Loading...

ଭୋଟର ତାଲିକାରୁ ଉଭାନ ଲକ୍ଷେ ଭୋଟର

ଭୋଟର ତାଲିକାରୁ ଉଭାନ ଲକ୍ଷେ ଭୋଟର

କେଉଁଠି ହଜାର ହଜାର ଭୋଟର ଗାଏବ୍‌ ହୋଇଯାଇଥିବା ବେଳେ କେଉଁଠି ହଜାର ହଜାର ଭୋଟର ମିଶି ଯାଇଛନ୍ତି।

ବିଏମ୍‌ସି ପ୍ରକାଶ କରିଥିବା ଚିଠା ଭୋଟର ତାଲିକାକୁ ନେଇ ଝଡ଼ ଉଠିଛି। ପୂର୍ବରୁ ଗୋଟିଏ ୱାର୍ଡର ଭୋଟର ଅନ୍ୟ ୱାର୍ଡରେ ସାମିଲ ହୋଇଛନ୍ତି। ଗୋଟିଏ କଲୋନିକୁ ଭାଗ ଭାଗ କରି ସୀମାକୁ ଲାଗିଥିବା ୱାର୍ଡରେ ଭୋଟରଙ୍କୁ ସାମିଲ କରିଛନ୍ତି। କେଉଁଠି ହଜାର ହଜାର ଭୋଟର ଗାଏବ୍‌ ହୋଇଯାଇଥିବା ବେଳେ କେଉଁଠି ହଜାର ହଜାର ଭୋଟର ମିଶି ଯାଇଛନ୍ତି। ଏଭଳି ବିଚିତ୍ର ସ୍ଥିତି ଭୁବନେଶ୍ବରେ ପ୍ରଥମ ଥର ପାଇଁ ହୋଇଥିବା ବେଳେ ଶାସକ ଦଳ କ୍ଷମତା ହାତେଇବା ପାଇଁ ଏଭଳି ବ୍ୟବସ୍ଥା କରିଥିବା ବିରୋଧୀ ଦଳମାନେ ଅଭିଯୋଗ କରିଛନ୍ତି। ତେଣୁ ସବୁଠି ପ୍ରବଳ ଅସନ୍ତୋଷ ସହ ମାଳମାଳ ଅଭିଯୋଗ ଗଦା ହେବା ଆରମ୍ଭ ହୋଇଛି। କୌତୁହଳପ୍ରଦ ହେଉଛି ସବୁ ୱାର୍ଡରୁ ମୋଟାମୋଟି ଲକ୍ଷାଧିକ‌ ଭୋଟର ଉଭାନ୍‌ ହୋଇଯାଇଛନ୍ତି। ଭୋଟରଙ୍କ ନାମ କଡ଼ରେ ‘ଡିଲିଟେଡ୍‌’ ଲେଖା ହୋଇଛି। ଏହାକୁ ନେଇ ଭୋଟରଙ୍କ ସମେତ କର୍ପୋରେଟରମାନେ ମଧ୍ୟ ଚିନ୍ତାରେ ପଡ଼ିଛନ୍ତି।


 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.