚ୍‌ ରେଟିଂ’ କହିଥିବାବେଳେ ଏହା ମଧ୍ୟ ଶୁକ୍ରବାର ବଜାର ଉପରେ ପ୍ରଭାବ ପକାଇଛି। ତେବେ ନ୍ୟାଶ୍‌ନାଲ୍‌ ଷ୍ଟକ୍‌ ଏକ୍ସଚେଞ୍ଜ ନିଫ୍‌ଟି ମଧ୍ୟ ୧୦,୮୦୦ ପଏଣ୍ଟ ତଳକୁ ଖସିଆସିଛି। ଏଥିରେ ୨୫୬.୩୦ ପଏଣ୍ଟ ହ୍ରାସ ଘଟି ୧୦,୭୬୦.୬୦ ପଏଣ୍ଟରେ ବନ୍ଦ ହୋଇଛି। ଗୁରୁବାର ମଧ୍ୟ ପୁଞ୍ଜି ବଜାର ନିମ୍ନମୁଖୀ ହୋଇଥିଲା।

ମାର୍କେଟ୍ ଏକ୍ସପର୍ଟଙ୍କ ମତରେ ବଜେଟରେ ଦୀର୍ଘ ମିଆଦୀ ନିବେଶର ଲାଭାଂଶ ଉପରେ ୧୦ ପ୍ରତିଶତ ଟିକସ ବସାଇବା ପରେ ସେୟାର ବଜାର ଉପରେ ମୁହଁ ଫେରାଇ ନେଇଛନ୍ତି ନିବେଶକ । ସେହିପରି ବିତ୍ତୀୟ ନିଅଂଟ ବୃଦ୍ଧି, ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି, ସରକାରଙ୍କ ଜାତୀୟ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା ଘୋଷଣା ପରେ ଉପୁଜିଥିବା ଦ୍ୱନ୍ଦ୍ୱ ଯୋଗୁଁ ପ୍ରଭାବିତ ହୋଇଛି ସେୟାର ବଜାର ।

ପଢନ୍ତୁ ;

ଖାଇବା ବେଳେ ସାବଧାନ ହୁଅନ୍ତୁ :ଆପଣ ଭେଜ୍ ଭାବି ଖାଉଥିବା ଖାଦ୍ୟ ନନଭେଜ୍ ହୋଇପାରେ

Related posts

ଆଜି ପ୍ରକାଶ ପାଇବ ଓଜେଇଇ ରେଜଲ୍ଟ !

ENO Beuro

ଆଜି ଭାରତର ଦିବଂଗତ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଶ୍ରାଦ୍ଧବାର୍ଷିକୀ

ENO Beuro

ଶଶି ଥରୁରଙ୍କୁ ମିଳିଲା ଆଗୁଆ ଜାମିନ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More