EnewsOdia.Com

ପ୍ଲାଷ୍ଟିକର ବିକଳ୍ପ ଭାବେ ତିଆରି ହେଉଛି ଘାସରେ ତିଆରି ଷ୍ଟ୍ର’

ପରିବେଶ ପ୍ରଦୂଷଣ ଏବେ ବିଶ୍ୱ ପାଇଁ ବଡ଼ ବିପଦ । ପରିବେଶ ପ୍ରଦୂଷଣ କରିବାରେ ପ୍ଲାଷ୍ଟିକ ଅନ୍ୟତମ ଉପାଦାନ । ଏବେ ବୈଜ୍ଞାନିକମାନେ ପ୍ଲାଷ୍ଟିକର ବିକଳ୍ପ ବାହାର କରିବାକୁ ଯୋଜନା କରୁଛନ୍ତି । ବହୁ ଦେଶରେ ପ୍ଲାଷ୍ଟିକ ବ୍ୟବହାର ଉପରେ ରୋକ ଲାଗିଥିବା ବେଳେ ଭାରତ ଭଳି ଦେଶରେ ପ୍ଲାଷ୍ଟିକ ବ୍ୟାନ ପାଇଁ କସରତ ଚାଲିଛି । ତେବେ ଏହାରି ଭିତରେ ମିଳିଥିବା ଖବର ପରିବେଶପ୍ରେମୀଙ୍କୁ ଆଶ୍ୱସ୍ତି ଦେଇଛି । ଥଣ୍ଡାପାନୀୟ ପିଇବା ପାଇଁ ବ୍ୟବହୃତ ହେଉଥିବା ପ୍ଲାଷ୍ଟିକ୍‌ ଷ୍ଟ୍ରର ବିକଳ୍ପ ଘାସ । ଏହାର ବିକଳ୍ପ ଭାବେ ଇକୋ ଫ୍ରେଣ୍ଡଲି ଷ୍ଟ୍ରକୁ ଉଦ୍ଭାବନ କରିଛନ୍ତି ଭିଏତନାମର  ତ୍ରାନ ମିନହ ତିଏନ । ପ୍ଲାଷ୍ଟିକ୍‌ ଷ୍ଟ୍ରର ବିକଳ୍ପ ବ୍ୟବହାର ପାଇଁ ତ୍ରାନ ଏକ ଘାସର ବ୍ୟବହାର କରୁଛନ୍ତି  । ସେ ଲେପ୍ରୋନିଆ ଅ।ରଟିକ୍ୟୁଲାଟା ନାମକ ଘାସରୁ ଷ୍ଟ୍ର ତିଆରି କରିଛନ୍ତି ।  ଭିଏତନାମର ମେକଙ୍ଗ ଡେଲଟା ରିଜିଅନରେ  ଏହି ଷ୍ଟ୍ର ସ୍ବତନ୍ତ୍ର ରୂପେ ଉପଲବ୍ଧ ହୋଇଥାଏ ।

ଏହି ଷ୍ଟ୍ର କେବଳ କ୍ୟାମିକାଲ ଫ୍ରି ନୁହେଁ ବରଂ ଏହା  ଅତି ସହଜରେ ମାଟିରେ ମିଳେଇ ଯାଇଥାଏ  । ଏପରିକି କୌଣସି ତରଳ ଦ୍ରବ୍ୟ ପାନ କରି ସାରିବା ପରେ ଏହାକୁ ଚୋବାଇବା ଦ୍ବାରା ଦାନ୍ତ ଓ ମାଢି ସଫା ରହିଥାଏ । ଏହି ଘାସ ବ୍ୟବହାର ଦୁଇ ପ୍ରକାର ଷ୍ଟ୍ର ତିଆରି କରିଛନ୍ତି  । ଗୋଟିଏ ସତେଜ ଘାସ ବ୍ୟବହାର ଓ  ଅନ୍ୟଟି ଶୁଖିଲା ଘାସର ବ୍ୟବହାର ହୋଇଥାଏ । ଭିଏତନାମରେ ଏହି ଘାସର ଚାଷ କରାଯାଇଥାଏ  ।

ଘାସକୁ ସଫା କରାଯାଇ ଷ୍ଟ୍ର ଅ।କାରରେ ପ୍ରାୟ 20 ସେଣ୍ଟିମିଟର ଲମ୍ବର  କଟାଯିବା ପରେ ଲୁହାରଡ଼ ମାଧ୍ୟମରେ ସଫା କରି ଏହାକୁ ବ୍ୟବହାର ଯୋଗ୍ୟ କରାଯାଇଥାଏ । ଷ୍ଟ୍ର ଗୁଡିକ  ମଧ୍ୟ ଦୁଇରୁ ତିନି ସପ୍ତାହ ପର୍ଯ୍ୟନ୍ତ ରେଫ୍ରିଜରେଟରରେ ରହିପାରୁଥିବା ବେଳେ ଶୁଖିଲା ଷ୍ଟ୍ରକୁ ଛଅ ମାସ ପର୍ଯ୍ୟନ୍ତ  ରଖାଯାଇପାରିବ  । ସତେଜ ଷ୍ଟ୍ରର ଦାମ  600 ଭିଏତନାମ ଡଙ୍ଗସ୍  ଓ ଶୁଖିଲା ଷ୍ଟ୍ର ଗୁଡିକ 1000 ଭିଏତନାମ ଡଙ୍ଗସ୍ ବିକ୍ରୟ କରାଯାଇଥାଏ । ଭିଏତନାମର  ତ୍ରାନ ମିନହ ତିଏନଙ୍କୁ ଏବେ ପ୍ରଶଂସାର ସୁଅ ଛୁଟିଛି ।

ସମ୍ବନ୍ଧିତ ଖବର

ଜଗନ୍ନାଥ ହେ… ରକ୍ଷା କର, ବିମାନରେ ନିଆଁ ଲାଗିବା ପରେ କିଛି ଏପରି ଥିଲା ଦୃଶ୍ୟ

Ratnamani Maharana

ସାମ୍ଭାବ୍ୟ ବାତ୍ୟା ପାଇଁ ସଜାଗ ଓଡ୍ରାଫ୍‌, ଏନ୍‌ଡିଆର୍‌ଏଫ୍‌ ଟିମ୍‌ ଓ ଅଗ୍ନିଶମ ବାହିନୀ

Ratnamani Maharana

ଜିନ୍ସ ବା କେପ୍ରି ପିନ୍ଧା ମହିଳାଙ୍କୁ ମିଳିବନି ଡ୍ରାଇଭିଂ ଲାଇସେନ୍ସ

Ratnamani Maharana

ରାଜଦ୍ରୋହ ଅଭିଯୋଗରେ ସାଉଦି ଆରବର ତିନି ଯୁବରାଜ ଅଟକ

Ratnamani Maharana

ମୂଲ୍ୟ ବୃଦ୍ଧି ଦାବିରେ ପାହାଳ ମିଠା ବଜାର ଦୁଇଦିନ ବନ୍ଦ

Ratnamani Maharana

ଆଜି ସ୍ଵର୍ଗତ ଇନ୍ଦିରା ଗାନ୍ଧୀଙ୍କ ଶ୍ରାଦ୍ଧବାର୍ଷିକି

Ratnamani Maharana