LIFESTYLE

ଆପଣ ପ୍ରତି ଦିନ ନଖ କାମୁଡୁଛନ୍ତି କି ? ଏହି ଅଭ୍ୟାସକୁ ଦୂର କରିବା ପାଇଁ ଆପଣାନ୍ତୁ ଏହି ଉପାୟ

ଅଧିକାଂଶ ଲୋକମାନଙ୍କର  ନଖ କାମୁଡ଼ିବାର ଅଭ୍ୟାସ ରହିଥାଏ। । କଥା କଥାରେ କେତେବେଳେ ହାତର ନଖ ଯାଇ ପାଟିରେ ପହଞ୍ଚିଯାଏ ତାହା ଜଣାପଡ଼େ ନାହିଁ । ନଖ କାମୁଡ଼ିବା ଏକ ବଂଶଗତ ରୋଗ କି ନାହିଁ ତାହା ବୈଜ୍ଞାନିକମାନେ ଖୋଜି ପାଇ ନଥିଲେ ମଧ୍ୟ ଯେଉଁ ମାତା-ପିତାମାନେ ନଖ କାମୁଡ଼ିଥାନ୍ତି ସେମାନଙ୍କ ପିଲାମାନେ ମଧ୍ୟ ନଖ ଖାଆନ୍ତି ବୋଲି ପ୍ରାୟତଃ ଦେଖା ଯାଇଥାଏ। କିନ୍ତୁ ଏହା ଏକ ବଦଭ୍ୟାସ ଅଟେ । ଯାହା ଶରୀର ଉପରେ କୁପ୍ରଭାବ ପକେଇଥାଏ।

ଏକା ଥିବା ସମୟରେ ବା କିଛି କାମ ନ ଥିବା ବେଳେ ଲୋକମାନେ ନଖ ଖାଇଥାନ୍ତି । କିଛି ଲୋକ ନିଜ ଅଜଣାତରେ ନଖ ଖାଇଥାନ୍ତି ଏବଂ ତାହା ସେମାନେ ଜାଣି ବି ପାରନ୍ତି ନାହିଁ । ଆପଣଙ୍କ ସହ ମଧ୍ୟ ଏପରି ହେଉଥିବ । ଅନିଚ୍ଛା ସତ୍ୱେ ମଧ୍ୟ ଆପଣ ଏହା କରୁଥିବେ । ତେବେ ଯଦି ଆପଣଙ୍କ ଏହି ସମସ୍ୟା ରହିଛି ତେବେ ଏହି ଅଭ୍ୟାସକୁ କିପରି ଦୂର କରିବେ ତାହା ଜାଣି ନିଅନ୍ତୁ।

ଆସନ୍ତୁ ଜାଣିବା ପ୍ରଥମେ ନଖ କାମୁଡ଼ିବା ଦ୍ୱାରା କ’ଣ କ’ଣ ଅସୁବିଧା ହୋଇଥାଏ-

  • ହାତରେ ସାଧାରଣତଃ ଭାବରେ ଅନେକ ଜୀବାଣୁ ଲାଗି ରହିଥାଏ, ବିଶେଷ କରି ନଖରେ । ଯଦି ଆପଣ ସେହି ଜୀବାଣୁ ଥିବା ନଖକୁ ଖାଉଛନ୍ତି, ତେବେ ତାହା ଆପଣଙ୍କ ଶରୀରରେ ରୋଗ ସୃଷ୍ଟି କରିବା ସହ ଚର୍ମକୁ ଖରାପ କରିଥାଏ।
  • ଯଦି ଆପଣ ପ୍ରତି ଦିନ ନଖ କାମୁଡ଼ୁଛନ୍ତି ତେବେ ନଖ ଚାରି ପାଖରେ ଥିବା ଟିସୁ ଗୁଡ଼ିକ ନଷ୍ଟ ହେବା ସହ ନଖର ଆକାର ଠିକ୍‌ ରହେ ନାହିଁ।
  • ବାରମ୍ବାର ନଖ କାମୁଡ଼ିଲେ ଦାନ୍ତର ମାଢ଼ିରେ ଅସୁବିଧା ଦେଖା ଯାଇଥାଏ।
  • ନଖ କାମୁଡିବା ଦ୍ଵାରା ଶରୀରରେ ନଖଦ୍ଵାରା ଜୀବାଣୁ ପ୍ରବେଶ କରିଥାଏ, ଯାହାଦ୍ୱାରା ଆପଣ ନାନାଦି ରୋଗରେ ଶିକାର ହୋଇପାରନ୍ତି।

ତେବେ ଏହି ସବୁ ଅସୁବିଧାରୁ ନିଜକୁ ଦୂରରେ ରଖିବା ପାଇଁ  ଆପଣାନ୍ତୁ ଏହି ଟିପ୍ସ । ଜାଣି ରଖନ୍ତୁ ଟିପ୍ସ ଗୁଡ଼ିକ କ’ଣ-

  • ନଖ ଏବଂ ପାଟିକୁ ସବୁବେଳେ ବ୍ୟସ୍ତ ରଖନ୍ତୁ । ଷ୍ଟ୍ରେସ୍‌ ବଲ ବା ଟିପ୍‌ ଟପ୍‌ ପେନ ବ୍ୟବହାର କରନ୍ତୁ । ଯାହାଦ୍ୱାରା ଆପଣଙ୍କ ହାତ ବ୍ୟସ୍ତ ରହିବା ସହ ପାଟିକୁ ଯିବ ନାହିଁ।
  • ନଖକୁ ସବୁବେଳେ ଛୋଟ ଛୋଟ କାଟି କରି ରଖନ୍ତୁ । ନଖ ନ ଥିଲେ ଆପେ ଆପେ ନଖ କାମୁଡ଼ା ବନ୍ଦ ହୋଇଯିବ।
  • ବଜାରରେ ପିତା ଲାଗୁଥିବା ନେଲ୍‌ ପଲିସ ମିଳିଲାଣି । ତାକୁ ନିଜ ନଖରେ ଲଗାଇଲେ ନଖ ପାଟିକୁ ନେବା ପୂର୍ବରୁ ଆପଣ ଦୁଇ ଥର ଭାବିବେ।

ପଢନ୍ତୁ;

୫ ଟିକିଆ ଟେ୍ଵଣ୍ଟି-୨୦ ଶୃଙ୍ଖଳାକୁ କବ୍‌ଜା କରିବା ଲକ୍ଷ୍ୟରେ ଭାରତୀୟ ମହିଳା ଦଳ

 

Related posts

ଲବଙ୍ଗରୁ ପ୍ରସ୍ତୁତ ଲବଙ୍ଗ ତେଲରେ ରହିଛି ଭରପୂର ଔଷଧୀୟ ଗୁଣ ! ଆସନ୍ତୁ ଜାଣିବା ଏହି ତେଲର କିଛି ଅନ୍ୟ ଉପକାରିତା ବିଷୟରେ

ENO Beuro

ଚେହେରାର ଚମକ ବଢାଇଥାଏ କଦଳୀ ଚୋପା! ଜାଣନ୍ତୁ ଏହାର ବିଭିନ୍ନ ଗୁଣ ସମ୍ପର୍କରେ

ENO Beuro

ଆସନ୍ତୁ ଜାଣିରଖିବା ବିଳମ୍ବରେ ସ୍ନାନ କରିବା ଦ୍ଵାରା କେଉଁ ସବୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ ?

ENO Beuro

3 comments

Leave a Comment