POLITICALS

ବେଆଇନ ଦେଶାନ୍ତରୀଙ୍କୁ ଦେଶରୁ ବିତାଡ଼ିତ କରାଯିବ: ଅମିତ ଶାହ

Untitled 1

ଭାରତ ମାଟିରେ ଜଣେ ହେଲେ ବେଆଇନ ଦେଶାନ୍ତରୀଙ୍କୁ ରଖାଇଦିଆଯିବ ନାହିଁ। ଦେଶର କୌଣସି କୋଣରେ ବେଆଇନ ଅନୁପ୍ରବେଶକାରୀ ବସବାସ କରୁଥିଲେ ତାଙ୍କୁ ଚିହ୍ନଟ କାରାଯିବା ସହ ଦେଶରୁ ବିତାଡ଼ିତ କରାଯିବ ବୋଲି ସ୍ପଷ୍ଟ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଗୃହମନ୍ତ୍ରୀ ଅମିତ ଶାହ ଏନ୍‌ଆରସି (ଜାତୀୟ ନାଗରିକତା ପଂଜୀକରଣ) ପ୍ରସଙ୍ଗରେ ରାଜ୍ୟସଭାରେ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ଉଲ୍ଲେଖଯୋଗ୍ୟ ଜାଭେଦ ଅଲି ଗତକାଲି ରାଜ୍ୟସଭାରେ ଶାହଙ୍କୁ ପ୍ରଶ୍ନ କରିଥି‌ଲେ ଯେ ଏନ୍‌ଆରସି ଅନ୍ୟ ରାଜ୍ୟ ଗୁଡ଼ିକରେ କାର୍ଯ୍ୟକାରୀ ହେବ କି ନାହିଁ ।  ରାଜ୍ୟସଭାରେ ଶାହ ଜାଭେଦ୍‌ ଅଲି ଖାନ୍‌ଙ୍କ ପ୍ରଶ୍ନର ଉତ୍ତର ଦେଇ କହିଥିଲେ ଯେ, ଏନ୍‌ଆରସି କେବଳ ଆସାମରେ ସୀମିତ ରହିବ ନାହିଁ ଏବଂ ଦେଶବ୍ୟାପୀ ଏହା ଅନ୍ୟ ସମସ୍ତ ରାଜ୍ୟ‌ରେ ମଧ୍ୟ ଲାଗୁ ହେବ।  ବୁଧବାର ରାଜ୍ୟସଭାରେ ଶାହ କହିଛନ୍ତି ଅନ୍ତର୍ଜାତୀୟ ଆଇନ ଅନୁଯାୟୀ ସେମାନଙ୍କୁ ସେମାନଙ୍କ ଦେଶକୁ ପଠାଇଦିଆଯିବ।

 

 

ବର୍ତ୍ତମାନ ସୁପ୍ରିମ୍‌କୋର୍ଟଙ୍କ ତତ୍ତ୍ୱବଧାନରେ ଆସାମରେ ଲାଗୁ ହେବା ସହିତ ଏଥିରେ ପରିବର୍ତ୍ତନ ମଧ୍ୟ ଅଣାଯାଉଛି। ଆସନ୍ତା ଜୁଲାଇ ୩୧କୁ ଆସାମରେ ଏନ୍‌ଆରସି ପ୍ରସ୍ତୁତ ପାଇଁ ଶେଷ ତାରିଖ ଧାର୍ଯ୍ୟ କରାଯାଇଛି। ସଂସଦର ଉଚ୍ଚତମ ସଦନରେ ଶାହ ଆଜି କହିଛନ୍ତି, ଏହା ଏକ ଭଲ ନିଷ୍ପତ୍ତି। ଏନ୍‌ଆରସି ଆସାମ ଚୁକ୍ତିରେ ଥିଲା ଏବଂ ବିଜେପି କ୍ଷମତାକୁ ଆସିଲେ ଲାଗୁ କରାଯିବ ବୋଲି ଇସ୍ତାହାରରେ ମଧ୍ୟ ରଖାଯାଇଥିଲା। ଭାରତର ପ୍ରତି ଇଞ୍ଚରେ ବସବାସ କରୁଥିବା ବେଆଇନ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରାଯିବା ଏବଂ ଅନ୍ତର୍ଯାତୀୟ ଆଇନ ଅନୁଯାୟୀ ସେମାନଙ୍କୁ ଦେଶରୁ ବାହର କରାଯିବ।

ପଢନ୍ତୁ: ଆଇସିଜେରେ ଭାରତର ବୃହତ୍ତ ବିଜୟ: କୁଳଭୂଷଣଙ୍କୁ ଫାଶୀ ଦେଇପାରିବନି ପାକିସ୍ତାନ

 

Related posts

ନୂଆ ମୁହଁ କିନ୍ନର ମୀରାଙ୍କୁ ନବୀନଙ୍କ ଦଳରେ କଲେ ସ୍ଵାଗତ

Ratnamani Moharana

ଆଜି ବଲାଙ୍ଗୀରରେ ଓବିସି ସମ୍ମିଳନୀ

ENO Beuro

ପରିବର୍ତ୍ତନ ସମାବେଶରେ ରାହୁଲଙ୍କ ମହିଳା କାର୍ଡ: ମାଗଣା ଶିକ୍ଷା ଓ ବିବାହ ସହାୟତା

Ratnamani Moharana

1 comment

Leave a Comment