News

ପରୀକ୍ଷାମୂଳକ ଭାବେ ଉଡ଼ାଣ ଭରିଲା ଦୁନିଆର ସବୁଠାରୁ ବଡ ବିମାନ

ଶନିବାର କାଲିଫର୍ଣ୍ଣିଆର ମୋଜାଭେ  ମରୁଭୂମିରେ ଦେଶର ସବୁଠାରୁ ବଡ ଉଡାଜାହାଜର ସଫଳ ପରୀକ୍ଷାମୂଳକ   ଉଡାଣ କରାଯାଇଛି। ପ୍ରାୟ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଆକାଶରେ ଉଡିଥିଲା। ଏହି ବିମାନ ସାଧାରଣ ଯାତ୍ରୀ ପରିବହନ  ଲାଗି ଉଦ୍ଦିଷ୍ଟ ନୁହେଁ।ଏହା ସହ ରକେଟ ସଲଗ୍ନ କରାଯାଇ ଉଡ଼ାଣ ସହ ମହାକାଶକୁ ଉପଗ୍ରହ ପ୍ରେରଣ  କରାଯାଇପାରିବାର ବ୍ୟବସ୍ଥା ରହିଛି।

 

ସ୍କେଲଡ୍‌ କମ୍ପୋଜାଇଟ୍‌  ନାମକ ଏକ ଇଞ୍ଜିନିୟରିଂ କମ୍ପାନୀ ଏହି ବିମାନକୁ ନିର୍ମାଣ କରିଛି। ଏହି ବିମାନ ଡେଣାର ଲମ୍ବ ଏକ ଫୁଟବଲ୍ ପଡିଆର ଲମ୍ବ ଠାରୁ ଅଧିକ। ଏୟାରବସ୍ ଏ୩୮୦ର ଡେଣା ଠାରୁ ଦେଢଗୁଣ ଅଧିକ। ଡେଣାର ଲମ୍ବ ପ୍ରାୟ ୧୧୭ ମିଟର। ଉଡ଼ାଣ ବେଳେ ଏହାର ବେଗ ଘଣ୍ଟାପ୍ରତି ୩୦୪ କିଲୋମିଟର  ଥିଲା। ବିମାନଟି ପ୍ରାୟ ୧୭ହଜାର ଫୁଟ୍‌ ଉଚ୍ଚତାରେ ମଧ୍ୟ ଉଡ଼ାଣ କରିଥିଲା। ମୋଜାବେ ମରୁଭୂମି ଉପରେ ବିମାନଟି ପ୍ରଥମ ଯାତ୍ରା କରିଥିଲା | ଅନ୍ତରୀକ୍ଷକୁ ରକେଟ ପଠାଯିବ ପାଇଁ ଏବଂ ସେଠାରେ  ଛାଡିବା ଉପଗ୍ରହ ପାଇଁ ଏହି ବିମାନ ନିର୍ମାଣ କରାଯାଇଛି |

ପଢନ୍ତୁ: ଇମରାନଙ୍କ ମୋଦିଙ୍କ ସପକ୍ଷରେ ବୟାନ ମୋଦିଙ୍କ ପାଇଁ ବଢାଇଲା ସମସ୍ୟା

Related posts

ଅଯୋଧ୍ୟା ଜମି ବିବାଦ ମାମଲା:ଅକ୍ଟୋବର ୨୯ରୁ ହେବ ଶୁଣାଣି

ENO Beuro

ବିଜେପି ନିର୍ବାଚନୀ ଇସ୍ତାହାରରେ ମିଛ ପ୍ରତିଶ୍ରୁତି ଦର୍ଶାଇ ଟୁଇଟ୍‌ କଲେ ସୁବ୍ରମଣିୟାନ୍‌ ସ୍ୱାମୀ

Ratnamani Moharana

ବିଚାରପତିମାନଙ୍କର ବେତନ ବଢାଇବା ପାଇଁ ଭୁଲିଯାଇଛନ୍ତି କି ?- ଉଚ୍ଚତମ ନ୍ୟାୟାଳୟ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ

ENO Beuro

Leave a Comment